ପ୍ରମୂଖ ଖବର
  • ୨୧ରେ ଛତିଶା ନିଯୋଗ ବୈଠକ, ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ନୀତିକାନ୍ତିରେ ଲାଗିବ ମୋହର
  • ||
  • ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ: ଆସନ୍ତା୨୩ରେ ହୋଇପାରେ ଦଳ ଘୋଷଣା
  • ||
  • ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ ସ୍ଥାନରେ ଚଢାଉ
  • ||
  • ଲକ୍ଷ୍ନୌ: ଚଳନ୍ତା ସ୍ଲିପର୍‌ ବସ୍ ଭୟଙ୍କର ଅଗ୍ନିକାଣ୍ଡ, ୫ ଯାତ୍ରୀଙ୍କ ଚାଲିଗଲା ଜୀବନ,ଏକାଧିକ ଗୁରୁତର, ଦିଲ୍ଳୀରୁ ବିହାରକୁ ୬୦ ଯାତ୍ରୀଙ୍କୁ ନେଇ ଯାଉଥିଲା
  • ||
  • ଘଟଗାଁରେ ବନ ବିଭାଗର ଚଢ଼ାଉ ଜାରି, ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ
  • ||
  • ପ୍ରକାଶ ପାଇଲା ପ୍ରାଥମିକ, ମାଧ୍ୟମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର: ଆଜିଠୁ ଆବେଦନ, ଜୁନ୍‌ରେ ବଦଳି ନିର୍ଦ୍ଦେଶ
  • ||
  • ଜଳେଶ୍ୱର : ଚଢାଉ ବେଳେ ପୋଲିସ ଗାଡ଼ିକୁ ପିଟିଲା ବାଲି ବୋଝେଇ ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ୩ ପୋଲିସ କର୍ମଚାରୀ
  • ||
  • କାଶ୍ମୀର ପୁଲୱାମାରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ
  • ||
  • ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,୧୦ ଉଗ୍ରବାଦୀ ନିପାତ
  • ||
  • ଓୟୋରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ରାସ୍ତାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୁଲିସ
  • ||
  • ଆଜିଠୁ ବଢ଼ିବ କାଳବୈଶାଖୀ, ୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ: ୨୧ରୁ କମିପାରେ ତାତି
  • ||

ଖଲ୍ଲିକୋଟ ଥାନା ଅଂଚଳର ଅବକାରୀ ବିଭାଗର ଚଢ଼ାଉ; ୪ ଗିରଫ, ୧୦୧ ଲିଟର ଦେଶୀ ମଦ ଜବତ

Published By : Bijay Swain | May 15, 2025 9:22 PM

ଖଲ୍ଲିକୋଟ ୧୫/୦୫: ଆଜି ସକାଳୁ ସକାଳୁ ଖଲ୍ଲିକୋଟରେ ଅବକାରୀ ବିଭାଗର ଗାଡି ଗୁଡିକ ପଇଁତରା ମାରୁଥିଲା। ଲାଗୁଥିଲା ସତେ ଯେମିତି ଆଜି ଏକ ବଡ଼ ଧରଣର ଚଢ଼ାଉ ହେବ ଏବଂ ବିପୁଳ ପରିମାଣର ମଦ ଜବତ ହେବ। କିନ୍ତୁ ବହୁ ଆଡମ୍ବରେ ଲଘୁ କ୍ରିୟା ଭଳି ଖଲ୍ଲିକୋଟ ଥାନା  ଅଂଚଳରେ ଥିବା ମାତ୍ର ୪ ଟି ସ୍ଥାନରେ ଅବକାରୀ ଚଢ଼ାଉ ହେଲା। ଅଥଚ କେଉଁଠି ୨୫ ଲିଟର ତ ଆଉ କେଉଁଠି ୨୭ ଲିଟର ଏମିତି ୪ ଟି ସ୍ଥାନ ରୁ ମାତ୍ର ୧୦୧ ଲିଟର ଦେଶୀମଦ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। 

