ନରସିଂହପୁର,୨୪।୫ : ନରସିଂହପୁର ବ୍ଲକ ଅନ୍ତର୍ଗତ ନୂଆ ଫୁଲପଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ସୁଜନ ବେହେରାଙ୍କ ଦୁଇ ବଖରା ସମ୍ପୂର୍ଣ୍ଣ ଜଳିଯାଇଛି। ଅଆସବାବପତ୍ର ସହ ଅନେକ ସାମଗ୍ରୀ ପୋଡି ଯାଇଛି। ଗ୍ରାମବାସୀ ମାନେ ନିଆଁ କୁ ଆୟତ୍ତ ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଖବର ପାଇ ନରସିଂହପୁର ଅଗ୍ନିଶମ ବାହିନୀ ପହଁଚି ନିଆଁ କୁ ଆୟତ୍ତ କରିଛି। ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ...