ପ୍ରମୂଖ ଖବର
  • ଚାମ୍ପିୟନ ଟ୍ରଫି, ଟସ୍ ଜିତି ବାଂଲାଦେଶର ବ୍ୟାଟିଂ ନିଷତ୍ତି, ବୋଲିଂ କରିବ ଭାରତ
  • ||
  • କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ଘଟଣା, ସିନ ରିକ୍ରିଏସନ କରୁଛି ସ୍ପାଇଡର ସତୀଶ
  • ||
  • ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା
  • ||
  • କିଟ୍‌ ଛାତ୍ରୀଙ୍କ ମୃତ୍ୟୁ ଘଟଣା: ପୁୁରୁଷ ବନ୍ଧୁର ହେବ ଭଏସ୍‌ ସ୍ପେକ୍ଟ୍ରୋଗ୍ରାଫି ଟେଷ୍ଟ୍‌
  • ||
  • କଟକ : ବନ୍ଦ ଘରୁ ମିଳିଲା ମହିଳାଙ୍କ ମୃତଦେହ, ହତ୍ୟା ଅଭିଯୋଗ
  • ||
  • ଭଦ୍ରକ : ଗୁଡିଆ ସାହିରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଟାଙ୍କି ଫାଟି ପରିବାରର ୩ ସଦସ୍ୟ ଗୁରୁତର
  • ||
  • ସମ୍ବଲପୁରରେ ଛାତ୍ରୀଙ୍କୁ କ୍ଷତବିକ୍ଷତ ଅବସ୍ଥାରେ ଉଦ୍ଧାର ଘଟଣା, ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତରଣ
  • ||
  • ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କୁ ଆତ୍ମହତ୍ୟା ଘଟଣା: ୩ ଦିନିଆ ରିମାଣ୍ଡରେ ପୁରୁଷ ବନ୍ଧୁ, ଜେରା କରିବ ପୁଲିସ
  • ||
  • ସମ୍ୱଲପୁର ବିଶ୍ୱବିଦ୍ୟାଳୟରେ ଅଘଟଣ, ଛାତ୍ରୀଙ୍କୁ ସଂଘବଦ୍ଧ ଆକ୍ରମଣ କଲେ ଦୁର୍ବୃତ୍ତ
  • ||
  • ଆଜିଠୁ ଜାତୀୟ ସିନିୟର କବାଡ଼ି ଚାମ୍ପିଅନସିପ୍‌, ଭାଗ ନେବେ ୩୪ ଦଳ
  • ||
  • ଦାରିଙ୍ଗବାଡ଼ି : ମଣିପୁର ଗ୍ରାମରେ କାଳ ବୈଶାଖୀର ପ୍ରଭାବ, ପବନରେ ଉଡ଼ିଗଲା ଛପର
  • ||
  • ବଡ଼ବିଲ : ଟ୍ରଲରକୁ ଧକ୍କା ଦେଲା ହାଇୱା, କ୍ୟାବିନ୍‌ରେ ଚାପି ହୋଇ ଡ୍ରାଇଭର ମୃତ
  • ||
  • କଟକ : ବେଲେଶ୍ୱର ବୃଦ୍ଧ ଦମ୍ପତି ହତ୍ୟା ଘଟଣା, ରିମାଣ୍ଡରେ ଆସିବ ମୁଖ୍ୟ ଅଭିଯୁକ୍ତ
  • ||
  • ଚାମ୍ପିଅନ୍ସ ଟ୍ରଫି ୨୦୨୫: ଆଜି ବାଂଲାଦେଶ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ, ମନ୍ଥର ପିଚ୍‌ରେ ସ୍ପିନ୍‌ ପରୀକ୍ଷା
  • ||
  • ଆଜି ଦିଲ୍ଲୀର ୪ର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଖା ଗୁପ୍ତା, ରାମଲୀଲା ମୈଦାନରେ ଭବ୍ୟ ଆୟୋଜନ
  • ||
  • ରାଜ୍ୟରେ ବଦଳିଲା ପାଗର ମିଜାଜ୍: ଆଜି ୨୨ ଜିଲ୍ଲାରେ ବର୍ଷା ସମ୍ଭାବନା,୨୩ ଯାଏ ବର୍ଷା, ୨୪ରୁ କମିବ
  • ||

