ପ୍ରମୂଖ ଖବର
  • ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ
  • ||
  • ନୂଆପଡା : ପାଇଖାନା ଟାଙ୍କି ସେଣ୍ଟ୍ରିଂ ଖୋଲିବା ବେଳେ ଅଘଟଣ, ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ
  • ||
  • ପ୍ରଳୟଙ୍କରୀ ବନ୍ୟାରେ ଅସ୍ତବ୍ୟସ୍ତ ପାକିସ୍ତାନ, ୪୮ ଦିନରେ ଗଲାଣି ୬୫୦ ଜୀବନ
  • ||
  • ଢେଙ୍କାନାଳ : ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ, ଚାପି ହୋଇ ରହିଥିବା ଡ୍ରାଇଭର ଉଦ୍ଧାର
  • ||
  • ଅସ୍ତରଙ୍ଗ ଏବଂ ଛତ୍ରପୁର ଆଇଆଇସି ନିଲମ୍ବିତ; ତଦନ୍ତ ରିପୋର୍ଟ ଦେବାକୁ ୨ ରେଞ୍ଜ ଆଇଜିଙ୍କୁ ଡିଜିପିଙ୍କ ନିର୍ଦ୍ଦେଶ
  • ||
  • ଚାଷୀ ପଞ୍ଜୀକରଣ ହେଲା ସରଳ; ବଂଶାନୁକ୍ରମିକ ପ୍ରମାଣପତ୍ର ବଦଳରେ ସେଲ୍ଫ ଡିକ୍ଲାରେସନରେ ରେଜିଷ୍ଟ୍ରେସନ
  • ||
  • ସୁନ୍ଦରଗଡ଼ : ଜୁଆ ଆଡ୍ଡାରେ ରେଡ୍‌; ୧୪ ଗିରଫ, ଲକ୍ଷାଧିକ ଟଙ୍କା ଜବତ
  • ||
  • ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ
  • ||
  • ସୁନ୍ଦରଗଡ଼: ଜୁଆ ଆଡ୍ଡା ଉପରେ ଚଢ଼ାଉ: ୧୪ ଜଣ ଗିରଫ
  • ||
  • ଶେରଗଡ ;ଦୁଇ ବସ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର ଗୁରୁତର
  • ||
  • ଚମାଖଣ୍ଡି ଅଞ୍ଚଳର ଏକ ଗାଈ ଗୁହାଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ, ମାଓ ଲିଙ୍କ୍‌ ନେଇ ସନ୍ଦେହ
  • ||
  • କିସ୍ତୱାଡ଼ ପରେ କଠୁଆରେ ବାଦଳଫଟା ବର୍ଷା,୪ ମୃତ, ରେସ୍କ୍ୟୁ ଜାରି
  • ||
  • ପାକିସ୍ତାନରେ ବାଦଲଫଟା ବର୍ଷା: ମୃତ୍ୟୁ ସଂଖ୍ୟା ୩ଶହ ପାର୍, ରେସ୍କ୍ୟୁ ହେଲିକପ୍ଟର କ୍ରାସରେ ୫ ମୃତ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ, ଆଜି ଚୂଡାନ୍ତ ହେବ NDA ପ୍ରାର୍ଥୀଙ୍କ ନାମ, ବସିବ ବିଜେପି ସଂସଦୀୟ ବୋର୍ଡ ବୈଠକ
  • ||
  • ଭାରତ ଫେରିଲେ ସୁନାପୁଅ ଗ୍ରୁପ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା,ଦିଲ୍ଲୀରେ ଭବ୍ୟ ସ୍ୱାଗତ
  • ||
  • ୧୮ରେ ଲଘୁଚାପ, ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା; ଆଜି ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷିବ
  • ||

୭ ଦିନରେ ଦେବାକୁ ହେବ ଆଫିଡେଭିଟ୍, ନଚେତ ଦେଶକୁ କ୍ଷମା ମାଗିବାକୁ ହେବ: ରାହୁଲଙ୍କୁ ସିଇସିଙ୍କ ଟାର୍ଗେଟ

