ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ମହାରାଷ୍ଟ୍ର ସିଏମ ସସପେନ୍ସ : ସିନ୍ଦେ କହିଲେ ସୋମବାର ବିଜେପି ବିଧାୟକ ଦଳ ବୈଠକରେ ହେବ ନିଷ୍ପତ୍ତି...

Published By : Prameya | December 1, 2024 7:25 PM

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସିଏମ୍ ଚୟନକୁ ନେଇ ଚାଲିଥିବା ସସପେନ୍ସ ଶେଷ ହୋଇଛି। ଏକନାଥ ସିନ୍ଦେ ଆଜି ସ୍ପଷ୍ଟ ଭାବେ କହିଛନ୍ତି ଯେ, ଆସନ୍ତାକାଲି( ସୋମବାର) ବିଜେପି ବିଧାୟକ ଦଳ ବୈଠକରେ ସିଏମଙ୍କ ନାମ ଉପରେ ନିଷ୍ପତ୍ତି ନିଆଯିବ । ଦିଲ୍ଲୀରେ ଅମିତ ଶାହାଙ୍କୁ ଭେଟିବା ପରେ ଏକନାଥ ସିନ୍ଦେ ନିଜ ସହର ସତାରାକୁ ଫେରିଥିଲେ । ଏପରିକି ମହାୟୁତି ବୈଠକ ମଧ୍ୟ ହୋଇପାରି ନଥିଲା । ଏହା ପରେ ସିଏମ୍କୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। କିନ୍ତୁ ଆଜି (ରବିବାର) ସେ ଗଣମାଧ୍ୟମକୁ ସ୍ପଷ୍ଟ କରିଛନ୍ତି ଯେ, ଆସନ୍ତାକାଲି (ସୋମବାର) ବିଜେପି ବିଧାୟକ ଦଳ ବୈଠକରେ ସିଏମଙ୍କ ନାମ ଉପରେ ମୋହର ଲାଗିବ । 

ଏହା ପୂର୍ବରୁ ଗତକାଲି ଏକନାଥ ସିନ୍ଦେଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଡାକ୍ତରମାନେ ତାଙ୍କୁ ପରୀକ୍ଷା କରି ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ। ଏବେ ଗଣମାଧ୍ୟମ ସାମ୍ନାରେ ଏକନାଥ ସିନ୍ଦେ କହିଛନ୍ତି କି, "ମୋର ସ୍ୱାସ୍ଥ୍ୟ ବର୍ତ୍ତମାନ ଭଲ ଅଛି। ମୁଁ ବିଶ୍ରାମ ନେବାକୁ ଏଠାକୁ ଆସିଥିଲି । ନିର୍ବାଚନରେ ବହୁତ ଦୌଡୁଥିଲି। ମୁଁ ଗୋଟିଏ ଦିନରେ ୮ ରୁ ୧୦ ବୈଠକ କରିଥିଲି । ମୋର କାର୍ଯ୍ୟକାଳ ମଧ୍ୟରେ ମୁଁ କୌଣସି ଛୁଟି ନେଇ ନାହିଁ । ସରକାର ଲୋକଙ୍କ ସ୍ୱରରେ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହା ଯାହା କୁହନ୍ତି ସେଥିପାଇଁ ମୋର ସମ୍ପୂର୍ଣ୍ଣ ସମର୍ଥନ ରହିଛି।

ଅଢେଇ ବର୍ଷର ସ୍ୱଳ୍ପ କାର୍ଯ୍ୟକାଳ ମଧ୍ୟରେ ଜନସାଧାରଣଙ୍କ ପାଇଁ ବହୁତ କାମ କରିଛୁ, ଯାହାର ଫଳାଫଳ ହେଉଛି ଜନସାଧାରଣ ଆମକୁ ଏକ ବଡ଼ ଆଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ଆମେ ଯାହା ପାଇଛୁ ସେ ବିଷୟରେ ଚିନ୍ତା କରିବା ଉଚିତ୍ ନୁହେଁ କିନ୍ତୁ ଲୋକମାନେ ଆମକୁ ଯାହା ଦେଇଛନ୍ତି ତାହା ଉପରେ କାର୍ଯ୍ୟ କରିବା ଉଚିତ୍।

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.