ପ୍ରମୂଖ ଖବର
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଫରେଷ୍ଟର ସଞ୍ଜୟଙ୍କ ଆତ୍ମହତ୍ୟା ମାମଲା: ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ପିସିସିଏଫ୍‌, ସିସିଏଫ୍‌ ର‌୍ୟାଙ୍କ୍‌ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ

ଭୁବନେଶ୍ୱର/ଭବାନୀପାଟଣା,୨୪/୦୯: ଭବାନୀପାଟଣା ଜାରିଂ ହାଇଟେକ୍‌ ନର୍ସରୀ ଫରେଷ୍ଟର ସଞ୍ଜୟ ନାୟକ ଆତ୍ମହତ୍ୟା ଘଟଣାରେ ସ୍ଥାନୀୟ ଡିଏଫ୍‌ଓଙ୍କ ସଂପୃକ୍ତି ଅଭିଯୋଗ ଆସିବା ପରେ ବିଭାଗୀୟ ତଦନ୍ତ ଆରମ୍ଭ କଲା ବନ ବିଭାଗ । ମାମଲାର  ତଦନ୍ତ ଦାୟିତ୍ୱ ଜଣେ ସିସିଏଫ୍‌ ର‌୍ୟାଙ୍କ୍‌  ଅଧିକାରୀଙ୍କୁ ଦିଆଯାଇଛି । ଏନେଇ ସୂଚନା  ଦେଇଛନ୍ତି ପିସିସିଏଫ୍‌ ଦେବୀଦତ୍ତ ବିଶ୍ୱାଳ ।  

ପିସିସିଏଫ୍‌ ଶ୍ରୀ ବିଶ୍ୱାଳ କହିଛନ୍ତି, ଫରେଷ୍ଟରଙ୍କ ସୁଇସାଇଡାଲ ନୋଟ୍‌ରେ ଡିଏଫ୍‌ଓ ଦେବେନ୍ଦ୍ର ବେହେରାଙ୍କ ସମ୍ପର୍କରେ ଉଲ୍ଲେଖ  ଥିବା ପୁଲିସ ସୂଚନା ଦେବା ପରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଯଥାଶୀଘ୍ର  ତଦନ୍ତ ସାରି ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ  ଦିଆଯାଇଛି । ଦୋଷୀ ଥିବା ନେଇ ତଦନ୍ତରୁ  ଜଣାପଡ଼ିଲେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଫରେଷ୍ଟର ସଞ୍ଜୟ ନାୟକ ନିଜ କ୍ୱାର୍ଟର୍ସରେ  ଆତ୍ମହତ୍ୟା କରିଥିଲେ । ପୁଲିସ ମୃତଦେହ ଉଦ୍ଧାର  ବେଳେ ସୁଇସାଇଡ୍‌ ନୋଟ୍‌ ଜବତ କରିଥିଲା । 

ସଞ୍ଜୟ ସୁଇସାଇଡ୍‌ ନୋଟ୍‌ରେ ଲେଖିଥିଲେ,  ଡିଏଫ୍‌ଓ ଦେବେନ୍ଦ୍ର ବେହେରା ବାରମ୍ବାର ପିସି  ମାଗୁଥିଲେ । ଗତବର୍ଷ ୭ ଲକ୍ଷ ଓ ଗଣେଶ ପୂଜା  ବେଳେ ସେ ଡିଏଫ୍‌ଓଙ୍କୁ ସାଢ଼େ ୩ ଲକ୍ଷ ଟଙ୍କା  ଦେଇଥିଲେ । ଡିଏଫ୍‌ଓଙ୍କ ଘରେ ଏସି ଲଗାଇବା  ସହ ଟ୍ୟୁବ୍‌ୱେଲ ଖୋଳାଇଛନ୍ତି । ଗୋଟିଏ ମନ୍ଦିର  ପାଇଁ ମଧ୍ୟ ୪୦ ହଜାର ଟଙ୍କା ଡୋନେସନ୍‌  ଦେଇଥିଲେ । ପ୍ରମୋସନ ରୋକିବା ଓ ଟ୍ରାନ୍‌ସଫର  ଧମକ ଦେଇ ଡିଏଫ୍‌ଓ ପିସି ମାଗୁଥିବା ସୁଇସାଇଡ୍‌  ନୋଟରେ ସଞ୍ଜୟ ଉଲ୍ଲେଖ କରିଥିଲେ । ଏହି ଘଟଣା  ରାଜ୍ୟରେ ଘୋର ଆଲୋଡ଼ନ ସୃଷ୍ଟି କରିଥିଲା । ସଞ୍ଜୟଙ୍କ ପତ୍ନୀ ପ୍ରିୟଙ୍କା ସୁବୁଦ୍ଧି ସମାନ ଅଭିଯୋଗ  ଆଣିଛନ୍ତି । ଡିଏଫ୍‌ଓ ୭ ଲକ୍ଷ ଟଙ୍କା ପିସି ମାଗି  ମାନସିକ ଚାପ ପକାଇବାରୁ ସଞ୍ଜୟ ଆତ୍ମହତ୍ୟା  କଲେ ବୋଲି ପ୍ରିୟଙ୍କା ଅଭିଯୋଗ କରିଥିଲେ । 

