ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଜେଠୁପାଲିରେ ସୁନାଖଣି ଚର୍ଚ୍ଚା: ନଳକୂଅରୁ ବାହାରୁଛି ସୁନା ଭଳି ଚକ୍‌ଚକ୍ ଧାତୁ

Published By : Prameya | October 31, 2024 8:19 AM

ନୂଆପଡ଼ା/କୋମନା ୩୧/୧୦: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଟିକ୍ରାପଡ଼ା  ପଞ୍ଚାୟତ ଜାଠୁପାଲି ଗାଁର ଏକ ଗଭୀର ନଳକୂଅରୁ ସୁନା ବାହାରୁଥିବା ଚର୍ଚ୍ଚା ହେଉଛି । ଏହା ଦେଖିବାକୁ ହଳଦିଆ  ରଙ୍ଗର । ଚକ୍‌ଚକ୍‌ କରୁଥିବା ଏକ ପ୍ରକାର ଧାତୁ । ଯାହାକୁ ଲୋକେ ସୁନା ବୋଲି ଅନୁମାନ କରିଛନ୍ତି । 

ଗତବର୍ଷ ଜେଠୁପାଲି ଗାଁର ପ୍ରସନ୍ନ ତାଣ୍ଡି ଘରବାଡ଼ିରେ ଏକ ଗଭୀର  ନଳକୂଅ ଖନନ କରିଥିଲେ। ପ୍ରଥମେ ବିଶୁଦ୍ଧ ପାନୀୟ ଜଳ ବାହାରୁଥିଲା। ଗତ ୧୫ଦିନ ହେବ ନଳକୂଅରୁ ଗୋଳିଆ ପାଣି ବାହାରୁଛି । ପାଣିକୁ ଛାଣିବାରୁ ପଥରଖଣ୍ଡ ସହ ହଳଦିଆ ରଙ୍ଗର ଚକ୍‌ଚକ୍‌ କରୁଥିବା ଏକ ଧାତୁ  ଆସୁଛି । ଏହି ହଳଦିଆ ରଙ୍ଗର ଧାତୁକୁ ଲୋକେ ସୁନା ବୋଲି କହିଛନ୍ତି । ଧାତୁକୁ ଜମି  ମାଲିକ ସଂଗ୍ରହ କରି ନିଆଁରେ ପୋଡ଼ିବାରୁ ତରଳି ଯାଇ ଗୋଲାକାର ହୋଇଯାଇଥିଲା । ବଣିଆକୁ ଦେଖାଇବାରୁ ସେ ବି ସୁନା ବୋଲି ଅନୁମାନ କରିଛନ୍ତି । ଉକ୍ତ ଗଭୀର ନଳକୂଅ ତଳେ ସୁନା ଖଣି ରହିଥିବା ଚର୍ଚ୍ଚା  ଜୋର୍‌ ଧରିଛି । ପ୍ରକୃତରେ ଏହା ସୁନା ନା ଅନ୍ୟ ଧାତୁ ତାହା ପରୀକ୍ଷା ନିରୀକ୍ଷା  କଲାପରେ ଜଣାପଡ଼ିବବୋଲି ଟିକ୍ରାପଡ଼ା  ସରପଞ୍ଚ ଯମୁନା ହରିଜନ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.