ପ୍ରମୂଖ ଖବର
  • ରାୟଗଡ଼ା : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ୱାମୀ
  • ||
  • ବଲାଙ୍ଗୀର : ଜାମପଡା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ, ହତ୍ୟା ଅଭିଯୋଗ
  • ||
  • ରାଜସ୍ଥାନରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୩.୯ ରେକର୍ଡ଼
  • ||
  • ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କୁ ଶକ୍ତ ଝଟକା; ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ ଆବେଦନ ଖାରଜ୍
  • ||
  • କଟକ : ଅସହ୍ୟ ହେଲା ପ୍ରେମିକଙ୍କ ବ୍ଲାକମେଲ୍! ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବତୀ
  • ||
  • କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତଦେହ, କରାଯିବ ବ୍ୟବଚ୍ଛେଦ
  • ||
  • ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍, ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ଶ୍ରୀମନ୍ଦିର ଗଳାବାଟ ପାଇଁ ହାତଗୁଞ୍ଜା ନେଉଛନ୍ତି ଜେଟିପି: ସାମ୍ନାକୁ ଆସିଲା ଭିଡିଓ, ଜେଟିପିଙ୍କୁ କାର୍ଯ୍ୟରୁ ବହିଷ୍କାର ନିର୍ଦ୍ଦେଶ

Published By : Manoj | August 7, 2025 1:33 PM

ପୁରୀ ୦୭/୦୮: ଶ୍ରୀମନ୍ଦିର ସିଂହଦ୍ୱାରରେ ଥିବା ସେବାୟତଙ୍କ ପ୍ରବେଶ ପଥରେ ଶ୍ରଦ୍ଧାଳୁଙ୍କୁ ପ୍ରବେଶ କରାଇବାକୁ ଚାଲିଛି ଲାଞ୍ଚ କାରବାର । ନବ ନିଯୁକ୍ତ ଜେଟିପି ସ୍କ୍ୱାଡ୍‌ କର୍ମଚାରୀମାନେ ଏହି ଲାଞ୍ଚ କାରବାରରେ ସମ୍ପୃକ୍ତ ଥିବା ଭିଡିଓ ସାମ୍ନାକୁ ଆସିଛି । ଯାତ୍ରୀଙ୍କୁ ଶ୍ରୀମନ୍ଦିରକୁ ଗଳା ବାଟରେ ପ୍ରବେଶ କରାଉଛନ୍ତି । ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥିବା ଜଣେ ଗୁମାସ୍ତାଠାରୁ ଜେଟିପି ସ୍କ୍ୱାଡ୍‌ର ଜଣେ କର୍ମଚାରୀ ଲାଞ୍ଚ୍ ନେଉଥିବାର ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି । 

ଦୋଳମଣ୍ଡପ ସାହି ଓ ଏହା ସଂଲଗ୍ନ ସାହିଗୁଡ଼ିକର ସେବାୟତଙ୍କ ସମେତ  ଡ୍ୟୁଟି କରୁଥିବା କର୍ମଚାରୀମାନେ ସହଜରେ ଯାତାୟାତ ନିମନ୍ତେ ସିଂହଦ୍ୱାର  ଆଗରେ ଏକ ବାଟ କରାଯାଇଛି । ମାତ୍ର  ଏହି ବାଟକୁ କିଛି ପୁଲିସ ଓ ଶ୍ରୀମନ୍ଦିର  କର୍ମଚାରୀ ଲାଞ୍ଚ ନେଇ ସାଧାରଣ ଲୋକଙ୍କ ପାଇଁ ଗଳାବାଟ କରି ଦେଇଛନ୍ତି । ଯାତ୍ରୀ ଗୁମାସ୍ତା, ଧୂଳିଆ ପ୍ରଭୃତିମାନଙ୍କଠାରୁ ଲାଞ୍ଚ  ନେଇ ଏହି ବାଟରେ ସେମାନଙ୍କ ଯାତ୍ରୀଙ୍କୁ ଛାଡ଼ୁଛନ୍ତି । ବିନା ଯାଞ୍ଚରେ ଯାତ୍ରୀମାନଙ୍କୁ ସହଜରେ ଶ୍ରୀମନ୍ଦିରରେ ପ୍ରବେଶର ପ୍ରତିଶ୍ରୁତି ଦେଇ ଯାତ୍ରୀ ଗୁମାସ୍ତାମାନେ  ଶ୍ରଦ୍ଧାଳୁଙ୍କଠାରୁ ଟଙ୍କା ଆଦାୟ କରୁଛନ୍ତି ।  

ତେବେ ନବ ନିଯୁକ୍ତ ଜେଟିପି  ସ୍କ୍ୱାଡ୍‌ର କର୍ମଚାରୀମାନେ ପତିତପାବନଙ୍କ  ଠିକ୍‌ ସାମ୍ନାରେ ଲାଞ୍ଚ ନେଉଥିବା ଭିଡିଓ  ସାମ୍ନାକୁ ଆସିବା ପରେ ଶ୍ରଦ୍ଧାଳୁଙ୍କ  ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି ।  ଭିଡ଼ ସମୟରେ ସାଧାରଣ ଶ୍ରଦ୍ଧାଳୁଙ୍କୁ  ଶ୍ରୀମନ୍ଦିରରେ ପ୍ରବେଶ ନିମନ୍ତେ ଧାଡ଼ିରେ  ଠିଆ ହୋଇ ଅପେକ୍ଷା କରିବାକୁ  ପଡ଼ିଥାଏ । ଏହାର ଫାଇଦା ନେବା  ନିମନ୍ତେ କିଛି ଅସାଧୁ ଗୋଷ୍ଠୀ ମାତିଛନ୍ତି ।  ଶ୍ରୀମନ୍ଦିର ଅନ୍ୟଦ୍ୱାରମାନଙ୍କରେ ଚାଲିଥିବା  ଅସାଧୁ କାରବାର ମଧ୍ୟ ସାମ୍ନାକୁ  ଆସିଛି । ତେବେ ଶ୍ରୀମନ୍ଦିର ପ୍ରଶାସନ  ନିୟମକାନୁନ ନମାନି ଆଉଟସୋର୍ସିଂ  ସଂସ୍ଥା ଜରିଆରେ ଜେଟିପି ସ୍କ୍ୱାଡ୍‌ ନିଯୁକ୍ତ  କରିଛି । ଏହି ନିଯୁକ୍ତିରେ ଲାଞ୍ଚ କାରବାର  ହୋଇଥିବା ଅଭିଯୋଗ ହୋଇଛି । ଲାଞ୍ଚ ଦେଇ ନିଯୁକ୍ତି ପାଇଥିବା ଏହି ଜେଟିପି  ସ୍କ୍ୱାଡ୍‌ ଏଭଳି ମାର୍ଗରେ ରୋଜଗାର  କରୁଛନ୍ତି ବୋଲି ବୁଦ୍ଧିଜୀବୀମାନେ  ମତ ଦେଉଛନ୍ତି । ତେବେ ଏହି ଘଟଣା  ସମ୍ପର୍କରେ ଅବଗତ ହେବା ପରେ  ଉକ୍ତ ଜେଟିପିଙ୍କୁ କାର୍ଯ୍ୟରୁ ବହିଷ୍କାର  କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.