ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଦୁର୍ବୃତ୍ତଙ୍କ ଉନ୍ମତ୍ତ କାଣ୍ଡ, ଘରେ ଚୋରି ପାଇଁ ପଶି ଦମ୍ପତ୍ତିଙ୍କୁ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର,୧୧/୦୯: ଚୋରି କରିବା ପାଇଁ ଘରେ ପଶିଥିଲା ଦୁର୍ବୃତ୍ତ । ଧରା ପଡ଼ିବା ଭୟରେ ଦମ୍ପତ୍ତିଙ୍କୁ ମରଣାନ୍ତକ ଆକ୍ରମଣ କଲା । ଏହି ଆକ୍ରମଣରେ ସ୍ୱାମୀ ସତୀଶ କୁମାର ସୁବୁଦ୍ଧି ଏବଂ ସ୍ତ୍ରୀ ଶ୍ରବନ୍ତି ସୁବୁଦ୍ଧି ଗୁରୁତର ଭାବେ ଆହତ ହୋଇଛନ୍ତି ।  ବ୍ରହ୍ମପୁର ବଡବଜାର ଥାନା ଗୌଡ଼ ସାହିରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ସତୀଶ ଜଣେ ସୁନା ବ୍ୟବସାୟୀ । ସେ ମଙ୍ଗଳବାର ରାତିରେ ଖାଇ ସାରି ଘରେ ଶୋଇଥିଲେ । ବୁଧବାର ଭୋର ସମୟରେ ଘର ଭିତରେ ଶବ୍ଦ ହେଉଥିବା ଶୁଣି ଶ୍ରବନ୍ତି ତାଙ୍କ ସ୍ୱାମୀଙ୍କୁ ଉଠାଇଥିଲେ । ସେମାନେ ବାହାରକୁ ଆସି କଣ ହେଉଛି ଦେଖିବା ବେଳକୁ ଘରୁ ଚୋରି କରିବା ପାଇଁ ଆସିଥିବା ଦୁର୍ବୃତ୍ତ ଜଣଙ୍କ ଖଣ୍ଡାରେ ସତୀଶଙ୍କୁ ଆକ୍ରମଣ ହୋଇଥିଲା । ସତିଶଙ୍କ ବେକରେ ଖଣ୍ଡା ଚୋଟ ପକାଇ  ତାଙ୍କ ସ୍ତ୍ରୀଙ୍କ ଦୁଇ  ହାତ ଖଣ୍ଡା ଚୋଟ ପକାଇଛି ଚୋର । ସ୍ୱାମୀଙ୍କୁ ହାଣି ଦେଉଥିବା ଦେଖି ଶ୍ରବନ୍ତି ତାହାର ପ୍ରତିବାଦ କରିଥିଲେ । ଏହା ଦେଖି ମହିଳା ଜଣଙ୍କ ଘର ବାହାରକୁ ଆସି ଚିତ୍କାର କରିଥିଲେ । ମହିଳାଙ୍କ ଚିତ୍କାର ଶୁଣି ସାହି ଲୋକ ସେଠାରେ ପହଞ୍ଚି ଉଭୟ ଆହତଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ଏହି ଘଟଣା ସମ୍ୱନ୍ଧରେ ପୋଲିସକୁ ଖବର ଦେଇଥିଲେ ସାହି ଲୋକେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଆହତଙ୍କୁ ମେଡିକାଲରେ ଭେଟି ଘଟଣା ସମ୍ପର୍କରେ ପଚରାଉଚରା କରୁଛି । ଲୂଟେରା ଜଣଙ୍କ ଘର ଉପର ମହଲାରେ ଗ୍ରୀଲ କାଟି ଘରେ ପଶି ଏହି କାଣ୍ଡ କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଏହି ଘଟଣାକୁ ନେଇ ଅଞ୍ଚଳରେ ଓ ବ୍ୟବସାୟୀଙ୍କ ମହଲରେ ଚାଞ୍ଚଲ୍ୟ ଖେଳିଯାଇଛି।

 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.