ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଗଣେଶ ମେଳା ପାଇଁ ସ୍ୱତନ୍ତ୍ର ପୁଲିସ ପଦକ୍ଷେପ: ବୁଲୁଛି ମଦୁଆ ଧରା ଗାଡ଼ି, ଗନ୍ଧ ପାଇଲେ ନେଉଛି ଭିଡ଼ି...

ଦେବଗଡ଼, ୧୦/୦୮: ସନ୍ଦେହ  ହେଲେ ଟେଷ୍ଟ କରିବୁ...ଉଠେଇ ନେବୁ,  ଆମେ ପରା ପୁଲିସ୍‌ ବାବୁ । ଏହା କୌଣସି  ଫିଲ୍ମ ଡାଇଲଗ୍‌ ନୁହେଁ । ବରଂ ଦେବଗଡ଼  ସହରରେ ଚାଲିଥିବା ପ୍ରସିଦ୍ଧ ଗଣେଶ  ମେଳା ପାଇଁ ମଡେଲ ଥାନା ପକ୍ଷରୁ ଶୁଭାରମ୍ଭ ହୋଇଥିବା  ସ୍ୱତନ୍ତ୍ର ମଦୁଆ ଧରପଗଡ ଗାଡ଼ିର ପୁଲିସ୍‌ କର୍ମଚାରୀଙ୍କ  କଥାବାର୍ତ୍ତା । ତେଣୁ ଜିଲ୍ଲାରେ ବିଭିନ୍ନ ଅଞ୍ଚଳରୁ ବର୍ଷକୁ  ଥରେ ଶ୍ରୀଗଣେଶଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ  ଓ ଦର୍ଶକଙ୍କୁ ସୁରକ୍ଷା ଦେବାକୁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର  ପଦକ୍ଷେପ ନିଆଯାଇଛି । ବିଶେଷତଃ ସନ୍ଧ୍ୟା ବେଳେ କିଛି  ଅସାମାଜିକ ବ୍ୟକ୍ତି ଢକଲମ୍‌  ହେବାସହ ଗହଳି ସ୍ଥାନରେ  ବୋବାଲ୍‌ କରୁଥିବାରୁ  ମେଳା ଉପଭୋଗ କରିବାକୁ  ଆସୁଥିବା ମହିଳାଙ୍କ ସୁରକ୍ଷା  ଦୃଷ୍ଟିରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା  ପୁଲିସ ପକ୍ଷରୁ କୁହାଯାଇଛି । ଫଳରେ ପୁଲିସ ବାଲାଙ୍କ  ଏଭଳି ପଦକ୍ଷେପ ମଦୁଆ ମହଲରେ ଏକ ପ୍ରକାର  ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ସଚେତନ  ମହଲରେ ପ୍ରଶଂସିତ ହୋଇଛି  । 

ଏ ସମ୍ପର୍କରେ  ମଡେଲ ଥାନା ଆଇଆଇସି ସରୋଜ କୁମାର ସେଠୀଙ୍କୁ  ପଚାରିବାରେ ମଦୁଆ ପକଡ୍‌ ଗାଡି ବିଭିନ୍ନ ରାସ୍ତା  ଓ ସାହି ଗଳି ସହ ପ୍ରଧାନପାଟ, ମହିଳା କଲେଜ,  ମହୁଲଢିପା ନାଳ ପଡିଆ, ଆଇ.ଜି.ଷ୍ଟାଡିୟମ ଓ  ଏନ୍‌ଏଚ୍‌ ବାଇପାସ ଭଳି ବିଭିନ୍ନ ନିଛାଟିଆ ଜାଗାରେ  ପଇଁତରା ମାରିବାସହ ମଦୁଆଙ୍କୁ ଆକଟ କରିବା ନିମନ୍ତେ  ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି । ତେଣୁ  ମେଳା ଦେଖିବାକୁ ଆସୁଥିବା ଲୋକେ ଏ ଦିଗରେ  ବିଶେଷ ଯତ୍ନବାନ ହେବାସହ ମଦୁଆଙ୍କ ପ୍ରାର୍ଦୁଭାବ  ଦେଖିଲେ ତୁରନ୍ତ ୧୧୨ ଟୋଲଫ୍ରି ନମ୍ବରରେ ପୁଲିସ୍‌ ମଦୁଆ ପକଡ୍‌ ଗାଡ଼ି ଇନଚାର୍ଜ ଏସ୍‌ଆଇ ବିନୟ  ପରିଡାଙ୍କୁ ସୂଚନା ଦେବା ନିମନ୍ତେ ଅନୁରୋଧ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.