ପ୍ରମୂଖ ଖବର
  • କୁଜଙ୍ଗ କୋଠିଆସାହି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା , ହାଇଓ୍ବା ମାଡିଯିବାରୁ ବାପା-ଝିଅ ମୃତ
  • ||
  • ରାୟଗଡ଼ା : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ୱାମୀ
  • ||
  • ବଲାଙ୍ଗୀର : ଜାମପଡା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ, ହତ୍ୟା ଅଭିଯୋଗ
  • ||
  • ରାଜସ୍ଥାନରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୩.୯ ରେକର୍ଡ଼
  • ||
  • ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କୁ ଶକ୍ତ ଝଟକା; ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ ଆବେଦନ ଖାରଜ୍
  • ||
  • କଟକ : ଅସହ୍ୟ ହେଲା ପ୍ରେମିକଙ୍କ ବ୍ଲାକମେଲ୍! ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବତୀ
  • ||
  • କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତଦେହ, କରାଯିବ ବ୍ୟବଚ୍ଛେଦ
  • ||
  • ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍, ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ଗୋବିନ୍ଦପୁର ଗାଁରେ ଜଣ୍ଡିସ ଆତଙ୍କ, ୧୪ ଶିଶୁ ଆକ୍ରାନ୍ତ

Published By : Harapriya Sethi | August 7, 2025 11:49 AM

ଆଠଗଡ଼, ୦୭/୦୮: କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଗୋବିନ୍ଦପୁର ଗ୍ରାମରେ ଜଣ୍ଡିସ ଆକ୍ରାନ୍ତ। ଗ୍ରାମର ୧୪ ଜଣ ଶିଶୁ ଆକ୍ରାନ୍ତଙ୍କୁ ମାଣିଆବନ୍ଧ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯିବା ପରେ ଗାଁରେ ମେଡିକାଲ ଟିମ୍‌ ଆସି ଚିକିତ୍ସା ଜାରି ରଖିଛି । ପଞ୍ଚାୟତ ପାନୀୟଜଳ ଯୋଗାଣ ବିଭାଗ ଦ୍ୱାରା ହେଉଥିବା ଜଳଯୋଗାଣ ପାଇପ ବିଭିନ୍ନ ସ୍ଥାନରେ ଫାଟିଥିବା କାରଣରୁ ଦୂଷିତ ପାଣି ପିଇ ଏଭଳି ହୋଇଥିବା ପ୍ରାଥମିକ ପର୍ଯ୍ୟାୟରୁ ଜଣାପଡୁଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି । ଖବର ପାଇ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ମଧ୍ୟ ଗାଁକୁ ଯାଇ ଲୋକଙ୍କ ସହ ବିଶେଷ ଆଲୋଚନା କରିଛନ୍ତି । 

ସେପଟେ ଗାଁରେ କିପରି ରୋଗ ଅଧିକ ନ ବ୍ୟାପିବ ସେନେଇ ସଚେତନତା କରାଇଛନ୍ତି । ଘଟଣା ସ୍ଥଳରେ ବିଧାୟକ ବିଜୟ କୁମାର ଦଳବେହେରା ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ସ୍ୱାସ୍ଥ୍ୟବିଭାଗ ଅଧିକାରୀ ଓ ମାଣିଆବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ତୁରନ୍ତ ଜଳଯୋଗାଣ ପାଇପ ମରାମତି କରିବା ସହ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାମ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ନିକଟସ୍ଥ ଆୟୁଷ୍ମାନ ସ୍ୱାସ୍ଥ୍ୟ ଆରୋଗ୍ୟ ମନ୍ଦିରମାନଙ୍କରେ ବିପୁଳ ପରିମାଣର ସର୍ବନିମ୍ନ ଦରକାରୀ ଔଷଧ, ବ୍ଲିଚିଂ ପାଉଡର ଆଦି ମହଜୁଦ ରଖୁବା ଲାଗି ବିଧାୟକ ଦଳବେହେରା ପରାମର୍ଶ ଦେଇଥିଲେ। ଏହାବ୍ୟତୀତ ତ୍ୱରିତ ଗତିରେ ପରିମଳ ବ୍ୟବସ୍ଥା ଏବଂ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାରେ ସୁଧାର ଆଣିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.