ଧାନ ଚାଷ ରୁ ମାଛ ଚାଷ: ଟିଏସ୍‌ଏଫ୍ ପକ୍ଷରୁ ଯୋଡ଼ା ଅଞ୍ଚଳର ୩୯୨ ଚାଷୀଙ୍କ ଜୀବନଜୀବିକାରେ ରୂପାନ୍ତରଣ

Published By : Bijay Swain | February 19, 2025 12:07 AM

ଯୋଡା,୧୮/୦୨: କେନ୍ଦୁଝର ଜିଲ୍ଲାର ଯୋଡ଼ା ଅଞ୍ଚଳରେ ଥିବା ଚାଷୀମାନଙ୍କୁ ସହଯୋଗ କରିବା ଲାଗି ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌) ନିରନ୍ତର ଉଦ୍ୟମ ଜାରି ରଖିଛି। ଏହି ଅଞ୍ଚଳରେ ମାଛ ଚାଷ ମାଧ୍ୟମରେ ଚାଷୀମାନଙ୍କ ଜୀବନଜୀବିକାରେ ହୋଇଥିବା ଉନ୍ନତି ସ୍ପଷ୍ଟ ଭାବେ ପରିଲକ୍ଷିତ ହେଉଛି। 

ଯୋଡ଼ାର ସ୍ଥାନୀୟ ଅର୍ଥନୀତି ମୁଖ୍ୟତଃ, ଖଣି ଓ ଧାନ ଚାଷ  ଉପରେ ନିର୍ଭରଶୀଳ। ଅନିୟମିତ ବର୍ଷା ଓ ଫସଲ ଅମଳରେ ଲଗାତାର ଦେଖାଦେଉଥିବା ଅସ୍ଥିରତା ଦ୍ୱାରା ଏହି ଅଞ୍ଚଳର ଚାଷ ପ୍ରଭାବିତ ହେଉଥିଲା। ତେଣୁ ଏହି ଅଞ୍ଚଳରେ ଫସଲରେ ବିବିଧତା ଆଣିବା ଏକ ଆବଶ୍ୟକତା ହୋଇପଡ଼ିଥିଲା।

ଏହି ସମସ୍ୟାକୁ ବୁଝିପାରି,  ଟିଏସ୍‌ଏଫ୍ ସହଯୋଗ କରିବା ପରେ ଏହି ଅଞ୍ଚଳର ୩୯୨ ଜଣ ଚାଷୀ ପୋଖରୀରେ ମାଛ ଚାଷ ଭଳି କାର୍ଯ୍ୟ ହାତକୁ ନେଇ ନିଜ ଆୟ ବଢ଼ାଇବାରେ ସକ୍ଷମ ହୋଇଛନ୍ତି। 

ଯୋଡ଼ା ଅନ୍ତର୍ଗତ ସରସପୋଷୀ ଅଞ୍ଚଳର ସେଭଳି ଜଣେ ଚାଷୀ ହେଉଛନ୍ତି ସୁବାସ ମହାନ୍ତ। ଟିଏସ୍‌ଏଫ୍‌ର ମାର୍ଗଦର୍ଶନ ଓ ସହଯୋଗରେ ସେ ନିଜ ଚାଷ ଜମିରେ ପୋଖରୀ ଖୋଳି ମାଛ ଚାଷ ଆରମ୍ଭ କରିଛନ୍ତି। ଗତବର୍ଷ ବଡ଼ଦିନ ସମୟରେ ସେ ୧୩୨ କିଲୋ ମାଛ ଅମଳ କରିଥିଲେ। ମାଛ ଚାଷର ସେହି ସଫଳତାରେ ଉତ୍ସାହିତ ହୋଇ ସେ ଚଳିତ ବର୍ଷ ମାର୍ଚ୍ଚ ମାସ ରେ ଆଉ ଥରେ ମାଛ ଅମଳ କରିବାକୁ ଯୋଜନା କରିଛନ୍ତି।

