ପ୍ରମୂଖ ଖବର
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଟ୍ରାଙ୍କୁଲାଇଜ୍‌ ହେଲା ନରହନ୍ତା ଦନ୍ତା, ୩ ଦିନରେ ନେଇଛି ୪ ଜୀବନ

ବେତନଟୀ,୨୭/୦୯: ବାରିପଦା ସଦର ରେଞ୍ଜରେ ଆତଙ୍କ ଖେଳାଇଥିବା ନରହନ୍ତା ଦନ୍ତାକୁ ଶେଷରେ କାବୁ କରିଛି ବନ ବିଭାଗ । ଗୁରୁବାର ରାତି ପ୍ରାୟ ୧୦ଟାରେ ଟ୍ରାଙ୍କୁଲାଇଜ୍‌ ଟିମ୍‌ ଟସରଡ଼ା ବାଦଲ ସାହିରେ ହାତୀକୁ କାବୁ କରାଯାଇଛି । ହାତୀକୁ କେଉଁଠି ଛଡ଼ାଯିବ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି । ଦନ୍ତାଟି ୩ ଦିନରେ ୪ ଜଣଙ୍କ ଜୀବନ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଛି । 

ସୂଚନା ମୁତାବକ, ବୁଧବାର ବିଳମ୍ବିତ ରାତିରେ ଶେଯରୁ ଜଣେ ମହିଳାଙ୍କୁ ଘୋଷାଡ଼ି ଆଣି  ଅଗଣାରେ ଦଳି ଚକଟି ମାରିଥିଲା ଏହି ନରହନ୍ତା ଦନ୍ତା । ମୃତ  ମହିଳା ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ରାଧିକାଶୋଳ ଗ୍ରାମର ସୀତାନାଥ ହାଁସଦାଙ୍କ ସ୍ତ୍ରୀ ମାନକା (୩୫) । ପୂର୍ବରୁ ଦନ୍ତାଟି ଦେଉଳି ରେଞ୍ଜରେ ଦୁଇ ଜଣ ଏବଂ ରାସଗୋବିନ୍ଦପୁର ରେଞ୍ଜର ଜଣକୁ କଚାଡ଼ି ମାରିଥିଲା । ନରହନ୍ତାକୁ କାବୁ କରିବାକୁ ଗୁରୁବାର ସନ୍ଧ୍ୟାରେ ବନବିଭାଗର ଉଚ୍ଚସ୍ତରୀୟ ଟିମ୍‌ ସମେତ ପୁଲିସଫୋର୍ସ ରାଧିକାଶୋଳରେ ପହଞ୍ଚିଥିଲେ । ନରହନ୍ତାକୁ ଟ୍ରାଙ୍କୁଲାଇଜ କରି ଅନ୍ୟତ୍ର ସ୍ଥାନାନ୍ତର ପାଇଁ ତାଲିମ୍‌ପ୍ରାପ୍ତ ଦକ୍ଷ ମାହୁନ୍ତଙ୍କ ସମେତ ନିଶ୍ଚେତକ ବିଶେଷଜ୍ଞ ଏବଂ ଅନ୍ୟାନ୍ୟ ପଦସ୍ଥ ଅଧିକାରୀ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରିଥିଲେ । ପରେ ହାତୀଟିକୁ ଅତି ଚତୁରତାର ସହ ଟ୍ରାଙ୍କୁଲାଇଜ୍‌ କରିଥିଲେ । ଦନ୍ତାଟି ଶିମିଳିପାଳ ହାତୀ ବୋଲି ଜଣାପଡ଼ିଛି । ଶିମିଳିପାଳ ହାତୀ ଭଳି ଏହାର ଆକାର ଅପେକ୍ଷାକୃତ ଅନ୍ୟ ହାତୀ ତୁଳନାରେ ସାନ ହୋଇଥିଲେ ହେଁ ସ୍ୱଭାବ କିନ୍ତୁ ବେଶ୍‌ ଆକ୍ରମଣାତ୍ମକ ବୋଲି ବନ ବିଭାଗ କହିଛି । ତେବେ ଏହି ଦନ୍ତା ହାତୀକୁ କେଉଁଠି ଛଡ଼ାଯିବ ସେନେଇ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛି ବନବିଭାଗ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.