ନୂଆଦିଲ୍ଲୀ,୨୬/୦୬: ତିରୁମାଳା ତରୁପତି ମନ୍ଦିରକୁ ୧ କୋଟି ଟଙ୍କା ଦାନ କଲେ ଗୁଗୁଲ ଉପାଧ୍ୟକ୍ଷ ଚନ୍ଦ୍ରଶେଖର ଥୋଟା। ଚନ୍ଦ୍ରଶେଖର ତିରୁମାଳାର ଟିଟିଡ଼ି ଚେୟାରମ୍ୟାନ ବିଆର୍ ନାଇଡ଼ୁଙ୍କୁ ଏହି ଚେକ୍ ପ୍ରଦାନ କରିଛନ୍ତି । ଏହି ଦାନକୁ ନେଇ ମନ୍ଦିର ସମିତି ତରଫରୁ ସୂଚନା ମିଳିଛି।
ସୂଚନା ଅନୁଯାୟୀ,ଗୁଗୁଲ ଉପାଧ୍ୟକ୍ଷ ଚନ୍ଦ୍ରଶେଖର ଗୁରୁବାର ଦିନ ଟିଟିଡ଼ିର ଟ୍ରଷ୍ଟକୁ ୧ କୋଟି ଟଙ୍କା ଦାନ କରିଛନ୍ତି । ଚନ୍ଦ୍ରଶେଖର ଥୋଟା ଅନେକ ଥର ତିରୁମାଳା ତିରୁପତିଙ୍କ ଦର୍ଶନ ପାଇଁ ଯାଇଛନ୍ତି । ଏଥିସହ ଅନେକ ଥର ଦାନ ମଧ୍ୟ କରିଛନ୍ତି । ତେବେ ତିରୁପତି ବିଶ୍ୱର ସବୁଠୁ ଧନୀ ମନ୍ଦିର ଟ୍ରଷ୍ଟ। ୨୦୨୪ ମସିହାର ଏକ ରିପୋର୍ଟ ଅନୁସାରେ, ମନ୍ଦିର ଟ୍ରଷ୍ଟ ୨୦୨୪ରେ ୧୧୬୧ କୋଟି ଟଙ୍କା ଏଫ୍ଡ଼ି କରାଇଥିଲେ। ଯାହା ବର୍ତ୍ତମାନ ସୁଦ୍ଧା ସବୁଠୁ ଅଧିକ ଟଙ୍କାର ଜମାରାଶି । ଏହା ବ୍ୟତୀତ ଟ୍ରଷ୍ଟର ବ୍ୟାଙ୍କରେ ମୋଟ ୧୩୨୮୭ କୋଟି ଟଙ୍କାର ଏଫଡ଼ି ରହିଛି । ଏହା ଦେଶର ଗୋଟିଏ ଏଭଳି ମନ୍ଦିର ଯାହା ଗତ ୧୨ ବର୍ଷରେ ଅତିକମ୍ରେ ୫୦୦ କିମ୍ବା ତାଠାରୁ ଅଧିକ ଟଙ୍କା ବ୍ୟାଙ୍କରେ ଜମା କରିସାରିଛି। ତିରୁମାଳା ମନ୍ଦିରକୁ ପ୍ରତିବର୍ଷ ଅତିକମରେ ଏକ ଟନ୍ ସୁନା ଦାନରେ ମିଳିଥାଏ। ଯେଉଁଥିପାଇଁ ଏହାକୁ ସବୁଠୁ ଧନୀ ଟ୍ରଷ୍ଟ ଅଟେ ।