ପ୍ରମୂଖ ଖବର
  • ଜାଡେଜା-ସୁନ୍ଦରଙ୍କ ଅପରାଜିତ ଶତକ, ମାଞ୍ଚେଷ୍ଟର ଟେଷ୍ଟ ଡ୍ର
  • ||
  • SIR ରେଜଲ୍ଟ: ବିହାର ଭୋଟର ତାଲିକାରୁ କଟିଲା ୬୫ ଲକ୍ଷ ନାଁ, ମୋଟ ୭.୨୪ କୋଟି ମତଦାତା
  • ||
  • ବିହାରରେ ବଢ଼ୁଛି ଅପରାଧ, ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ହତ୍ୟା ଧମକ
  • ||
  • ନାବାଳିକା ଦୁଷ୍କର୍ମ ମାମଲାରେ କର୍ପୋରେଟର ଅମରେଶ ଜେନା ଗିରଫ, ଶନିବାର ଗିରଫ ହୋଇଥିଲେ ୫ ସହଯୋଗୀ
  • ||
  • ରାୟଗଡ଼ା : ଗ୍ୟାରେଜ୍‌ରେ ଲାଗିଲା ନିଆଁ, ଜଳିଗଲା ୩ ଗାଡ଼ି; ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ଉତ୍ତରାଖଣ୍ଡ ହରିଦ୍ୱାର ଦେବୀ ମନ୍ଦିରରେ ଦଳଚକଟା, ୬ମୃତ ଅନେକ ଆହତ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ପ୍ରଥମ ଗେମ୍‌ ଡ୍ର’, ଆଜି ଖେଳିବେ ଦ୍ୱିତୀୟ କ୍ଲାସିକାଲ ଗେମ୍
  • ||
  • ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ସନ୍ଧ୍ୟାରେ ୪ ଘଣ୍ଟା ଦର୍ଶନ ମନା
  • ||
  • ଭଦ୍ରକ: ହଳଦୀଡିହ ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ ଗୁରୁତର
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା, ଉଛୁଳିଲା ବୈତରଣୀ, ଜଳକା, ଜମ୍ଭୀରା ନଦୀ,ପାଣିଘେରରେ ୩୦ରୁ ଅଧିକ ଗାଁ
  • ||
  • ଏଫ୍‌ଏମ୍‌ କଲେଜ ପୁଣି ଚର୍ଚ୍ଚାରେ, ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଗ୍ୟାସ୍‌ ଡେଲିଭରୀ ବୟର ଦୁଷ୍କର୍ମ ଉଦ୍ୟମ,ଅଭିଯୁକ୍ତ ଗିରଫ
  • ||
  • ଏବେ ବଡ଼ ବର୍ଷା ନାହିଁ, ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା: ଆଜି ୧୫ ଜିଲ୍ଲାକୁ ଆଲର୍ଟ
  • ||

କୁରୁମୁଣ୍ଡା ନାଳ ଉପରେ ପ୍ରବାହିତ ହେଉଛି ୫ ଫୁଟର ବନ୍ୟାଜଳ, ମନମୁଣ୍ଡା-ଶଗଡ଼ା ଯାତାୟାତ ଠପ୍

Published By : Rasmita Pradhan | July 24, 2025 2:22 PM

ମନମୁଣ୍ଡା, ୨୪/୦୭ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗୋଛା ଓ ବୌଦ୍ଧ ବ୍ଲକ ଶଗଡ଼ା ପଞ୍ଚାୟତ ସୀମାରେ ଥିବା କୁରୁମୁଣ୍ଡା ନାଳ ଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ମନମୁଣ୍ଡା-ଶଗଡ଼ା ରାସ୍ତାରେ ଯାତାୟାତ ଠପ୍ ହୋଇଯାଇଛି। ଛାତ୍ରଛାତ୍ରୀମାନେ ସ୍କୁଲ, କଲେଜ ଯିବାକୁ ବଞ୍ଚିତ ହୋଇଥିବା ବେଳେ ଗାଁ ଲୋକମାନେ ଅନ୍ୟନ୍ୟ ଜରୁରୀକାଳୀନ କାମ ପାଇଁ ଗାଁ ବାହାରକୁ ଯାଇପାରୁ ନାହାଁନ୍ତି। ଗୁରୁବାର ସକାଳେ ଏକ ଟ୍ରାକ୍ଟର ବିପଦସଙ୍କୁଳ ଅବସ୍ଥାରେ ଉକ୍ତ ରାସ୍ତା ପାର୍ ହେଉଥିବା ବେଳେ ଟ୍ରାକ୍ଟରଟି ଭାସି ଯାଇଛି। ଗାଡିରେ ବସିଥିବା ଡ୍ରାଇଭର୍ ଓ ଜଣେ ସହଯୋଗୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏନେଇ ଖବର ପାଇବା ପରେ ମନମୁଣ୍ଡା ଆଇଆଇସି ଶଗଡ଼ା ଫାଣ୍ଡି ଅଧିକାରୀଙ୍କୁ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ପୁଲିସ ଘଟଣାସ୍ଥଳକୁ ଯାଇ ଲୋକମାନଙ୍କୁ ସଚେତନ କରିବା ସହ ବିପଦସଙ୍କୁଳ ଅବସ୍ଥାରେ ଯାଆସ ନକରିବାକୁ ସଚେତନ କରୁଛି। 

