ପ୍ରମୂଖ ଖବର
  • ଡିଭିଲିୟର୍ସଙ୍କ ବିସ୍ଫୋରକ ଶତକ, ସାଉଥ୍ ଆଫ୍ରିକା ଚାମ୍ପିଅନ୍‌, ହାରିଲା ପାକିସ୍ତାନ
  • ||
  • ସୁନ୍ଦରଗଡ଼: ରେଳ ଧାରଣା ଉଡ଼ାଇଲେ ମାଓବାଦୀ, ମାଲବାହୀ ଟ୍ରେନ ଚଳାଚଳ ବନ୍ଦ
  • ||
  • ରାଉରକେଲା; ବ୍ରାହ୍ମଣୀ ନଦୀକୁ ଡେଇଁ ଯୁବକ ନିଖୋଜ, ସର୍ଚ୍ଚ ଅପରେସନ ଜାରି
  • ||
  • ତାମିଲ ଅଭିନେତା-କମେଡ଼ିଆନ ଏସ୍‌. କୃଷ୍ଣମୂର୍ତ୍ତି ଦେହାନ୍ତ, ୭୧ ବର୍ଷ ବୟସରେ ପରଲୋକ
  • ||
  • ଢେଙ୍କାନାଳ : ଅଜଣା ଯୁବକଙ୍କ ଗଳିତ ମୃତଦେହ ଠାବ, ତଦନ୍ତ କରୁଛି ପୁଲିସ
  • ||
  • ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା, ଆଜି ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ ସହ ଶ୍ରୀକ୍ଷେତ୍ର ପରିକ୍ରମା କରିବେ
  • ||
  • ବୌଦ୍ଧ: ଭିଜିଲାନ୍ସ ପଞ୍ଝାରେ ବୌଦ୍ଧ ଏମ୍‌ଭିଆଇ ଗୋଳାପ ଚନ୍ଦ୍ର ହାଁସଦା ,ଏକାକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କ ନଡ଼ିଆ ସଂଗ୍ରହ ଗାଡ଼ିର କରିବେ ଶୁଭ ଉଦ୍‌ଘାଟନ
  • ||
  • ରାୟଗଡ଼ା : ଦୋକାନ ଘର ଉପରେ ଚଢିଗଲା ଟ୍ୟାଙ୍କର; ଜଣେ ମୃତ ୨ ଗୁରୁତର
  • ||
  • ଅଧ ରାତିରେ ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ
  • ||
  • ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣା, ଆଜି ଦିଲ୍ଲୀ ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ ପରେ ମରଶରୀର ଓଡ଼ିଶା ଅଣାଯିବ
  • ||
  • ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା,ଘଟଣାରେ କାହାର ସମ୍ପୃକ୍ତି ନାହିଁ କହିଲା ପୁଲିସ, ରାଜନୀତି କରନି କହିଲେ ବାପା
  • ||
  • ବାଲେଶ୍ୱର : ଦହିସଡା ପାଟଣା ସାହିରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୨ ବଖରା ଘର
  • ||
  • ଦିନରେ ଗୁଳୁଗୁଳି, ରାତିରେ ବର୍ଷା; ଆଜି ଉତ୍ତର ଓଡ଼ିଶାରେ ଅଳ୍ପ, ଦକ୍ଷିଣରେ କାଁଭାଁ ବର୍ଷା ସମ୍ଭାବନା
  • ||

ଜୁଲାଇରେ ୧.୯୬ ଲକ୍ଷ କୋଟିର ଜିଏସ୍‌ଟି ଆଦାୟ, ଓଡ଼ିଶାରୁ ୪୯୯୧ କୋଟି ସଂଗ୍ରହ

Published By : Manoj | August 2, 2025 11:41 AM

ନୂଆଦିଲ୍ଲୀ,୦୨/୦୮: ଚଳିତ ବର୍ଷ  ଜୁଲାଇରେ କେନ୍ଦ୍ର ସରକାର ୧.୯୬ ଲକ୍ଷ  କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ  (ଜିଏସ୍‌ଟି) ଆଦାୟ କରିଛନ୍ତି ।  ବାର୍ଷିକ ଭିତ୍ତିରେ ପରୋକ୍ଷ  ଟିକସ ଆଦାୟ ୭.୫%  ବଢ଼ିଥିବା ଅର୍ଥମନ୍ତ୍ରଣାଳୟ  ପକ୍ଷରୁ ଶୁକ୍ରବାର  ସୂଚନା ମିଳିଛି । ୨୦୨୪  ଜୁଲାଇରେ ୧.୮୨ ଲକ୍ଷ  କୋଟି ଟଙ୍କାର ଜିଏସ୍‌ଟି ଆଦାୟ  ହୋଇଥିଲା । ଓଡ଼ିଶାରେ ଜିଏସ୍‌ଟି ଆଦାୟ  ୧% ବୃଦ୍ଧି ହୋଇ ୪୯୯୧ କୋଟି ରହିଛି ।  ଜୁନରେ ଏହା ୪୯୨୫ କୋଟି ଥିଲା । 

ଚଳିତ ବର୍ଷ ଜୁନ ତୁଳନାରେ  ଜୁଲାଇରେ ସାରା ଦେଶରେ ଅଧିକ ୧୧  ହଜାର କୋଟି ଜିଏସ୍‌ଟି ଆଦାୟ ହୋଇଛି ।  ଜୁନରେ ଆଦାୟ ୧.୮୫ ଲକ୍ଷ କୋଟି ଟଙ୍କା  ଥିଲା । ଏହା ପୂର୍ବରୁ ଏପ୍ରିଲ ୨୦୨୫ରେ  ରେକର୍ଡ ୨.୩୭ ଲକ୍ଷ କୋଟିର ଜିଏସ୍‌ଟି  ଆଦାୟ ହୋଇଥିଲା । ମେ ମାସରେ  ୨.୦୧ ଲକ୍ଷ କୋଟିର ଜିଏସ୍‌ଟି  ଆଦାୟ ହୋଇଥିଲା ।  ଜୁଲାଇର ମୋଟ ପରୋକ୍ଷ  ଟିକସ ମଧ୍ୟରୁ ୯୯,୨୫୦  କୋଟିର ସମନ୍ୱିତ  ଜିଏସ୍‌ଟି, ୩୩,୪୫୦  କୋଟିର କେନ୍ଦ୍ରୀୟ ଜିଏସ୍‌ଟି  (ସିଜିଏସ୍‌ଟି), ୪୧,୬୦୦ କୋଟିର  ରାଜ୍ୟଜିଏସ୍‌ ଟି(ଏସ୍‌ଜିଏସ୍‌ଟି) ଏବଂ  ୨୧,୭୦୦ କୋଟି ଟଙ୍କାର ସେସ୍‌ ରହିଛି ।  ଆମଦାନିରୁ ସମନ୍ୱିତ ଜିଏସ୍‌ଟି ଆଦାୟ  ୧୦.୩% ବଢ଼ିଛି । ରିଫଣ୍ଡ ୬୮.୮% ବୃଦ୍ଧି  ହୋଇ ୨୭,୧୪୭ କୋଟି ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.