ପ୍ରମୂଖ ଖବର
  • ସୁନ୍ଦରଗଡ଼ରେ ବାଇକ୍‌କୁ ଧକ୍କ ପରେ ଭାରସାମ୍ୟ ହରାଇ ଓଲଟିଲା ଘରୋଇ ଯାତ୍ରୀବାହୀ ବସ୍. ୩୦ ଆହତ
  • ||
  • ପାୱାର କେନାଲରେ ବୁଡି ଭିସୁଟ ଛାତ୍ର ମୃତ, ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିଲେ,
  • ||
  • ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ସୁରମା ପାଢ଼ୀ, ବିଧାୟକ ତାରାବାହିନୀ ପତି ଉପରୁ ନିଲମ୍ବନ ହଟିବା ନେଇ ଆଲୋଚନା
  • ||
  • ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲା, ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ
  • ||
  • ପାଣ୍ଡେରାରେ ହେବ ଆଧୁନିକ ମାଛ ବଜାର, ଡବଲ ଇଞ୍ଜିନ ସରକାରଙ୍କୁ ଧନ୍ୟବାଦ ଦେଲେ ଅପରାଜିତା
  • ||
  • କଟକ : ଦେଶୀ ବନ୍ଧୁକ କାରଖାନାରେ ରେଡ୍‌, ୪ ଗିରଫ
  • ||
  • ଆମେରିକା ସ୍ପେସ୍ ଏଜେନ୍ସିଂର ରକେଟ୍ ଫେଲ, ମହାକାଶରୁ ସୁନୀତା ୱିଲିୟମ୍ସ, ୱିଲମୋର ବୁଚଙ୍କର ଫେରିବା ହେବ ବିଳମ୍ବ
  • ||
  • ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲେ ଗଜପତି ମହାରାଜ, ଜିଲ୍ଲାପାଳ ଏବଂ ଶ୍ରୀମନ୍ଦିର ପ୍ରଶାସକ ଉପସ୍ଥିତ
  • ||
  • ବାଲେଶ୍ୱର : ପୁଅକୁ ଛୁରୀ ଭୁସି ହତ୍ୟା କଲା ନୃଶଂସ ବାପା, ଅଭିଯୁକ୍ତ ଅଟକ
  • ||
  • ଉତ୍ତରାଖଣ୍ଡ ଡେରାଡୁନରେ ହିଟି ଆଣ୍ଡ ରନ୍‌, କାର ଧକ୍କାରେ ୪ ଶ୍ରମିକଙ୍କ ଚାଲିଗଲା ଜୀବନ, ୨ ଜଣ ଗୁରୁତର
  • ||
  • ବଡ଼ଦେଉଳରେ ଦୋଳ ଉତ୍ସବ: ଆଜି ମେଣ୍ଢାପୋଡ଼ି, ଦୋଳବେଦିରେ ବିଜେ ହେବେ ଠାକୁରେ
  • ||
  • ଅସ୍ଥାୟୀ ମଣ୍ଡପ ନିକଟରେ ସ୍ଥାପନ ହେଲା ଶୁଭଖଣ୍ଟି: ଏପ୍ରିଲ ୩ରୁ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା, ୨୮ରେ ଶେଷ
  • ||
  • ଫଗୁଣରେ ନିର୍ଘାତ ତାତି: ୪୦ ଡେଇଁଲା ପାରଦ, ୧୬ ଯାଏ ଜଳାଇବ ଖରା, ୧୭ରେ ପରେ କାଳବୈଶାଖୀ !
  • ||

ବଜେଟ୍ ଅଧିବେଶନର ପଞ୍ଚମ ଦିନ : ଆଜିବି ସରଗରମ ରହିବ ଗୃହ, ତାରାଙ୍କ ଉପରୁ ନିଲମ୍ଵନ ପ୍ରତ୍ୟାହାର ନେଇ ଅଡ଼ି ବସିଛି କଂଗ୍ରେସ

Published By : Prameya | March 13, 2025 8:10 AM

ଭୁବନେଶ୍ଵର, ୧୩/୦୩ : ଦ୍ଵିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନର ଆଜି ପଞ୍ଚମ ଦିନ। ଆଜି ବି ବେଶ ସରଗରମ ରହିବ ଗୃହ। ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ୭ ଦିନ ପାଇଁ ନିଲମ୍ବନ କରିବା ପରେ ବିଧାନସଭାକୁ ବୟକଟ କରିଛି କଂଗ୍ରେସ। ଶାସକ ଦଳର ପ୍ରତିନିଧିମାନେ କଂଗ୍ରେସକୁ ବୁଝାସୁଝା କରିଥିଲେ ମଧ୍ୟ ନିଜ ଜିଦରେ ଅଟଳ ଅଛନ୍ତି ସେମାନେ। ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଇଥିବାରୁ ସରକାର ମହିଳାଙ୍କୁ ସୁରକ୍ଷା ଦିଅନ୍ତୁ ଓ ଏନେଇ ଗୃହରେ ମୁଖ୍ୟମନ୍ତ୍ରୀ ବିବୃତି ରଖିବାକୁ କଂଗ୍ରେସ ଦାବି କରିଛି। ଏହା ସହ ବିଧାୟକ ତାରା ବାହିନୀପତିଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦଳ ଦାବି କରିଛି। ଯଦି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହଲିଙ୍ଗ ଓ ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଆଗଲା ନାହିଁ, ତେବେ କାହିଁକି ତାରା ପ୍ରସାଦ ବାହିନୀପତିଙ୍କ ବିରୋଧରେ ଏକ ପାଖିଆ ଭାବେ ନିଲମ୍ବନ କରାଗଲା ତାହାକୁ ନେଇ ପ୍ରଶ୍ନ କରିଛି ଦଳ।

ଅନ୍ୟପଟେ ବିଜେଡି ମଧ୍ୟ ବାଚସ୍ପତିଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିଛି। ସେହିପରି ଆଜି ଜଳ ସମ୍ପଦ, ଖଣି ଓ ଇସ୍ପାତ, ଯୋଜନା ଓ ସଂଯୋଜନା, ବାଣିଜ୍ୟ, ସୂଚନା ଓ ଲୋକସମ୍ପର୍କ, ପରିବହନ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଭଳି ବିଭାଗର ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ଅଛି। ଶୂନ୍ୟକାଳରେ ରାଜ୍ୟସ୍ବାର୍ଥ ସମ୍ବଳିତ କଥା ଉଠାଇ ଶାସକ ଦଳକୁ ଘେରିପାରନ୍ତି ବିରୋଧୀ। ବିରୋଧୀ ଦଳ ପକ୍ଷରୁ ମୁଲତବୀ ପ୍ରସ୍ଥାବ ଦିଆଯିବ। ସେପଟେ ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ସାଙ୍ଗକୁ ପର୍ଯ୍ୟଟନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇଛି। ତାରାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ଦାବିରେ କଂଗ୍ରେସର ଆଭିମୁଖ୍ୟ କଣ ରହିବ ତାହା ଉପରେ ନଜର ରହିଛି। 

ଏହି ଖବରଟିକୁ ପଢନ୍ତୁ-ଫଗୁଣରେ ନିର୍ଘାତ ତାତି: ୪୦ ଡେଇଁଲା ପାରଦ, ୧୬ ଯାଏ ଜଳାଇବ ଖରା, ୧୭ରେ ପରେ କାଳବୈଶାଖୀ !

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.