ପ୍ରମୂଖ ଖବର
  • କୁଜଙ୍ଗ କୋଠିଆସାହି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା , ହାଇଓ୍ବା ମାଡିଯିବାରୁ ବାପା-ଝିଅ ମୃତ
  • ||
  • ରାୟଗଡ଼ା : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ୱାମୀ
  • ||
  • ବଲାଙ୍ଗୀର : ଜାମପଡା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ, ହତ୍ୟା ଅଭିଯୋଗ
  • ||
  • ରାଜସ୍ଥାନରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୩.୯ ରେକର୍ଡ଼
  • ||
  • ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କୁ ଶକ୍ତ ଝଟକା; ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ ଆବେଦନ ଖାରଜ୍
  • ||
  • କଟକ : ଅସହ୍ୟ ହେଲା ପ୍ରେମିକଙ୍କ ବ୍ଲାକମେଲ୍! ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବତୀ
  • ||
  • କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତଦେହ, କରାଯିବ ବ୍ୟବଚ୍ଛେଦ
  • ||
  • ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍, ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ଓଟିଇଟି ପ୍ରଶ୍ନ ଲିକ୍‌ କେଳେଙ୍କାରୀ: ନିହାରଙ୍କ ୩ ମାସର ସିଡିଆର୍‌ ଖୋଳତାଡ, ସିଣ୍ଡିକେଟ୍‌ ବାବଦରେ ମିଳିବ ଅଧିକ ସୁରାକ୍‌

Published By : Manoj | August 7, 2025 10:43 AM

କଟକ,୦୭/୦୮: ସ୍ପେସାଲ୍‌ ଓଟିଇଟି ପ୍ରଶ୍ନ ଲିକ୍‌ ଘଟଣାର ତଦନ୍ତ କ୍ରମରେ ବୋର୍ଡର ପୂର୍ବତନ ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତିଙ୍କଠାରୁ ଜବତ ମୋବାଇଲ୍‌ ଫୋନ୍‌ ଓ  ଲାପ୍‌ଟପ୍‌ରୁ ତଥ୍ୟ ସଂଗ୍ରହ ପାଇଁ ତଦନ୍ତକାରୀ  କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ ସେସବୁକୁ ଷ୍ଟେଟ୍‌ ଫରେନସି୍‌କ ଲାବ୍‌କୁ ପଠାଇଛି । ମୋବାଇଲ୍‌ର କଲ୍‌ ଡିଟେଲ୍‌ସ୍‌  ରିପୋର୍ଟ (ସିଡିଆର୍‌)ରୁ ଜିତନ ଓ ନିହାରଙ୍କ  ସଂପର୍କ, ଦୁଇ ମାସ ଭିତରେ ଉଭୟଙ୍କ ଭିତରେ ହୋଇଥିବା ଶତାଧିକ ଥର କଥୋପକଥନ  ଧରାପଡ଼ିଥିଲା । ଯେଉଁଥିରୁ ଦୁହିଙ୍କ ଭିତରେ  କିଛି ଗୁପ୍ତ ବୁଝାମଣା ଥିବା ଓ ପ୍ରଶ୍ନ ବିକ୍ରି  ସିଣ୍ଡିକେଟ୍‌ ଚାଲିଥିବା ସନ୍ଦେହ ଆସିଥିଲା । ଜୁନ୍‌  ଓ ଜୁଲାଇ ମାସର ସିଡିଆର୍‌ରୁ ନିହାରଙ୍କ ସହ  ଜିତନର ଲିଙ୍କ୍‌କୁ କ୍ରାଇମ୍‌ବ୍ରାଞ୍ଚ୍‌ ଖୋଜି ପାଇଥିବା  ବେଳେ ଏବେ ଆହୁରି ମାସକ ତଳର ତଥା  ମେ’ ମାସର କଲ୍‌ ଡିଟେଲ୍‌ସ୍‌ ରେକର୍ଡ ସଂଗ୍ରହ  କରିଛି । ସେସବୁର ଯାଞ୍ଚ୍‌ରୁ ନିହାରଙ୍କ ବାବଦରେ  ଆଉ କିଛି ପୁରୁଣା ତଥ୍ୟ ପ୍ରମାଣ, ସିଣ୍ଡିକେଟ୍‌ ବାବଦରେ ଅଧିକ ସୁରାକ୍‌ ମିଳିବ ବୋଲି  କ୍ରାଇମ୍‌ବ୍ରାଞ୍ଚ୍‌ର ଜଣେ ଅଧିକାରୀ କହିଛନ୍ତି ।  

