କଟକ,୨୪।୫ : କଟକର ଅଧିଷ୍ଠାତ୍ରୀ ଦେବୀ ମା'କଟକ ଚଣ୍ଡୀ ମନ୍ଦିର ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ ହେଉଛି। ୫ ଥର ସମୟସୀମା ଘୁଞ୍ଚି ୩ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମାତ୍ର ୫୦ ପ୍ରତିଶତ କାମ ସରିଛି। ଏହାକୁ ନେଇ କଟକ ସହରବାସୀ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ଦୁଇଦିନ ତଳେ ଏ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର କରାଯାଇଛି।
ଅନ୍ୟପକ୍ଷରେ ଶନିବାର କଟକ ସାଂସଦ ଭତ୍ତୃହରି ମହତାବ, ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ଶିନ୍ଦେ ଅନ୍ୟ ଅଧିକାରୀମାନଙ୍କ ସହ କଟକ ଚଣ୍ଡୀ ମନ୍ଦିରରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ଆସନ୍ତା ଡ଼ିସେମ୍ବର ସୁଦ୍ଧା କାମ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ନେଇ ନିର୍ମାଣକାରୀ ସଂସ୍ଥା ଏଥିରେ ସହମତି ପ୍ରକାଶ କରିନାହାନ୍ତି। ଅନ୍ତତଃ ପକ୍ଷେ ଆସନ୍ତା ବର୍ଷ ମାର୍ଚ୍ଚ ଯାଏ ସମୟସୀମା ଧାର୍ଯ୍ୟ କରିବାକୁ ନିର୍ମାଣକାରୀ ସଂସ୍ଥା ଅନୁରୋଧ କରିଛି। ଏ ପର୍ଯ୍ୟନ୍ତ ମୁଖ୍ୟ ମନ୍ଦିରର କାମ ଆରମ୍ଭ ହୋଇପାରିନି। ଆସନ୍ତା ୩ ମାସ ମଧ୍ୟରେ ପାର୍ଶ୍ଵ କାମ ଶେଷ କରି ମୁଖ୍ୟ ମନ୍ଦିରର କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।