ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ରାସ୍ତା ନ ଥିବାରୁ ଯାତାୟତ ସମସ୍ୟା ଭୋଗୁଛନ୍ତି ୭ ଗ୍ରାମବାସୀ

Published By : Prameya | December 2, 2024 7:36 PM

ଫିରିଙ୍ଗିଆ, ୨।୧୨ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଆଜି ପର୍ଯ୍ୟନ୍ତ ବ୍ଲକର ବିଭିନ୍ନ ଉପାନ୍ତ ଅଞ୍ଚଳକୁ ସରକାରଙ୍କ ବିଭିନ୍ନ ଯୋଜନା ଠିକ ଭାବରେ ପହଞ୍ଚି ପାରି ନାହିଁ l ଗମନାଗମନ, ଶିକ୍ଷା ବ୍ୟବସ୍ଥା ହେଉ କି ସ୍ୱାସ୍ଥ୍ୟ ସେବା ଲୋକଙ୍କ ସୁବିଧା ପାଇଁ ପହଞ୍ଚି ପାରୁନଥିବାରୁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଫିରିଙ୍ଗିଆ ବ୍ଲକ ନୁଆଁ ପଦର ପଞ୍ଚାୟତର ଜାର୍ଗୀ ପଡା ଅନ୍ତର୍ଗତ ପ୍ରାୟ ୭ ରୁ ଉର୍ଦ୍ଧ ଗ୍ରାମର ପ୍ରାୟ ୫ ଶହରୁ ଉର୍ଦ୍ଧ ଜନସାଧାରଣ ଆଜି ପର୍ଯ୍ୟନ୍ତ ଯାତାୟତ ପାଇଁ ଠିକ ରାସ୍ତା ଟିଏ ନଥିବାରୁ ଯିବା ଆସିବାରେ ବହୁତ ଅସୁବିଧା ଭୋଗୁଛନ୍ତି l

ସ୍କୁଲ ସାହି, ପୁରୁଣା ସାହି, ଶ୍ରାମ୍ଭୁ ପଡା, ଡାଡାକା ପଡା, ମାଣୀଜାଲା, ପାଗାଷ ପାଙ୍ଗା, ଭଳି ପ୍ରାୟ ୭ ଟି ଗ୍ରାମ ବାସୀଙ୍କ ପାଇଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଛାତ୍ର ଛାତ୍ରୀଙ୍କ ପାଠ ପଢିବା ପାଇଁ ମଧ୍ୟ ପାଖା ପାଖି ୪ କିଲୋମିଟର ଖାଲ ଖମା ରାସ୍ତା ଦେଇ ବର୍ଷ ତମାମ ଯିବାକୁ ପଡିଥାଏ l ବର୍ଷା ଦିନ ଆସିଲେ ପାଠ ପଢ଼ୁଥିବା ଛାତ୍ର ଛାତ୍ରୀ ଏମିତି କି ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ପାଇଁ ମଧ୍ୟ ଲୋକମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି  ନୂଆ ପଦର ସରପଞ୍ଚ ଭବାନୀ ଶଙ୍କର କହଁର କହିଛନ୍ତି। ମେଡିକାଲ ପାଇଁ ଜରୁରୀ ପରିସ୍ଥିତି ରେ ଯିବାକୁ ହେଲେ ବୁଲି ବୁଲି କୁଟି ଗୁଡା ଦେଇ ଯିବାକୁ ପଡୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। 

ଏହି ଗାଁ ମାନଙ୍କ ମଧ୍ୟରେ ଗୋଟିଏ ଅଙ୍ଗନବାଡି ସହ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଅଛି । କିନ୍ତୁ ରାସ୍ତା ସମସ୍ୟା ଅଞ୍ଚଳର ମୁଖ୍ୟ ସମସ୍ୟା ପାଲଟିଛି l  ଗ୍ରାମ ବାସୀଙ୍କ କହିବା ମୁତାବକ ରବିଙ୍ଗିଆ ଠାରୁ ଜାର୍ଗୀ ପଡା ଦେଇ କୁଇଲାରୀ ପର୍ଯ୍ୟନ୍ତ ଯାଇଥବା  ରାସ୍ତାରେ ପ୍ରାୟ ୫0 ବର୍ଷ ହେବ ଆଜି ପର୍ଯ୍ୟନ୍ତ କୌଣସି ରାସ୍ତା ମରାମତି ହୋଇନଥିବା ବେଳେ ମାଟି ମୁଠାଏ ମଧ୍ୟ ପଡ଼ି ନାହିଁ l ଯାହା ଦ୍ୱାରା ଏହି ରାସ୍ତା ଖାଲ ଖମା ହୋଇ ରହିଛି l ସରକାରଙ୍କ ତରଫରୁ ଆଜି ପର୍ଯ୍ୟନ୍ତ କୌଣସି ଦୃଷ୍ଟି ପଡ଼ିନଥିବା ବେଳେ ଗ୍ରାମ ବାସୀଙ୍କ ତରଫରୁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ, ଜିଲ୍ଲା ପାଳ ଏବଂ ଏମିତି କି ବିଧାୟକ, ସାଂସଦ ଙ୍କୁ ଲିଖିତ ଭାବରେ ଦେଇଥିଲେ ମଧ୍ୟ କୌଣସି ରାସ୍ତା ଟିଏ ନିର୍ମାଣ ହୋଇ ପାରି ନାହିଁ l ଗ୍ରାମର ପ୍ରଦୀପ ମଲିକ, ଦୀନବନ୍ଧୁ ମଲିକ, ସୁଗ୍ରୀ ମଲିକ, ଦିବାକର ମଲିକ, ଉଦୟ ନାଥ ମଲିକ, ଅନିତା ମଲିକ, ସାବିତା ମଲିକ ଙ୍କ ସହ ଅଞ୍ଚଳ ବାସି ରବିଙ୍ଗିଆ ବସ ଷ୍ଟାଣ୍ଡ ନିକଟରୁ ଜାର୍ଗୀ ପଡା ଦେଇ କୁଇଲାରୀ ପର୍ଯ୍ୟନ୍ତ ପ୍ରାୟ ୫ କିଲୋମିଟର ରୁ ଉର୍ଦ୍ଧ ରାସ୍ତା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରି ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ଦାବୀ କରିଛନ୍ତି l ସରକାର ତୁରନ୍ତ ଲୋକଙ୍କ ସମସ୍ୟା କୁ ଗୁରୁତ୍ୱ ଦେଇ ରାସ୍ତା ନିର୍ମାଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ଜାର୍ଗୀ ପଡା ଅଞ୍ଚଳ ର ୭ ରୁ ଉର୍ଦ୍ଧ ଗ୍ରାମବାସୀ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.