ପ୍ରମୂଖ ଖବର
  • ଭଦ୍ରକ : ଭଦ୍ରକ ସହରର ଏଲେଖା ନିକଟ ଏକ ଘରୁ ମିଳିଲା ବ୍ରାଉନସୁଗାର ସହ ପୁଳା ପୁଳା ଟଙ୍କା
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଖଣ୍ଡଗିରି ସବରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣୀ
  • ||
  • ବେତନଟୀ : ଟ୍ରକ୍‌ ଧକ୍କାରେ ବୁଲେଟ୍‌ ଚାଳକଙ୍କ ମୃତ୍ୟୁ, ଜଣେ ଆହତ
  • ||
  • ଭଦ୍ରକ : ଶିଶୁ ମହୋତ୍ସବ ମହକ୍‌ ଉଦ୍‌ଘାଟିତ, ଅଂଶ ଗ୍ରହଣ କଲେ ୪୨୨ ଛାତ୍ରଛାତ୍ରୀ
  • ||
  • ମୁନିଗୁଡ଼ା : ଦୋକାନ ଖୋଲିବା ବେଳେ ଲୁଟ୍‌, ସୁନା ବ୍ୟାଗ୍‌ ଧରି ଚମ୍ପଟ ମାରିଲେ ଦୁର୍ବୃତ୍ତ
  • ||
  • ଆଠଗଡ : ୧୪ ଲିଟର ଦେଶୀ ମଦ ଜବତ, ମହିଳା ଗିରଫ
  • ||
  • କନ୍ଧମାଳ : ମୋବାଇଲ ଟାୱାର ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ, ଟାୟାର ଜାଳି ରାସ୍ତାରୋକ
  • ||
  • ରିଆମାଳ : ସନ୍ଦେହ ଜନକ ଭାବେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର
  • ||
  • ତେଲକୋଇରେ କଙ୍ଗାରୁ କୋର୍ଟ, ଦୁଇ ଧାନ ଚୋରଙ୍କ ମୁହଁରେ କାଳି ବୋଳି ଶାସ୍ତି ଦେଲେ ଲୋକେ
  • ||
  • ଚିତ୍ରକୋଣ୍ଡା : ମାଓବାଦୀଙ୍କ ନାଁରେ ଆଦାୟ କରୁଥିଲେ ବଟି, ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • କନ୍ଧମାଳରେ ଅପରେସନ୍‌ ନୀଳ ଜହର, ୧୩୦ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ
  • ||
  • ସାଲେପୁର : ଅଜଣା ଗାଡି ଧକ୍କାରେ ୩ ଆହତ
  • ||
  • ଆଠମଲ୍ଲିକ : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • ରାଜ୍ୟରେ ଲୁଚକାଳି ଖେଳୁଛି ଶୀତ: ଆଜି ୧୧ ଜିଲ୍ଲାରେ ବର୍ଷା ସମ୍ଭାବନା, ବୁଧବାରଠାରୁ ୪ ଡିଗ୍ରୀ କମିବ ତାପମାତ୍ରା
  • ||

କ୍ରିକେଟ ଭାଷାରେ ଭାରତର ବିଦେଶ ନୀତି ବୁଝାଇଲେ ଏସ ଜୟଶଙ୍କର

ନୂଆଦିଲ୍ଲୀ,୨୯/୧୧: ଆଇସିସି ଚମ୍ପିଆନ୍ସ ଟ୍ରଫି ୨୦୨୫ ପାକିସ୍ତାନ ହେବ କି ନାହିଁ ତାହାକୁ ନେଇ ସସପେନ୍ସ ଲାଗି ରହିଛି । ଭାରତୀୟ କ୍ରିକେୟ ବୋର୍ଟ ପ୍ରଥମରୁ ହିଁ ସ୍ପଷ୍ଟ କରିଛି ଭାରତୀୟ କ୍ରିକେଟ ଦଳ ଚମ୍ପିଆନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବ ନାହିଁ । ଚମ୍ପିଆନ୍ସ ଟ୍ରଫି କେଉଁଠି ହେବ ସେ ନେଇ ଆଇସିସି ପକ୍ଷରୁ ଆଜି କିଛି ବଡ ନିଷ୍ପତ୍ତି ଆସିପାରେ । ଏହାରି ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କ୍ରିକେଟ ଭାଷାରେ ଦେଶର ବିଦେଶ ନୀତି ବିଷୟରେ କହିଛନ୍ତି ।