ଆଜି କଟକ ସ୍ଥିତ ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ବାର୍ଡ, ଛତ୍ରପୁର ଅବକାରୀ ସଦର ରେଞ୍ଜ ଓ ଖଲ୍ଲିକୋଟ ଆଦର୍ଶ ଅବକାରୀ ଥାନା ପକ୍ଷରୁ ମିଳିତ ଭାବେ ଖଲ୍ଲିକୋଟ ଥାନା ଅଞ୍ଚଳର ଲକ୍ଷ୍ମଣପୁର, ବାଗଲପୁର, ଲଙ୍ଗଳେଶ୍ବର ଓ ଭେଜିପୁଟ ଛକରେ ଚଢ଼ାଉ କରିଥିଲେ। ଏହି ଦରପଗଡ ସମୟରେ ୧୦୧ ଲିଟର ଚୋରା ଦେଶୀମଦ ଜବତ ହେବା ସହ ୪ ଜଣଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି। ଲକ୍ଷ୍ମଣପୁର ଗ୍ରାମର ଚୈତନ୍ୟ ସାହୁଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୨୫ ଲିଟର, ବାଗଲପୁର ଗ୍ରାମର ରବି ସ୍ବାଇଁ ଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୩୦ ଲିଟର, ଲଙ୍ଗଳେଶ୍ୱର ଗ୍ରାମର ଟୁକୁନା ଦଳେଇଙ୍କ ନିକଟରୁ ୧୯ ଲିଟର ଓ ଭେଜିପୁଟ ଛକର ଜଗନ୍ନାଥ ନାୟକଙ୍କ ନିକଟରୁ ୨୭ ଲିଟର ଦେଶୀ ମଦ ଜବତ ହୋଇଥିବା ଜଣାପଡିଛି। 

ଖଲ୍ଲିକୋଟ ଅଞ୍ଚଳରେ ପ୍ରତିଦିନ ବେଧଡ଼କ ହଜାର ହଜାର ଲିଟର ଦେଶୀ ମଦର ବ୍ୟାପକ ଚୋରା ଚାଲାଣ ହେଉଥିବା ବେଳେ ସ୍ଥାନୀୟ ଅବକାରୀ ବିଭାଗ ହାତ ବାନ୍ଧି ବସିଛି। ସେପଟେ ପୁଲିସ ଚଢ଼ାଉ କରି ବିପୁଳ ପରିମାଣର ମଦ ଜବତ କରୁଥିବା ବେଳେ ଅବକାରୀ ବିଭାଗ ଧର୍ମ କୁ ଆଖିଠାର ଭଳି ନାମକୁ ମାତ୍ର ଚଢ଼ାଉ କରି କେଉଁଠି ୨୫ ଲିଟର ତ ଆଉ କେଉଁଠି ୨୭ ଲିଟର ଦେଶୀ ମଦ ଜବତ କରୁଥିବା ଦେଖିବାକୁ ମିଳୁଛି। ଆଜି ରାଜ୍ୟ ଅବକାରୀ ଫ୍ଲାଇଂ ସ୍କ୍ୱାଡ, ଛତ୍ରପୁର ଅବକାରୀ ସଦର ରେଞ୍ଜ ଓ ଖଲ୍ଲିକୋଟ ଆଦର୍ଶ ଅବକାରୀ ଥାନାର ମିଳିତ ଚଢ଼ାଉରେ ୪ ଟି ସ୍ଥାନରୁ ଜବତ ହୋଇଛି ମାତ୍ର ୧୦୧ ଲିଟର ଦେଶୀ ମଦ। ଏହା ଅବକାରୀ ବିଭାଗର ସଫଳତା ନା ବିଫଳତା ତାହାକୁ ନେଇ ସାଧାରଣରେ ଆଲୋଚନା ଜୋର ଧରିଛି। 

ଅନ୍ୟପଟେ ଚୋରା ଦେଶୀମଦ ବିକ୍ରି ଅଭିଯୋଗରେ ଗିରଫ ହୋଇଥିବା ଚୈତନ୍ୟ ସାହୁ, ରବି ସ୍ବାଇଁ, ଟୁକୁନା ଦଳେଇ ଓ ଜଗନ୍ନାଥ ନାୟକଙ୍କୁ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ନେଇ ଖଲ୍ଲିକୋଟ ଆଦର୍ଶ ଅବକାରୀ ଥାନା ପକ୍ଷରୁ ସୂଚନା ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.