ଆଇଜଲ,୦୪/୦୮: ମିଜୋରାମର ରାଜଧାନୀ ଆଇଜଲରେ ୩୦୦ କୋଟିରୁ ଅଧିକ ଟଙ୍କାର ଡ୍ରଗ୍ସ ଜବତ କରାଯାଇଛି । ଜବତ ଡ୍ରଗ୍ସ ମଧ୍ୟରେ ରହିଛି କ୍ରିଷ୍ଟଲ ମେଥାମଫେଟାମାଇନ୍ ଏବଂ ହେରୋଇନ । ଏହି ଘଟଣାରେ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।
ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ପୁଲିସ ଆଇଜଲରେ ଏକ ଗୋପନ ଅଭିଯାନ ଚଳାଇଥିଲା । ପୁଲିସ ବିଭାଗର ସିଆଇଡି ଏବଂ ସ୍ଥାନୀୟ ଏନ୍ସିବି ଅଧିକାରୀମାନେ ମିଳିତ ଭାବେ ଏହି ଅଭିଯାନ ଚଳାଇଥିଲେ । ଏହି ସମୟରେ ଜେମାବାକ ଓ ସେଲିଙ୍ଗ ଅଞ୍ଚଳ ଦେଇ ଯାଉଥିବା ଏକ ପିକଅପ୍ ଭ୍ୟାନକୁ ଅଟାଇଥିଲେ । ଭ୍ୟାନ୍କୁ ଯାଞ୍ଚ କରାଯିବା ସମୟରେ ସେଥିରେ ଲୁଚାଇ ରଖାଯାଇଥିବା ଏକ ଡବା ଭିତରୁ ୨୦.୩ କି.ଗ୍ରା କ୍ରିଷ୍ଟଲ ମେଥାମଫେଟାମାଇନ ମିଳିଥିଲା । ଜବତ ଡ୍ରଗ୍ସର ମୂଲ୍ୟ ଆନ୍ତର୍ଜାତିକ ବଜାରରେ ପ୍ରାୟ ୩୦୦ କୋଟି ଟଙ୍କା ହେବ । ସେହିଭଳି ୧୨୮ଟି ସାବୁନ କେସ୍ ଭିତରେ ଲୁଚାଇ ରଖାଯାଇଥିବା ୧.୬୫ କି.ଗ୍ରାର ହେରୋଇନ ମଧ୍ୟ ମିଳିଥଲା । ଏହି ଘଟଣାରେ ଉକ୍ତ ଭ୍ୟାନ୍ର ଡ୍ରାଇଭରଙ୍କୁ ଗିରଫ କରାଯାଇଛି ।