ପ୍ରମୂଖ ଖବର
  • ଆଇପିଏଲ୍ ୨୦୨୫: ଆଜି ଗୁଜରାଟ ଟାଇଟନ୍ସ-ପଞ୍ଜାବ କିଙ୍ଗ୍‌ସ ଲଢ଼େଇ, ଫୋକସ୍‌ରେ ପଣ୍ଟିଂ-ଆୟର ଯୋଡ଼ି
  • ||
  • ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା-ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ଏକକାଳୀନ ୯ଟି ସ୍ଥାନରେ ରେଡ୍
  • ||
  • ବିଧାନସଭାରେ ଅଚଳାବସ୍ଥା ଜାରି, ଶାସକ-ବିରୋଧୀଙ୍କ ଜିଦ ଯୋଗୁଁ ଚାଲିପାରୁନି ଗୃହ
  • ||
  • ନନ୍ଦନକାନନ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା, ସ୍ଥାୟୀ ନିଯୁକ୍ତି ଦାବିରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ
  • ||
  • ରାଜ୍ୟରେ ବଦଳିବ ପାଗର ମିଜାଜ୍, ଉପରମୁହାଁ ​‌ହେବ ପାରଦ: ୩ ଦିନରେ ୫ ଡିଗ୍ରୀ ବଢ଼ିବ ତାତି
  • ||

ଖେଳୁଥିବା ବେଳେ ପୋଖରୀରେ ବୁଡିଗଲା ଶିଶୁ କନ୍ୟା, ଚାଲିଗଲା ଜୀବନ

Published By : Prameya | January 30, 2025 5:13 PM

ପାଟଣା,୩୦।୧ :  ସାଙ୍ଗମାନଙ୍କ ସହ  ଖେଳୁଥିବା ବେଳେ ଅଜାଣତରେ ପୋଖରୀରେ ବୁଡି ୪ ବର୍ଷର ଶିଶୁକନ୍ୟାର ମୃତ୍ୟୁ ଘଟିଛି ।ମୃତ ଶିଶୁ କନ୍ୟା ହେଲେ ଛେଳିଆନାଳ ଗ୍ରାମର ଲୋକନାଥ ନାଏକଙ୍କ ୪ ବର୍ଷର ଝିଅ ଲିତିସା ନାଏକ । 

ଘର ନିକଟରେ ସାଙ୍ଗ ମାନଙ୍କ ସହ   ଶିଶୁ କନ୍ୟା ଟି ଖେଳୁଥିବା ବେଳେ ଘର ପାଖ ପୋଖରୀରେ ବୁଡି ଯାଇଥିଲା।ଘର ଲୋକେ ଖୋଜାଖୋଜି କରିବା ବେଳେ ଝିଅର ଚପଲ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ।  ପୋଖରୀରୁ ଶିଶୁକନ୍ୟାର ମୃତ ଦେହ ଉଦ୍ଧାର କରି   ଭଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ଶିଶୁ କନ୍ୟାକୁ  ମୃତ ଘୋଷଣା କରିଥିଲେ। ଖବର ପାଇ ବାରିଆ ପୋଲିସ ଡାକ୍ତର ଖାନାରେ ପହଁଞ୍ଚି  ଶବକୁ ଜବତ କରି ଘଟଣାର ତଦନ୍ତ କରୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.