ପ୍ରମୂଖ ଖବର
  • ଭଦ୍ରକ : ରେଲ୍‌ ୱେ ଟ୍ରାକ୍‌ରେ କଟି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା
  • ||
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ନିଜ କବର ଖୋଳୁଛନ୍ତି ଇସ୍ରାଏଲ ବନ୍ଧକ, ଭିଡିଓରେ କହିଲେ 'ମୁଁ ମୃତ୍ୟୁ ଆଡ଼କୁ ବଢ଼ୁଛି, ଏହା ହିଁ ମୋ କବର'

Published By : Manoj | August 4, 2025 9:29 AM

ଗାଜା ସିଟି,୦୪/୦୮: ଗାଜାରୁ ଆସିଛି  ଏକ ହୃଦୟ ବିଦାରକ ଭିଡିଓ । ହମାସ୍‌ ଜାରି କରିଥିବା ଏହି ଭିଡିଓରେ ବେଶ୍‌ ଦୁର୍ବଳ ହୋଇଯାଇଥିବା ଜଣେ ଇସ୍ରାଏଲ ବନ୍ଧକ ନିଜ କବର ନିଜେ ଖୋଳୁଥିବା ଦେଖିବାକୁ ମିଳିଛି ।  ଭିଡିଓରେ ହମାସ୍‌ର କ୍ରୂରତା ଏବଂ ଗାଜାରେ ଇସ୍ରାଏଲ ବନ୍ଧକଙ୍କ ଉପରେ ଅମାନବୀୟ  ଅତ୍ୟାଚାର ପୁଣି ଦୁନିଆ ସାମ୍‌ନାକୁ ଆସିଛି ।  ୪୮ ଘଣ୍ଟା ଭିତରେ ଇସ୍ରାଏଲ ବନ୍ଧକଙ୍କ ଦ୍ୱିତୀୟ ଭିଡିଓ ଜାରି କରିଛି ହମାସ୍‌ । ଏପରି ଭିଡିଓ  ଇସ୍ରାଏଲ ବାସୀ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ  ବେଞ୍ଜାମିନ୍‌ ନେତନ୍ୟାହୁଙ୍କୁ ଚିନ୍ତାରେ ପକାଇଛି । 

ଏଥିରେ ଦେଖିବାକୁ ମିଳିଛି, ୨୦୨୩  ଅକ୍ଟୋବର ୭ରେ ହମାସ୍‌ ଦ୍ୱାରା ଅପହୃତ ହୋଇଥିବା ଇସ୍ରାଏଲ ନାଗରିକ ୨୪ ବର୍ଷୀୟ  ଇଭ୍ୟାତର ଡେଭିଡ୍‌ ଏକ ସଂକୀର୍ଣ୍ଣ ସୁଡ଼ଙ୍ଗରେ ମାଟି ଖୋଳୁଛନ୍ତି । ଏଥିରେ ସେ ବେଶ୍‌ ଦୁର୍ବଳ  ଏବଂ ନିର୍ଜୀବ ଦେଖାଯାଉଛନ୍ତି । ସେ ଏକ  ହାଫ୍‌ପ୍ୟାଣ୍ଟ ପିନ୍ଧିଛନ୍ତି । କ୍ୟାମେରା ଆଡ଼କୁ  ଦେଖି କହୁଛନ୍ତି, ‘ମୁଁ ନିଜ କବର ନିଜେ ଖୋଳୁଛି । ମୋ ଶରୀର ଦିନକୁ ଦିନ ଦୁର୍ବଳ  ହୋଇଚାଲିଛି । ମୁଁ ମୃତ୍ୟୁ ଆଡ଼କୁ ବଢ଼ୁଛି । ଏହା ହିଁ ମୋ କବର, ଯେଉଁଠି ମୋତେ ପୋତାଯିବ ।’ 

ଡେଭିଡଙ୍କ ସ୍ୱାସ୍ଥ୍ୟ ଦେଖିଲେ ଜଣାପଡ଼ୁଛି ଯେ ସେ ଦୀର୍ଘ ଦିନ ହେଲା ଖାଦ୍ୟ  ଖାଇନାହାନ୍ତି । ସେ ବେଶ୍‌ କ୍ଷୀଣ ସ୍ୱରରେ କଥା  ହେଉଛନ୍ତି । ଏପରିକି ସେ ଠିକ୍‌ରେ ଚାଲି  ମଧ୍ୟ ପାରୁନାହାନ୍ତି । ଡେଭିଡ୍‌ଙ୍କ ପରିବାର ଲୋକେ କହିଛନ୍ତି,  ପୁଅକୁ ଜାଣିଶୁଣି ଭୋକିଲା ରଖାଯାଇଛି । ହମାସ୍‌ ଡେଭିଡ୍‌ଙ୍କ ଜରିଆରେ ନିଜ ପ୍ରଚାର  କରିବାକୁ ଚାହୁଁଛି । ଏହା ଦୁନିଆର ସବୁଠୁ  ଭୟାବହ କାର୍ଯ୍ୟ । ପ୍ରଧାନମନ୍ତ୍ରୀ ନେତ୍ୟନ୍ୟାହୁ ଡେଭିଡ୍‌ଙ୍କ ପରିବାର ସହ କଥା ହୋଇଛନ୍ତି ।  ସରକାର ସମସ୍ତ ବନ୍ଧକଙ୍କୁ ସୁରକ୍ଷିତ ଭାବେ  ମୁକୁଳାଇବା ଆଣିବାକୁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି ବୋଲି ନେତନ୍ୟାହୁ କହିଛନ୍ତି ।  

ପ୍ରକାଶଥାଉ କି, ପୂର୍ବରୁ ହମାସ୍‌ ଆଉ ଏକ  ଭିଡିଓ ଜାରି କରିଥିଲା । ଏଥିରେ ୨୧ ବର୍ଷୀୟ  ରୋମ ବ୍ରାସଲାଭସ୍କିଙ୍କୁ ବେଶ୍‌ ଦୁର୍ବଳ ଏବଂ ରୋଗିଣା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ଇସ୍ରାଏଲ ସେନା ହମାସ୍‌କୁ  ଚେତାବନୀ ଦେଇଛି । ତୁରନ୍ତ ଇସ୍ରାଏଲ  ବନ୍ଧକଙ୍କୁ ମୁକ୍ତ ନ କଲେ ଗାଜାରେ ଅବିରତ  ଆକ୍ରମଣ ହେବ ବୋଲି ସେନା ପକ୍ଷରୁ  ବୟାନ ଜାରି କରାଯାଇଛି ।

 ଇସ୍ରାଏଲ ସେନା  ଅନୁସାରେ, ହମାସ୍‌ ୨୫୧ ଜଣଙ୍କୁ ଅପହରଣ  କରିଥିଲା । ବନ୍ଦୀ ଅଦଳବଦଳ ପରେ ଆଉ ୪୯  ଇସ୍ରାଏଲ ନାଗରିକ ହମାସ୍‌ କବଳରେ ଥିଲେ । ସେମାନଙ୍କ ମଧ୍ୟରୁ ୨୭ ଜଣଙ୍କ ମୃତ୍ୟୁ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.