ପ୍ରମୂଖ ଖବର
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ରେଡ଼ିଓକୁଲାର ଲଗାଇବା ପରେ ଦନ୍ତାର ଉତ୍ପାତ, ଘରେ ପଶି ବ୍ୟକ୍ତିଙ୍କୁ କଚାଡ଼ି ମାରିଲା ହାତୀ

Published By : Harapriya Sethi | October 4, 2024 9:20 AM

ବଣାଇ,୦୪/୧୦: ଟ୍ରାଙ୍କୁଲାଇଜ୍‌ କରି ରେଡ଼ିଓକୁଲାର ଲଗାଇଲା ପରେ ବି ଜୀବନ ନେଲା ଦନ୍ତା । ଘର ଭାଙ୍ଗି ଜଣଙ୍କ ଜୀବନ ନେଲା ଦନ୍ତା ହାତୀ । ମୃତକ ସୋମା ମୁଣ୍ଡା ବୋଲି ଜଣାପଡ଼ିଛି । ସୁନ୍ଦରଗଡ ଜିଲ୍ଲା କୋଇଡା ରେଞ୍ଜ୍ ଅନ୍ତର୍ଗତ ପାଟମୁଣ୍ଡା ଗ୍ରାମର ମତସାହିରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, କୋଇଡା ରେଞ୍ଜରେ କିଛି ଦିନ ତଳେ ଏକ ଏକ ଗୋଠ ଛଡା ଦନ୍ତା ହାତୀ ଉତ୍ପାତ ହେଉଥିଲା । ଗାଁରେ ପଶି ଲୋକଙ୍କ ଘର ଭାଙ୍ଗିବା ସହ ଫସଲ ମଧ୍ୟ ନଷ୍ଟ କରିଥିଲା । ଏହା ସହ କିଛି ସ୍ଥାନରେ ନଳକୂଅ ମଧ୍ୟ ଭାଙ୍ଗି ଦେଇଥିଲା ଦନ୍ତା । ତେଣୁ ହାତୀକୁ ଟ୍ରାଙ୍କୁଲାଇଜ୍ କରିଥିଲା ବନବିଭାଗ । ପରେ ହାତୀଟିକୁ ରେଡ଼ିଓକୁଲାର ଲଗାଯାଇଥିଲା । ଏହା ସତ୍ତ୍ବେ ଦନ୍ତା ନେଇଗଲା ଜଣଙ୍କ ଜୀବନ । ପାଟମୁଣ୍ଡା ଗ୍ରାମର ମତସାହିର ସୋମା ମୁଣ୍ଡାଙ୍କ ଘର ଭାଙ୍ଗି ଦେଇଥିଲା । ଏହା ସହ ତାଙ୍କ ଘରେ ପଶି ବ୍ୟକ୍ତିଙ୍କୁ ଦଳି କଚାଡ଼ି ମାରିଦେଲା ଦନ୍ତା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସ ଏବଂ ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ଏବଂ ବନବିଭାଗ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି ।  ଏହା ସହ ସୋମା ମୁଣ୍ଡାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.