ବାଲିଆପାଳ,୨୪ା୩(ସ୍ୱ.ପ୍ର): ବାଲିଆପାଳ ବ୍ଲକ ଦେଉଳା ପଞ୍ଚାୟତ ବାସୁଦେବପୁର ସରକାରୀ ଜାଗାକୁ ବାଂଲାଦେଶୀମାନେ କିଛି ବର୍ଷ ହେବ ଜବର ଦଖଲ କରି ନେଇଛନ୍ତି । ସେମାନେ ସେହିସବୁ ଜାଗାରେ ଏବେ ସ୍ଥାୟୀ ଗୃହ ନିର୍ମାଣ କରି ରହୁଛନ୍ତି । କେତେକ ସ୍ଥାନୀୟ ରାଜନେତାଙ୍କୁ ହାତ କରି ପ୍ରଶାସନ ଉପରେ ଚାପ ପକାଇ ବେଆଇନ ଭାବେ ଘରବାଡ଼ି ପଟ୍ଟା ହାତେଇବାରେ ଲାଗିଛନ୍ତି । ତେବେ କାହା ସ୍ୱାର୍ଥରେ ବାଂଲାଦେଶୀମାନଙ୍କୁ ପ୍ରଶାସନ ଘର ବାଡ଼ ି ପଟ୍ଟା ପ୍ରଦାନ କରିଛି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୂର୍ବରୁ ଏହି ବଂଲାଦେଶୀମାନେ ଏ ଅଞ୍ଚଳରେ ଘର ଭଡ଼ା ନେଇ ସାଇକେଲରେ ଗାଁ ଗାଁ ବୁଲି କେତେକ ଷ୍ଟେସନାରୀ ସାମଗ୍ରୀ ଫେରି କରି ବିକ୍ରି କରୁଥିଲେ । ଦିନରେ ଫେରି କରୁଥିବା ବେଳେ ରାତିରେ ସେମାନଙ୍କ ମଧ୍ୟରୁ କେତେକ ଛୋଟ ମୋଟ ଚୋରି ସହ ସମ୍ପୃକ୍ତ ରହୁଥିଲେ । ଏନେଇ ଥାନାରେ ମଧ୍ୟ ମାମଲା ହୋଇଛି । ସେମାନଙ୍କ ଦ୍ୱାରା ବିକ୍ରି ସାମଗ୍ରୀକୁ କେନ୍ଦ୍ର କରି ଗଣ୍ଡଗୋଳ ମଧ୍ୟ ସଂଗଠିତ ହୋଇଛି । ଏବେ ସେମାନେ ସ୍ଥାନୀୟ ରାଜନେତା ଓ ପ୍ରଶାସନ ଠାରୁ ସାହସ ପାଇ ବାଇକ୍ ଯୋଗେ ସେହିସବୁ କାର୍ଯ୍ୟ ନିବି ର୍ଘ୍ନରେ କରୁଛନ୍ତି ।
ପ୍ରତିଦିନ ଶହ ଶହ ବାଂଲାଦେଶୀ ବାଲିଆପାଳ ବ୍ଲକରେ ଗାଁ ଗହଳିରେ ଅବାଧରେ ଫେରି କରୁଛନ୍ତି । ଏକ ସର୍ଭେ ରିପୋର୍ଟକୁ ଆଧାର କରି ସରକାର ଦର୍ଶାଇଥିଲେ ଯେ ବାଲିଆପାଳ ଅଞ୍ଚଳରେ ବାଂଲାଦେଶୀ ବସବାସ କରୁ ନାହାନ୍ତି । ତେବେ ଏହା ସତ୍ୟ ନୁହେଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଏବେ କେବଳ ବାସୁଦେବପୁର ଗ୍ରାମରେ ୫୦ରୁ ଅଧିକ ପରିବାର ବସବାସ କରୁଛନ୍ତି । ବାସୁଦେବପୁର ଗ୍ରାମ ସହିତ ଏବେ ସେମାନେ ସଂଖ୍ୟାଲଘୁ ବସ୍ତି ମେଣ୍ଢାପଡ଼ା, ଗଞ୍ଜା, ବିଶ୍ୱନାଥପୁର, ବଡାଶ, କୁହ୍ଲାଚଡ଼, ବାଲିଆପାଳ, କଚୁଆପଡ଼ା, ଖଗଡ଼ାପାଳ, ରତାଇ ଆଦି ଅଞ୍ଚଳରେ ବସବାସ କରୁଛନ୍ତି । ଅଧିକାଂଶଙ୍କ ପାଖରେ ଆଧାର କାର୍ଡ ନାହିଁ । କେତେକଙ୍କ ପାଖରେ ଡୁପ୍ଲିକେଟ ଆଧାର କାର୍ଡ ରହିଛି । ବଙ୍ଗୋପସାଗର ଉପକୂଳ ଡଗରା, ଚୌମୁଖ, ବେତଗଡ଼ ଠିଆ, ରତାଇ, ନୂଆଗାଁ, ପଞ୍ଚୁପାଲି, ଜାମ୍ଭୀରାଇ ଆଦିରେ ବହୁ ବାଂଲାଦେଶୀ ରହିଛନ୍ତି । ଅନେକ ସେମାନଙ୍କ ସାଙ୍ଗିଆ ପରିବର୍ତ୍ତନ କରି ରହିଛନ୍ତି । ସରକାର ବାଂଲାଦେଶୀ ଅନୁପ୍ରବେଶକାରୀମାନଙ୍କୁ ତଡ଼ିବା ପାଇଁ ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଣୁ ବାସୁଦେବପୁର ଗ୍ରାମରେ ସେମାନେ କେମିତି ସ୍ଥାୟୀ ଭାବରେ ବସବାସ କରି ଘରବାଡ଼ ି ପଟ୍ଟା ହାତେଇଲେ ତାହାର ଏକ ବିଧିବଦ୍ଧ ତଦନ୍ତ ହେଉ ବୋଲି ଗଣେଶ ଚନ୍ଦ୍ର ବେହେରା, ଲାବଣ୍ୟ କୁମାର ପାତ୍ର, ସୁଜାତା ବେହେରା, ଘନଶ୍ୟାମ ଭୂୟାଁ, ଅଜୟ କୁମାର ପାତ୍ର, ସୁମନ୍ତ କୁମାର ଜେନା, ଚତୁର୍ଭୁଜ କରଣ, ସୁମତି ବିଶ୍ୱାଳ ପ୍ରମୁଖ ଦାବି କରିଛନ୍ତି । ତେବେ ଏ ବାବଦରେ ତହସିଲଦାର କୌଣସି ମତାମତ ଦେବାକୁ ମନା କରିଛନ୍ତି ।