ପ୍ରମୂଖ ଖବର
  • ଏସ୍‌ସିବିରେ ଡାକ୍ତରଙ୍କୁ ଆକ୍ରମଣ, ରୋଗୀଙ୍କ ସଂପର୍କୀୟଙ୍କ ନାଁରେ ଥାନାରେ ଏତଲା
  • ||
  • ବ୍ରଜ ଦାସଙ୍କ ଘରେ ଚତୁର୍ଥ ଦିନରେ ଆଇଟି ରେଡ୍, ସମ୍ପତ୍ତି ଆୟର ଚାଲିଛି ଛାନଭିନ୍
  • ||
  • କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା,ଦୋଷୀ ସଂଜୟ ରୟଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇବେ ସିଆଲଦା କୋର୍ଟ
  • ||
  • ହଂସିକାଙ୍କ ମାମଲାରେ ନୂଆ ମୋଡ଼: ୫୦ କୋଟି ଡିଲ୍‌ର ଖୋଳତାଡ଼ କରିବ ଇଡି, ସ୍କାନରରେ ଶିକ୍ଷାନୁଷ୍ଠାନ ମାଲିକ
  • ||
  • ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ...ଭାରତ ପକ୍ଷରୁ ସାମିଲ ହେବେ ଏସ୍ ଜୟଶଙ୍କର,
  • ||
  • ଜାଡ଼ରେ ଥରୁଛି ଓଡ଼ିଶା, ଶୀତ ଆହୁରି ୪ରୁ ୫ ଦିନ କରିବ କଲବଲ: ଦୁଇ ଦିନ କୁହୁଡି ସମ୍ଭାବନା
  • ||

ଭୂକମ୍ପରେ ଥରିଲା ଉତ୍ତର ଭାରତ, କେନ୍ଦ୍ର ସ୍ଥଳ ଥିଲା ପାକିସ୍ତାନ

Published By : Prameya | September 11, 2024 4:03 PM

ନୂଆଦିଲ୍ଲୀ,୧୧।୯: ଦିଲ୍ଲୀ-ଏନସିଆର ସହିତ ଉତ୍ତର ଭାରତରେ ବହୁ ରାଜ୍ୟରେ ଭୂମିକମ୍ପ। ଭାରତ ବ୍ୟତୀତ ପାକିସ୍ତାନ ଓ ଆଫଗାନିସ୍ତାନର ମଧ୍ୟ ଭୂକମ୍ପ ଆସିଥିବାର ଖବର ରହିଛି। ପାକିସ୍ତାନ, ଖବର କାଗଜ ଦ ଟ୍ରିବ୍ୟୁନ୍‌ର ରିପୋର୍ଟ ଅନୁସାରେ, ଖୈବର ପଖତୁନଖ୍ବାଠାରୁ ନେଇ ପଞ୍ଜାବ ପର୍ଯ୍ୟନ୍ତ ଝଟକା ଅନୁଭବ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୭ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ର ଡେରା ଗାଜି ଖାନ୍‌ ନିକଟରେ ରହିଛି ବୋଲି କୁହାଯାଉଛି।  ଏହି ଭୂକମ୍ପ ପୃଥିବୀଠାରୁ ୧୦ କିଲୋମିଟର ତଳେ ଥିଲା, ଯେଉଁ କାରଣରୁ ଉପରେ ଏହାର କମ୍ ତୀବ୍ରତା ଦେଖିବାକୁ ମିଳିଛି। 

ବର୍ତ୍ତମାନ ଭାରତ,ପାକିସ୍ତାନ କିମ୍ବା ଆଫଗାନିସ୍ତାନ ସହ ଅନ୍ୟ କୌଣସି ସ୍ଥାନରେ ଧନଜୀବନ କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ। ଭୂକମ୍ପର ଝଟକା ଦିଲ୍ଲୀ, ପଶ୍ଚିମ ୟୁପି, ହରିୟାଣା, ଜମ୍ମୁ-କଶ୍ମୀର ଓ ପଞ୍ଜାବ ସହିତ ବହୁ ରାଜ୍ୟରେ ଏହା ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର୍‌ ସେସମୋଲେଜର ସୂଚନା ଅନୁସାରେ, ଭୂକମ୍ପ ଆସିବାର ସମୟ ମଧ୍ୟାହ୍ନ ୧୨.୫୮ ମିନିଟ୍ ଥିଲା। 

ଆମେରିକା ଜିଓଲୋଜିକାଲ ସର୍ଭେର କହିବା ଅନୁସାରେ, ଭୂକମ୍ପର ତୀବ୍ରତା ୫.୮ ନୁହେଁ ବଂର ୫.୪ ଥିଲା। ଏହାର ପ୍ରଭାବ ପାକିସ୍ତାନର ପଞ୍ଜାବର ଅଧିକାଂଶ ସହରରେ ଦେଖିବାକୁ ମିଳିଛି। ରାଜଧାନୀ ଇସ୍ଲାମାବାଦ, ମୁଲତାନ ଓ ଲାହୋରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

ରାଜନୀତି

ମନୋରଞ୍ଜନ

Copyright © 2024 - Summa Real Media Private Limited. All Rights Reserved.