ଭୁବନେଶ୍ୱର,୨୯/୦୫: ୟୁନିଟ୍-୨ ଅଞ୍ଚଳରେ ଥିବା ସରକାରୀ କ୍ୱାର୍ଟର୍ସ ଖାଲି କରିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । କ୍ୟାପିଟାଲ ରି-ଡେଭଲପମେଣ୍ଟ ପ୍ରକଳ୍ପ ପାଇଁ ମୋଟ ୪୧୦ ଘର ଭଙ୍ଗାଯିବ । ୬ ମାସ ଭିତରେ ଏହି ସବୁ କ୍ୱାର୍ଟର୍ସ ଭାଙ୍ଗିବାକୁ ଜିଏ ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।
ଏହା ସହ ନୂଆ କ୍ୱାର୍ଟର୍ସ ପାଇଁ ଆବେଦନ କରିବାକୁ କୁହାଯାଇଛି । ଡିସେମ୍ବର ୨୦୨୫ ଭିତରେ ଅବସର ନେବାକୁ ଯାଉଥିବା ସରକାରୀ ଅଧିକାରୀ ଓ କର୍ମଚାରୀ ମାନେ କ୍ୱାର୍ଟର୍ସ ପାଇଁ ଆବେଦନ କରି ପାରିବେ ନାହିଁ ବୋଲି ନୋଟିସରେ ଉଲ୍ଲେଖ ରହିଛି । ୪୧୦ ଘର ମଧ୍ୟରୁ ୨୧୮ଟି ଘରକୁ ଖାଲି କରାଯାଇଛି । ବାକି ୧୯୨ ଘରକୁ ଖାଲି କରିବାକୁ ଜିଏ ପକ୍ଷରୁ ନୋଟିସ୍ ହୋଇଛି ।
ଜାନୁଆରୀ ୩୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । କ୍ୟାପିଟାଲ ରି- ଡେଭଲପମେଣ୍ଟ ପ୍ରକଳ୍ପରେ ଭର୍ଟିକାଲ ଆକାରରେ ନୂଆ ଘର ନିର୍ମାଣ କରାଯିବ । ପିପିପି ମୋଡ୍ରେ ଏହି ସବୁ କ୍ୱାଟର୍ସ ନିର୍ମାଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।