ଗଁଦିଆ,୧୬/୫: ଗଁଦିଆ ଥାନା ଇଲାକା କାବେରା ପଞ୍ଚାୟତ ଦେହୁରୀସାହିର ସନାତନ ଡିଆଣି (୪୯) ବଜ୍ରପାତରେ ପ୍ରାଣ ହରାଇଛନ୍ତି। ସନାତନ ଶୁକ୍ରବାର ଅପରାହ୍ନ ୫ ଘଟିକା ସମୟରେ ସାନଭାଇଙ୍କ ସାଙ୍ଗରେ ବିଲକୁ କାମ କରିବା ପାଇଁ ଯାଇଥିବା ସମୟରେ ବିଜୁଳି ମାରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଅତିରିକ୍ତ ତହସିଲଦାର ସୋଭାଗ୍ୟ କୁମାର ମହାନ୍ତି, ଯୋରନ୍ଦା ରାଜସ୍ବ ନିରୀକ୍ଷକ ରାଜେନ୍ଦ୍ର ପ୍ରାସାଦ ସାହୁ ଗଁଦିଆ ଥାନା ଅଧିକାରୀ ଶାନ୍ତନୁ ପ୍ରଧାନ ପହଞ୍ଚି ଶ୍ରୀରାମଚନ୍ଦ୍ରପୁର ଡାକ୍ତରଖାନାରେ ପହଂଚି ତଦାରଖ କରିଛନ୍ତି।

ପୁତୁରାଙ୍କୁ ମାୟାବତୀଙ୍କ ବଡ଼ ଦାୟିତ୍ବ, ଆକାଶ ଆନନ୍ଦ...