ଭାରତ-ପାକିସ୍ତାନ ମଧ୍ୟରେ କ୍ରିକେଟ ସହିତ ରାଜନୈତିକ ସମ୍ପର୍କ ମଧ୍ୟ ସେତେ ଭଲ ନାହିଁ । ବର୍ତ୍ତମାନ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ପାକିସ୍ତାନ ବିପକ୍ଷରେ ଭାରତର ନୀତିକୁ କ୍ରିକେଟ ଭାଷାରେ ବୁଝାଇଛନ୍ତି । ପୂର୍ବ ଭାରତୀୟ କ୍ରିକେଟର ମହିନ୍ଦର ଅମରନାଥଙ୍କ ଆତ୍ମକଥା 'ଫିୟରଲେସ' ଉନ୍ମୋଚନରେ ଅବସରରେ ଜୟଶଙ୍କର ବିଦେଶ ନୀତି ଉପରେ ଆଲୋଚନା କରିଛନ୍ତି ।

ଜୟଶଙ୍କର କହିଛନ୍ତି, ପାରମ୍ପରିକ ସାଇଡ-ଅନ ପୋଜିସନ ତୁଳନାରେ ତୁମେ ଓପନ ଚେଷ୍ଟ ପୋଜିସନକୁ ଆସିଥିଲ ।ସେହି ସମୟରେ ପାକିସ୍ତାନ ନୀତି ପାଇଁ ମୋତେ ଏହାଠୁ ଭଲ ବର୍ଣ୍ଣାନା ମିଳିପାରିବ ନାହିଁ । ବର୍ତ୍ତମାନ ପୂର୍ବପରି ସ୍ଥିତି ନାହିଁ। ପାକିସ୍ତାନ ସାମ୍ନାରେ ଏବେ ଭାରତ ଦୃଢତାର ସହ ସାମ୍ନା କରୁଛି । ୧୯୮୩ରେ ଭାରତୀୟ କ୍ରିକେଟ ଦଳ ବିଶ୍ବକପ ଜିତିବା ଟର୍ଣ୍ଣିଂ ପଏଣ୍ଟ ଥିବା କହିଛନ୍ତି ।

ସେ ଆହୁରି କହିଛନ୍ତି, ବିଦେଶ ନୀତି ସତରଞ୍ଚର କାରଣ କ୍ରିକେଟ । ଏହା କ୍ରିକେଟ ପରି କାରଣ ଏଥିରେ ଅନେକ ଖେଳାଳି ଥାନ୍ତି । ଖେଳର ପରିସ୍ଥିତି ବଦଳିଥାଏ । ଘରେ ଖେଳିବା ଓ ବିଦେଶରେ ଖେଳିବା ବହୁତ ଅଲଗା ହୋଇଥାଏ । ଅନେକ ସମୟରେ ଅମ୍ପାୟାରଙ୍କ ଇଚ୍ଛା ଉପରେ ନିର୍ଭର କରିବାକୁ ପଡିଥାଏ । ବିପକ୍ଷ ଦଳକୁ ହରାଇବା, ତାଙ୍କ ରଣନୀତିକୁ ବୁଝିବା ଟିକେ ଅଲଗା ହୋଇଥାଏ । ମୈଦାନକୁ ଓହ୍ଲାଇବା ପରେ ପ୍ରତିଶୋଧ ଭାବନା ଆସିଥାଏ । 

ପ୍ରକାଶ ଥାଉ କି, ୧୯୮୨ରେ ପାକିସ୍ତାନ ଗସ୍ତ କରିଥିଲା । ପାକିସ୍ତାନ ବିପକ୍ଷରେ ଭାରତୀୟ ଦଳ ୬ଟି ଟେଷ୍ଟ ମ୍ୟାଚ ଖେଳିଥିଲା । ୩-୦ରେ ପରାସ୍ତ ହୋଇଥିଲା । ଏହି ସିରିଜରେ ଅମରନାଥଙ୍କ ବ୍ୟତୀତ କପିଳ ଦେବ ଓ ସୁନୀଲ ଗାଭାସ୍କରଙ୍କ ପରି ବରିଷ୍ଠ ଖେଳାଳି ଥିଲେ । ଏହାପର ବର୍ଷ କପିଳ ଦେବଙ୍କ ନେତୃତ୍ବରେ ବିଶ୍ବକପ ଜିତି ଇତିହାସ ରଚିଥିବା ଭାରତୀୟ ଦଳ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.