ପୁରୀ ୦୭/୦୮: ମୋବାଇଲ୍ ଲାଇଟ୍ରେ ରୋଗୀ ଦେଖିଲେ ଡାକ୍ତର । ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର କାଜୁଆଲିଟିରେ ଦେଖିବାକୁ ମିଳିଛି ଏଭଳି ଅବ୍ୟବସ୍ଥା । ବୁଧବାର ଅପରାହ୍ନ ପ୍ରାୟ ୫ଟା ୨୦ରେ ହଠାତ୍ ଲାଇନ୍ କଟି ଯାଇଥିଲା । ଏହାର କିଛି ବିକଳ୍ପ ନ ଥିବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ମୋବାଇଲ୍ ଟର୍ଚ୍ଚ ପକାଇଥିଲେ । ଏହି ଆଲୁଅରେ ଡାକ୍ତର ପ୍ରେସ୍କ୍ରିପ୍ସନ୍ ଲେଖିଥିଲେ । ପ୍ରାୟ ୫ ମିନିଟ୍ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଦେଖିବାକୁ ମିଳିଥିଲା । କାଜୁଆଲିଟିରେ ଲାଇଟ୍ର ବିକଳ୍ପ ନ ଥିବାରୁ ରୋଗୀ ନାପସନ୍ଦ କରିଛନ୍ତି । ସେହିପରି ଅନ୍ୟ ୱାର୍ଡରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ସଦର ମୁଖ୍ୟ ଚିକିତ୍ସାଳୟରେ ଇନ୍ଭର୍ଟର କିମ୍ବା ଜେନେରେଟର ବ୍ୟବସ୍ଥା ନ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଦ୍ୟୁତ୍ କଟିବା ବେଳେ ରୋଗୀସେବା ବାଧାପ୍ରାପ୍ତ ହେଉଛି । ତେଣୁ ଏହାର ପ୍ରତିକାର ବ୍ୟବସ୍ଥା ମେଡିକାଲ କର୍ତ୍ତୃପକ୍ଷ କରିବା ଆବଶ୍ୟକ ବୋଲି ରୋଗୀମାନେ ମତ ଦେଇଛନ୍ତି।

ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଅଶାନ୍ତ କ୍ୟାମ୍ପସ: ଦ...