ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ମହାକୁମ୍ଭରେ ଫସିଛନ୍ତି କୋଟି କୋଟି ଶ୍ରଦ୍ଧାଳୁ , ତୁରନ୍ତ ଜରୁରିକାଳୀନ ବ୍ୟବସ୍ଥା କରାଯାଉ : ଅଖିଳେଶ ଯାଦବ

Published By : Prameya | February 9, 2025 9:08 PM

ନୂଆଦିଲ୍ଲୀ : ମହାକୁମ୍ଭ ୨୦୨୫ରେ ଅମୃତ ସ୍ନାନ ପର୍ବ ପରେ ମଧ୍ୟ ସଙ୍ଗମରେ ବୁଡ଼ ଦେବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିଛି ପ୍ରୟାଗରାଜରେ। ଏବେସୁଦ୍ଧା ୪୨ କୋଟି ଟଙ୍କାରୁ ଅଧିକ ଲୋକ ପବିତ୍ର ବୁଡ଼ ଦେଇ ସାରିଛନ୍ତି। ମହାକୁମ୍ଭ ମେଳାରେ ରବିବାରରେ ମଧ୍ୟ ସାରାଦିନ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ଲାଗିଛି। ଦେଶର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ବୁଡ଼ ଦେବାକୁ ପ୍ରୟାଗରାଜରେ ପହଞ୍ଚୁଛନ୍ତି। ସଙ୍ଗମ ଘାଟରୁ ନେଇ ପୂରା ମେଳା ଅଞ୍ଚଳରେ ପାଦ ରଖିବାକୁ ବି ସ୍ଥାନ ନାହିଁ। ମହାକୁମ୍ଭ ଭିଡ଼କୁ ନେଇ ସପା ପ୍ରମୁଖ ଅଖିଳେଶ ଯାଦବ ଏକ୍ସରେ ପୋଷ୍ଟ  କରିଛନ୍ତି। 

ପ୍ରୟାଗରାଜକୁ ଯୋଡ଼ୁ ଥିବା ବାରାଣାସୀ , ଜୌନପୁର , ମିର୍ଜାପୁର , କୌଶାମ୍ୱି ଓ ରିୱାନ୍‌ ସମେତ ସବୁ ୭ଟି ମାର୍ଗରେ ଭୀଷଣ ଭିଡ଼ର ସ୍ଥିତି ଉପୁଜିଛି। ପ୍ରବଳ ଭିଡ଼ କାରଣରୁ ପାଦଚଲା ଲୋକଙ୍କ ମଧ୍ୟ ସ୍ଥାନ ମିଳୁ ନାହିଁ। ଶ୍ରଦ୍ଧାଳୁଙ୍କ ସଙ୍ଗମ ଯାଏ ପହଞ୍ଚିବା ପାଇଁ ୧୦ରୁ ୧୨ କି.ମି ଯାଏ ପାଦରେ ଚାଲିବାକୁ ପଡ଼ୁଛି। ସଟଲ ବସ୍‌ ଓ ପାସେଞ୍ଜର ଭାଇକଲ ନମିଳିବା କାରଣରୁ ବୟସ୍କ ଓ ମହିଳାଙ୍କୁ ସମସ୍ୟାର ସାମନା କରିବାକୁ ପଡ଼ୁଛି। ସହରରେ ବ୍ୟାରିକେଡ୍‌ ଓ ପାସେଞ୍ଜର ଭାଇକଲର ଅଭାବରେ ଶ୍ରଦ୍ଧାଳୁଙ୍କୁ ୫-୬ କି.ମି ଯାଏ ଚାଲିବାକୁ ପଡ଼ୁଛି। ସେପଟେ ବାଧ୍ୟତାମୂଳକ ଭାବେ ଫାଇଦା ଉଠାଇ ସଡ଼କରେ ବାଇକ୍‌ ଚାଳକଙ୍କ ପ୍ରତି ବ୍ୟକ୍ତିଙ୍କ ଠାରୁ ମନଇଚ୍ଛା ଭଡ଼ା ଆଦାୟ କରୁଛନ୍ତି।

ମେଳା ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ ଅତ୍ୟଧିକ ଚାପକୁ ଦେଖି ସକାଳରୁ ପିପା ପୋଲରୁ ଯାତାୟାତ ବନ୍ଦ କରି ଦିଆ ଯାଇଛି। ଯାହାକି ସଙ୍ଗମ ନୋଭ ଓ ମେଳା ଅଞ୍ଚଳରେ କୌଣସି ଏକ ସ୍ଥାନରେ ଭିଡ଼ର ଚାପ ଆଉ ଯେମିତି ବଢିବ ନାହିଁ । ହେଲେ ଏହା ସତ୍ତ୍ୱେ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି। ମହାକୁମ୍ଭ ପରିସରରେ ସବୁ ଟ୍ରାଫିକ୍‌ ପ୍ଲାନ ସଂପୂର୍ଣ୍ଣ ଭଣ୍ଡୁର ହୋଇ ଯାଇଛି।


ମହାକୁମ୍ଭ ଭିଡ଼କୁ ନେଇ ଅଖିଳେଶ ଯାଦବ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି , ପ୍ରୟାଗରାଜ ମହାକୁମ୍ଭରେ ଫସି ଥିବା କୋଟି କୋଟି ଶ୍ରଦ୍ଧାଳୁଙ୍କ ପାଇଁ ତୁରନ୍ତ ଜରୁରିକାଳୀନ ବ୍ୟବସ୍ଥା କରାଯାଉ। ଚାରିଆଡ଼େ ଭିଡ୍‌ରେ ଭୋକିଲା , ତୃଷାକ୍ତ ,କ୍ଲାନ୍ତ ତୀର୍ଥଯାତ୍ରୀଙ୍କୁ ମାନବୀୟ ଦୃଷ୍ଟିରେ ଦେଖାଯାଉ। ସାଧାରଣ ଶ୍ରଦ୍ଧାଳୁ କଣ ମଣିଷ ନୁହଁନ୍ତି କି ?  

ସପା ଅଧ୍ୟକ୍ଷ ଆହୁରି ଲେଖିଛନ୍ତି – ପ୍ରୟାଗରାଜରେ ପ୍ରବେଶ ପାଇଁ ଲକ୍ଷ୍ନୌ ପକ୍ଷରୁ ୩୦ କି.ମି ପୂର୍ବରୁ ହିଁ ନବାବଗଞ୍ଜରେ ଜାମ୍‌ , ରିୱା ରୋଡ୍‌ ପକ୍ଷରୁ ଗୌହନିଆରେ ୧୬ କିମି ପୂର୍ବରୁ ଜାମ୍‌ ଓ ବାରଣାସୀ ପକ୍ଷରୁ ୧୨ରୁ ୧୫ କି.ମିର ଜାମ୍‌ ଓ ଟ୍ରେନର ଇଞ୍ଜିନ ଯାଏ ପ୍ରବେଶ କରିବାର ଖବର ପ୍ରକାଶିତ ହେଉଛି। ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି। ୟୁପି ସରକାର ଅସଫଳ ହୋଇ ସାରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.