Published By : Harapriya Biswal | August 17, 2025 8:31 PM

ନୂଆଦିଲ୍ଲୀ,୧୭।୮:  ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା କରାଯାଇଥିବା ଭୋଟ ଚୋରି ଅଭିଯୋଗର ଉତ୍ତର ରଖିଛନ୍ତି ନିର୍ବାଚନ କମିଶନ୍। ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କମିଶନ ସ୍ପଷ୍ଟ ଜବାବ ଦେଇଛନ୍ତି। ସେ ରାହୁଲ ଗାନ୍ଧୀଙ୍କ ନାଁ ନଧରି କହିଛନ୍ତି, ନିର୍ବାଚନ କମିଶନ୍ ଓ ମତଦାତା ସୂଚୀକୁ ନେଇ ଯେଉଁ ଆରୋପ ଲଗାଯାଇଛି ତାହା ମିଥ୍ୟ। ଯଦି ତାଙ୍କ ପାଖରେ ଏହାକୁ ସତ କହିବାର ପ୍ରାମଣ ଅଛି ତେବେ  ୭ ଦିନ ଭିତରେ ଆଫିଡେଭିଟ୍ ଦାଖଲ କରନ୍ତୁ। ନଚେତ ପୁରା ଦେଶକୁ କ୍ଷମା ମାଗନ୍ତୁ।    

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି, ମତଦାତା ସୂଚୀକୁ ଶୁଦ୍ଧ କରିବା ଏକ ମିଳିତ ଦାୟିତ୍ବ। କିନ୍ତୁ ବିହାରରେ ଆମର ବୁଥ୍ ଲେବଲ୍ ଅଧିକାରୀ, ବୁଥ୍ ଲେବଲ ଏଜେଣ୍ଟ ଓ ରାଜନୈତିକ ଦଳ ସହ ମିଶି କାମ କରିଛନ୍ତି। ‘ଯଦି କେହି ଭାବୁଛନ୍ତି  ଏକ PPT ଦେଖାଇ, ଯାହା ନିର୍ବାଚନ କମିଶନଙ୍କ ସଂଖ୍ୟା ନୁହେଁ, ତାକୁ ଭୁଲ ଭାବରେ ବିଶ୍ଲେଷଣ କରିବା ଓ ଏହା କହିବା ଯେ, କୌଣସି ମହିଳା ଦୁଇ ଥର ମତଦାନ ଦେଇଛନ୍ତି, ତେବେ ତାହା ଗମ୍ଭୀର ଅଭିଯୋଗ।  ସେ ଜୋର ଦେଇ କହିଛନ୍ତି,  ଆଫିଡେଭିଟ୍ ବିନା, ନିର୍ବାଚନ କମିଶନ ଏପରି ଗୁରୁତର ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ କାରଣ ଏହା ସମ୍ବିଧାନ ଏବଂ ନିର୍ବାଚନ କମିଶନ ଉଭୟର ବିରୋଧୀ ହେବ। 

ରାହୁଲଙ୍କ ନାଁ ନନେଇ ଜ୍ଞାନେଶ କୁମାର କହିଛନ୍ତି ମୋର ସବୁ ଭୋଟରଙ୍କୁ ଅପରାଧୀ କହିଲେ ନିର୍ବାଚନ କମିଶନ କିଭଳି ଶାନ୍ତ ରହିବେ। ଏହା ସମ୍ଭବ ନୁହେଁ। ଆଫିଡେଭିଟ୍ ଦେଖାବୁ ହିଁ ହେବ, ଏହା ଦେଶକୁ କ୍ଷମା ମାଗିବାକୁ ହେବ, ତୃତୀୟ ବିକଳ୍ପ କିଛି ନାହିଁ। ଯଦି ୭ ଦିନ ଭିତରେ ଆଫିଡେଭିଟ୍‌ ନମିଳେ ତେବେ ଏହାର ଅର୍ଥ ହେଉଛି ସବୁ ଅଭିଯୋଗ ଆଧାରହୀନ। ଆମ ଭୋଟରକୁ ନକଲି କହୁଥିବାରୁ ତାଙ୍କୁ କ୍ଷମା ମାଗିବା ଦରକାର।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.