ମୁନିଗୁଡ଼ା,୧୬/୧୨: ପାତ୍ରଗୁଡା ନିକଟରୁ ହାତୀଦାନ୍ତ ଜବତ କରିବା ସହ ୫ ଜଣଙ୍କୁ ଅଟକ ରଖିଛି ବନ ବିଭାଗ । ହାତୀଦାନ୍ତ ଜବତ କରି ଫେରିବା ବେଳେ ବନବିଭାଗ ଗାଡି ଉପରକୁ ଚାରି ରାଉଣ୍ଡ ଗୁଳିମାଡ କଲେ ଦୁର୍ବୃତ୍ତ । ଏହି ଗୁଳିମାଡରେ ଗାଡ଼ିର କାଚ ଭାଙ୍ଗି ଯାଇଛି । ସୌଭାଗ୍ୟବଶତଃ ସମସ୍ତ ବନ କର୍ମଚାରୀ ସୁରକ୍ଷିତ ଅଛନ୍ତି । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଅଞ୍ଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ପାତ୍ରଗୁଡା ନିକଟରୁ ହାତୀଦାନ୍ତ ଜବତ କରିବାକୁ ଯାଇଥିଲା ମୁନିଗୁଡା ବନ ବିଭାଗର ଏକ ଟିମ୍ । ସେଠାରେ ଏସଟିଏଫ୍ ସହାୟତାରେ ହାତୀଦାନ୍ତ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ଅଟର ରଖିଛି ବନ ବିଭାଗ । ହାତୀଦାନ୍ତ ଉଦ୍ଧାର କରି ଫେରିବା ସମୟରେ ବନ ବିଭାଗର ଗାଡି ଉପରକୁ ଚାରି ରାଉଣ୍ଡ ଗୁଳିମାଡ କରିଥିଲେ ଦୁର୍ବୃତ୍ତ । ଫଳରେ ଗାଡ଼ିର ଅନେକ ସ୍ଥାନରେ ଗୁଳି ବାଜିଥିବା ବେଳେ କାଚ ମଧ୍ୟ ଭାଙ୍ଗି ଯାଇଛି । ଏହି ଦୁର୍ଘଟଣାରେ ବନ ବିଭାଗର ସମସ୍ତ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡିଛି । ଏନେଇ ବନ ବିଭାଗ ତରଫରୁ ସୋମବାର ପ୍ରେସ ମିଟ୍ ଦିଆଯିବ ବୋଲି ରେଞ୍ଜର କହିଛନ୍ତି ।