ସଞ୍ଜୟଙ୍କ ପତ୍ନୀଙ୍କ ଅଭିଯୋଗ ପରେ  ପିସିସିଏଫ୍‌ ଶ୍ରୀ ବିଶ୍ୱାଳ କହିଥିଲେ କି, ପୁଲିସ ଯଦି  ପ୍ରାଥମିକ ତଦନ୍ତରେ ଅଫିସରଙ୍କ ସଂପୃକ୍ତି ନେଇ କିଛି ପ୍ରମାଣ ପାଏ, ତାହାହେଲେ ଆମେ ନିଶ୍ଚିତ  ତଦନ୍ତ କରିବୁ । ଯଦି ଚାରା ଦୁର୍ନୀତି ହୋଇଥିବ,  ତାହାହେଲେ ଆମ ପାଖରେ ଡକ୍ୟୁମେଣ୍ଟ୍‌ ପ୍ରମାଣ  ନିଶ୍ଚିତ ଥିବ । କାରଣ ବନବିଭାଗ ପାଖରେ ଏକ  ସବିଶେଷ ଆକାଉଣ୍ଟିଂ ସିଷ୍ଟମ ରହିଛି । ଡବଲ  ଏଣ୍ଟ୍ରି ସିଷ୍ଟମ ଅଛି । ତେଣୁ ଦୁର୍ନୀତି ହୋଇଥିଲେ,  ନିଶ୍ଚୟ ଜଣାପଡ଼ିବ । ତଦନ୍ତ କଲେ ସବୁ ସ୍ପଷ୍ଟ  ହୋଇଯିବ । ପୁଲିସର ପ୍ରାଥମିକ ତଦନ୍ତରୁ ଯଦି  କିଛି ସନ୍ଦେହ କଲାଭଳି ତଥ୍ୟ ମିଳିବ, ଆମେ  ତଦନ୍ତ କରିବୁ । ଦୋଷୀ ବିରୋଧରେ ଆଇନ  ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।  ତେଣୁ ସଞ୍ଜୟଙ୍କ ସୁଇସାଇଡାଲ ନୋଟରୁ  ଡିଏଫ୍‌ଓଙ୍କ ସଂପୃକ୍ତି ଥିବା ଉଲ୍ଲେଖ ଥିବାରୁ ଜଣେ  ସିସିଏଫ୍‌ଙ୍କୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ  ଦିଆଯାଇଥିବା ପିସିସିଏଫ୍‌ ଶ୍ରୀ ବିଶ୍ୱାଳ କହିଛନ୍ତି । 

ଅନ୍ୟପକ୍ଷରେ ଡିଏଫ୍‌ଓ ଶ୍ରୀ ବେହେରା  ଫେରାର ଅଛନ୍ତି । ତାଙ୍କ ବୟାନ୍‌ ରେକର୍ଡ  ରେକର୍ଡ କରିବା ପାଇଁ ସୋମବାର କଳାହାଣ୍ଡି  ଏସପିଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ହେବାକୁ  ତାଙ୍କୁ ନୋଟିସ୍‌ ଦିଆଯାଇଥିଲା । ମାତ୍ର ଡିଏଫ୍‌ଓ  ଆସିଲେ ନାହିଁ । ଭବାନୀପାଟଣା ଜିଲ୍ଲା ପୁଲିସ୍‌  ମୁଖ୍ୟାଳୟରେ ହାଜିର ହେବାକୁ ପୁଲିସ୍‌ ପକ୍ଷରୁ  ତାଙ୍କୁ ଦୁଇଥର ସମନ୍‌ ହୋଇସାରିଛି । ମାତ୍ର  ସେ ଧରାଛୁଆଁ ଦେଉନାହାନ୍ତି । ତାଙ୍କୁ ଯୋଗାଯାଗ  କରାଯିବାକୁ ପ୍ରୟାସ କରାଯାଉଛି । ମାତ୍ର ତାଙ୍କ  ମୋବାଇଲ୍‌ ଫୋନ୍‌ ସ୍ୱିଚ୍‌ ଅଫ୍‌ ରହିଛି । ସେ  ଫେରାର ହୋଇଯାଇଛନ୍ତି ବୋଲି କଳାହାଣ୍ଡି ଏସପି  ଅଭିଳାଷ ଜି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । 

ଘଟଣାରେ ଗତ ଶନିବାର ଭବାନୀପାଟଣା  ଟାଉନ୍‌ ପୁଲିସ୍‌ ମୃତ ଫରେଷ୍ଟର ସଞ୍ଜୟଙ୍କ  ବଡ଼ଭାଇ ରବି ନାରାୟଣ ନାୟକଙ୍କ ବୟାନ୍‌  ରେକର୍ଡ କରିଛି । ପ୍ରକାଶଯୋଗ୍ୟ ଯେ, ଗତ  ବୁଧବାର ଜାରିଂ ହାଇଟେକ୍‌ ନର୍ସରୀର ସେଲ୍‌ଭି  କଲଚର୍‌ ରିସର୍ଚ୍ଚ ୱିଙ୍ଗ ଦାୟିତ୍ୱରେ ଥିବା  ସଞ୍ଜୟ ନାୟକ ତାଙ୍କର ଭବାନୀପାଟଣାସ୍ଥିତ  ସରକାରୀ କ୍ୱାର୍ଟରରେ ଆତ୍ମହତ୍ୟା କରିଥିଲେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.