ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଘର ଭାଙ୍ଗି ପରିବା ଚାଷ ନଷ୍ଟ କଲେ ହାତୀ, କ୍ଷତିପୂରଣ ଦାବି କଲେ ଚାଷୀ

Published By : Harapriya Sethi | June 19, 2025 10:00 AM

ନରଣପୁର,୧୯/୬: କେନ୍ଦୁଝରର ସୋମଗିରି ନିକଟରେ ଥିବା ପିଛୁଳାବେଡା ଗାଁରେ ହାତୀପଲ ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ୩ଜଣଙ୍କ ଘର ଭାଙ୍ଗିବା ସହିତ ଚାଷଜମିକୁ ଦଳି ଚକଟି ନଷ୍ଟ କରି ଦେଇଛନ୍ତି । ବୁଧବାର ରାତିରେ ହାତୀପଲ ପିଛୁଳାବେଡା ଗାଁରେ ପଶି ପୁରୁଷୋତ୍ତମ ମହାକୁଡ, କୁଳମଣି ପରିଡ଼ାଙ୍କର ୩ଟି ଘର ଭାଙ୍ଗିଦେବା ସହିତ ଘରେ ଥିବା ଧାନ ବିହନ ଖାଇ ଦେଇଛନ୍ତି । ଏହା ସହିତ ବାଡ଼ିରେ ହୋଇଥିବା ଧାନ, ମକା, ହଳଦୀ ଓ ପନିପରିବା ଚାଷ ଜମିକୁ ସମ୍ପୂର୍ଣ୍ଣ ଦଳି ଚକଟି ନଷ୍ଟ କରି ଦେଇଛନ୍ତି। ଏହା ସହିତ ଘରେ ଥିବା ଏକ ବାଇକ୍‌କୁ ଭାଙ୍ଗି ପକାଇଛନ୍ତି । ଗ୍ରାମବାସୀ ଟାୟାର ଜାଳି, ନିଆଁ ହୁଳା ଦେଖାଇ ହାତୀଙ୍କୁ ଜଙ୍ଗଲ ଆଡ଼କୁ ଘଉଡାଇ ଦେଇଥିବା ବେଳେ ବନବିଭାଗ ତରଫରୁ କ୍ଷୟକ୍ଷତି ଭରଣା କରିବାକୁ ଦାବି କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.