ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଅନ୍ତଃନଳୀରେ ଲାଗି ରହେ କି ମଇଦା? ଜାଣନ୍ତୁ କ’ଣ କୁହନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ

Published By : Krishna Priya | January 10, 2025 9:41 AM

ଭୁବନେଶ୍ୱର ୧୦/୦୧: ପ୍ରାୟତଃ ଶୁଣିଥିବେ ନିଶ୍ଚୟ! ଅଧିକ ମଇଦା ଖାଇଲେ ଶରୀର ପାଇଁ କ୍ଷତିକାରକ । କାରଣ ଏହା ଅନ୍ତଃନଳୀରେ ଲାଗି ରହିଥାଏ । ଚାଲନ୍ତୁ ବିଶେଷଜ୍ଞଙ୍କଠାରୁ ଜାଣିବା ଏହା କେତେଦୂର ସତ । ନ୍ୟୁଟ୍ରିସ୍‌ନିଷ୍ଟ ଅମ୍ବିକ ଦତ୍ତ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ମଇଦା ବିଷୟରେ ଥିବା ଭ୍ରମକୁ ଦୂର କରିବାକୁ ପ୍ରୟାସ କରିଛନ୍ତି । ସେ କହିଛନ୍ତି, ମଇଦା ପେଟ ବା ଅନ୍ତଃନଳୀରେ ଲାଗି ଯାଇ ନଥାଏ । କାରଣ ଆମେ ଏହାକୁ କଞ୍ଚା ଖାଇ ନଥାଉ । ତେଣୁ ମଇଦାରେ ପ୍ରସ୍ତୁତ ଖାଦ୍ୟ ସରଳ ଭାବେ କାର୍ବୋହାଇଡ୍ରେଟ୍‌ ରୂପରେ ଶରୀରରେ ଅବଶୋଷିତ ହୋଇଥାଏ । 

ହଜମ ପାଇଁ କେତେଦୂର ଠିକ୍‌ :

କମ୍‌ ଫାଇବର : ମଇଦାରେ ଫାଇବର ମାତ୍ରା ଖୁବ୍‌ କମ୍‌ ରହିଥାଏ । କିନ୍ତୁ ପାଚନ ତନ୍ତ୍ର ପାଇଁ ଫାଇବରର ଆବଶ୍ୟକତା ଅଧିକ । ତେଣୁ ଅଧିକ ମଇଦାଜାତୀୟ ଖାଦ୍ୟ ଖାଇବା ଦ୍ୱାରା ପାଚନ ସମ୍ବନ୍ଧୀୟ ସମସ୍ୟା ଯଥା ଏସିଡିଟି, ବଦ୍‌ହଜମୀ ଓ କବ୍ଚ ଆଦି ଉପୁଜିଥାଏ । 

ଉଚ୍ଚ କ୍ୟାଲୋରୀ : ମଇଦାରେ ଅଧିକ ମାତ୍ରାର କାର୍ବୋହାଇଡ୍ରେଟ୍‌ ରହିଥାଏ । କିନ୍ତୁ ଅନ୍ୟ ପୋଷକ ତତ୍ତ୍ୱ ପ୍ରୋଟିନ୍‌, ଭିଟାମିନ୍‌ ଓ ମିନେରାଲ୍‌ର ମାତ୍ରା କମ୍‌ ରହିଥାଏ । ତେଣୁ ମଇଦାକୁ ଉଚ୍ଚ କ୍ୟାଲୋରୀଯୁକ୍ତ ଖାଦ୍ୟ ଭାବେ ଗ୍ରହଣ କରାଯାଇଛି । ଅଧିକ ମଇଦା ଖାଇବା ଦ୍ୱାରା ଓଜନ ବଢିବା ସହ ମୋଟପଣ ବଢିବାର ଆଶଙ୍କା ଅଧିକ ।

ରକ୍ତରେ ଶର୍କରା ସ୍ତର : ମଇଦାରେ ଥିବା କାର୍ବୋ ହାଇଡ୍ରେଟ୍‌ ଜଲଦୀ ହଜମ ହୋଇଯାଇଥାଏ, ଯାହାଦ୍ୱାରା ରକ୍ତରେ ଶର୍କରା ସ୍ତର ତୀବ୍ର ବେଗରେ ବଢିଥାଏ । ତେଣୁ ମଇଦା ମଧୁମେହ ରୋଗୀଙ୍କ ପାଇଁ ଖୁବ୍‌ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.