ସୁବାସ କହିଛନ୍ତି ଯେ, “ମାଛ ଚାଷ ଆମ ପାଇଁ ନୂଆ ସୁଯୋଗ ଆଣିଦେଇଛି। ଏଥିପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନକୁ ଆମେ ଧନ୍ୟବାଦ ଜଣାଇବାକୁ ଚାହୁଁଛୁ। ମୋର ଏବେ ଏକ ସ୍ଥିର ଦ୍ୱିତୀୟ ଆୟ ଅଛି ଏବଂ ତାହା ବଢ଼ାଇବା ପାଇଁ ମୁଁ ଚେଷ୍ଟା ଜାରିରଖିଛି ।’’ ସୁବାସଙ୍କ ସଫଳତା ଗ୍ରାମୀଣ ସମୁଦାୟକୁ ସଶକ୍ତ କରିବାରେ ମାଛ ଚାଷ ଓ ଟିଏସ୍‌ଏଫ୍ ଗ୍ରହଣ କରୁଥିବା ଭୂମିକା ଉପରେ ଆଲୋକପାତ କରୁଛି। 

ପୋଖରୀଗୁଡ଼ିକ କେବଳ ମାଛ ଚାଷ ନୁହେଁ, ପନିପରିବା ଚାଷରେ ସହାୟକ ହୋଇଛି, ଯାହା ଅତିରିକ୍ତ ଆୟ ପ୍ରଦାନ କରୁଛି। ଅନେକ ଚାଷୀ ନିଜ ପାରମ୍ପରିକ ଚାଷ ପଦ୍ଧତି ସହିତ ମାଛ ଚାଷକୁ ଯୋଡ଼ିଛନ୍ତି ଯାହା ଫସଲ ବିବିଧୀକରଣର ବର୍ଦ୍ଧିତ ଧାରାକୁ ଦର୍ଶାଉଛି।

ପୋଖରୀ ଖୋଳାଯାଇଥିବାରୁ ଏହି ଅଞ୍ଚଳର ଜଳ ଧାରଣ କ୍ଷମତାରେ ଉଲ୍ଲେଖନୀୟ ଉନ୍ନତି ହୋଇପାରିଛି। ଏହା ଜଳ ଉପଲବ୍ଧତାକୁ ବଢ଼ାଇଥିବା ବେଳେ ଉଭୟ ଫସଲ ଚାଷ ଓ ମାଛ ଚାଷରେ ତାହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି, ଫଳରେ ଉତ୍ପାଦକତା ଓ ଜୀବନଜୀବିକାରେ ଉନ୍ନତି ସହିତ ଚାଷୀମାନେ ସଶକ୍ତ ହୋଇପାରିଛନ୍ତି।

ସ୍ଥାନୀୟ ଲୋକମାନଙ୍କ ଜୀବନଜୀବିକାରେ ଉନ୍ନତି ଆଣିବା ହେଉଛି ଟାଟା ଷ୍ଟିଲ୍‌ର ମୁଖ୍ୟ ଉଦ୍ଦେଶ୍ୟ। ମାଛ ଚାଷ ଜରିଆରେ ଅତିରିକ୍ତ ଆୟ ଉତ୍ସ ସୃଷ୍ଟି କରିବା ସେହି ଉଦ୍ଦେଶ୍ୟକୁ ପୂରଣ କରୁଥିବା ବେଳେ ପାରମ୍ପରିକ ଚାଷ ପାଇଁ ଜଳ ଉପଲବ୍ଧତାରେ ମଧ୍ୟ ତାହା ଉନ୍ନତି ଆଣିପାରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.