ପ୍ରମୂଖ ଖବର
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଆତଙ୍କ ଖେଳାଇଛି ଦନ୍ତା, ଆକ୍ରମଣରେ ୨ ମୃତ ୩ ଗୁରୁତର

ବାରିପଦା ୨୪/୦୯: ପୁଣି ଜୀବନ ନେଲା ଦନ୍ତା। ହାତୀ ଆକ୍ରମଣରେ ଚାଲିଗଲା ୨ ଜୀବନ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜରେ।

ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଞ୍ଚଳରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ହୋଇ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ  ଚିକିତ୍ସାଧୀନ ଅଛନ୍ତି । ମୃତକ  ହେଲେ ପାକଟିଆ ସୋନପୁରିଆ ଗ୍ରାମର ରଘୁନାଥ ହେମ୍ବ୍ରମ । ଆହତ ଦ୍ବୟ ହେଲେ ପୋଖରିଆ ଗ୍ରାମର ଲୁସକି ସୋରେନ ଓ ତାଡକି ଗ୍ରାମର ସର୍ବେଶ୍ବର ସିଂ ।

ସେହିପରି ଆଜି ସକାଳ ୬ଟା ସମୟରେ ଏହି ଦନ୍ତା ହାତୀ ଆକ୍ରମଣରେ ମୋରଡା ଥାନା ଅଧୀନ ଘୋଳମୁହାଁ ପଞ୍ଚାୟତ ଉଲିଡ଼ିହି ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ତୁରାମ ହେମ୍ବ୍ରମଙ୍କ ସ୍ତ୍ରୀ ସାକ୍ରା ହେମ୍ବ୍ରମ । ବନ ବିଭାଗ ସୂଚନା ମୁତାବକ ନରହନ୍ତା ହାତୀଟି ବେତନଟୀ ରେଞ୍ଜରେ ପ୍ରବେଶ କରି ଆଣୁଆ ଗ୍ରାମର ସୁଗା ମହାନ୍ତଙ୍କୁ ଗୁରୁତର ଆହାତ କରିଛି । ଆହତଙ୍କୁ ବନବିଭାଗ ପକ୍ଷରୁ ପିଆରଏମ ମେଡିକାଲ କଲେଜ ଆଣ୍ଡ ହସ ପିଟାଲରେ ଭର୍ତ୍ତି କରାଯାଇଛି l 

ସୂଚନା ଯୋଗ୍ୟ ଯେ, ଦୀର୍ଘ ଦିନ ଧରି ଝାଡଖଣ୍ଡୀ ହାତୀପଲଙ୍କ ଦୌରତ୍ମ୍ୟା ଯୋଗୁଁ ରାସ ଗୋବିନ୍ଦ ପୁର , ମୋରଡ଼ା, ବେତନଟୀ ଅଞ୍ଚଳ ବାସୀଙ୍କ ନିଦ ହଜି ଯାଇଥିବା ବେଳେ ସୋମବାର ସନ୍ଧ୍ୟାରେ ପଶ୍ଚିମବଙ୍ଗ ପଟୁ ଏକ ଦନ୍ତାହାତୀ ମୟୂରଭଞ୍ଜ ସୀମାକୁ ପ୍ରବେଶ କରି ଦେଉଳି, ରାସଗୋବିନ୍ଦପୁର ଓ ବେତନଟୀ ରେଞ୍ଜ ଅଞ୍ଚଳରେ ଆତଙ୍କ ଖେଳାଇଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.