ସୂଚନାନୁଯାୟୀ, କୁରୁମୁଣ୍ଡା ନାଳ ଉପରି ମୁଣ୍ଡ ବରଗୋଛାରେ ପ୍ରାୟ ୨୦୦ ଏକର ପରିମିତ ଅଞ୍ଚଳରେ ଲକ୍ଷ୍ମୀସାଗର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ବନ୍ଧ ଅଛି। ବର୍ଷା ଦିନେ ବନ୍ଧକୁ ନିକଟସ୍ଥ ପାହାଡ଼, ପର୍ବତ ଓ ଜଙ୍ଗଲରୁ ବର୍ଷା ଜଳ ଆସେ। ଏହି ବନ୍ଧରେ ପ୍ରାୟ ୨୨ଟି ଗେଟ୍ ରହିଛି। ଅତ୍ୟାଧିକ ବର୍ଷା ହେଲେ କୁରୁମୁଣ୍ଡା ନାଳ ଦେଇ ବନ୍ୟାଜଳ ପ୍ରବାହିତ ହୋଇଥାଏ। ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଏ। ମନମୁଣ୍ଡା ଅଧୀନରେ ଶଗଡ଼ା ଫାଣ୍ଡି ରହିଛି। ମନମୁଣ୍ଡା ଠାରୁ ଶଗଡ଼ା ପ୍ରାୟ ୩୦ କିମି ହୋଇଥିବା ବେଳେ ତା ଆଗକୁ ଏହି ଥାନା ଅଧୀନରେ ଗୁନ୍ଦୁଲିଆ ପଞ୍ଚାୟତ ମଧ୍ୟ ରହିଛି। ଉକ୍ତ ପିଡବ୍ଲୁଡି ରାସ୍ତା ଏକମାତ୍ର ମୁଖ୍ୟ ରାସ୍ତା ହୋଇଥିବାରୁ ଏହି ଅଞ୍ଚଳର ସବୁ ଲୋକ ବ୍ଲକ ଓ ଜିଲ୍ଲା ସଦର ମହକୁମାକୁ ଯାତାୟାତ କରନ୍ତି। କିଛି ମାସ ତଳେ ରାସ୍ତା ପ୍ରଶସ୍ତିକରଣ କରାଯାଇଛି। ଉକ୍ତ ନାଳର ସ୍ଥିତାବସ୍ଥା ଜାଣି ସୁଦ୍ଧା ପ୍ରଶାସନ ସେଠାରେ ଏକ ପୋଲ ନିର୍ମାଣ କରିବା ଉଚିତ୍ ଥିଲା। କିନ୍ତୁ ଦୂରଦୃଷ୍ଟି ଅଭାବରୁ ପୋଲ ନିର୍ମାଣ କରି ନଥିଲେ। ଯାହାଦ୍ୱାରା ପ୍ରତ୍ୟେକ ବର୍ଷ ଅଞ୍ଚଳବାସୀ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଗାମୀ ଦିନରେ ସେଠାରେ ଏକ ପୋଲ ନିର୍ମାଣ ପାଇଁ ଦାବି ହୋଇଛି। ଏହି ସମସ୍ୟାର ସମାଧାନ କରାନଗଲେ ଆନ୍ଦୋଳନ କରାଯିବ ବୋଲି ଶଗଡ଼ାର କଂଗ୍ରେସ ନେତା ରଘୁନାଥ ପଲିଆଙ୍କ ସମେତ ଅନେକ ବୁଦ୍ଧିଜୀବି ଚେତାବନୀ ଦେଇଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.