ଓଟିଇଟି ପ୍ରଶ୍ନ ପ୍ରସ୍ତୁତି ପର୍ବଠାରୁ ଆରମ୍ଭ କରି  ଭୋପାଳରେ ଛପା ହୋଇ ବୋର୍ଡ କାର୍ଯ୍ୟାଳୟ ଓ  ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବା ଯାଏ ନିହାରଙ୍କ ସହ ପରୀକ୍ଷା ପରିଚାଳନା ପ୍ରକ୍ରିୟାରେ  ନିୟୋଜିତ କର୍ମଚାରୀଙ୍କ ମଧ୍ୟରୁ ଜଣଙ୍କ ପରେ  ଜଣଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ ଡାକି ପଚରାଉଚରା  ଚଳାଇଛି । ଗତ ୩ ମାସ ମଧ୍ୟରେ ନିହାରଙ୍କ ସହ  ନିୟମିତ ଯୋଗାଯୋଗରେ ଥିବା ନମ୍ବରଗୁଡ଼ିକୁ  କ୍ରାଇମ୍‌ବ୍ରାଞ୍ଚ୍‌ର ସାଇବର୍‌ ଅଧିକାରୀମାନେ  ଟିକିନିଖି ଅନୁଧ୍ୟାନ କରୁଛନ୍ତି । ଏଥିରୁ ଯେଉଁ  ନମ୍ବରକୁ ନେଇ ତଦନ୍ତକାରୀ ଟିମ୍‌ ମନରେ  ସନ୍ଦେହ ଉପୁଜୁଛି ସେମାନଙ୍କୁ ତଦନ୍ତକାରୀ  ଅଫିସର କ୍ରାଇମ୍‌ବ୍ରାଞ୍ଚ୍‌କୁ ଡକାଇ ପଚରାଉଚରା କରୁଛନ୍ତି । ସିଡିଆର୍‌ ଯାଞ୍ଚ୍‌ ପରେ ବୋର୍ଡର କିଛି  କର୍ମଚାରୀ, କିଛି ପୂର୍ବତନ କର୍ମଚାରୀ, କିଛି  ଶିକ୍ଷକଙ୍କୁ ତଦନ୍ତ ପରିସରକୁ ଆଣି କ୍ରାଇମବ୍ରାଞ୍ଚ୍‌  କାର୍ଯ୍ୟାଳୟରେ ଝାଳବୁହା ଜେରା କରାଯାଉଛି ।  ବୁଧବାର ଜଣେ ଅବସରପ୍ରାପ୍ତ କର୍ମଚାରୀ  ଓ ଦୁଇ ଜଣ ଶିକ୍ଷକଙ୍କୁ ଜେରା କରାଯାଇଛି ।  ସେହିପରି ପ୍ରଶ୍ନ କିଣିଥିବା ଶିକ୍ଷକଙ୍କ ମଧ୍ୟରୁ  ୪/୫ ଜଣ ଶିକ୍ଷକଙ୍କୁ ଡକାଯାଇଥିବା ଖବର  ମିଳିଛି । ସମ୍ପୃକ୍ତ ଶିକ୍ଷକମାନେ ଖୁବ୍‌ଶୀଘ୍ର  କ୍ରାଇମ୍‌ବ୍ରାଞ୍ଚ୍‌ରେ ପହଞ୍ଚି ବୟାନ ରଖିବେ । 

ଉପସଭାପତିଙ୍କ ପ୍ରକୋଷ୍ଠରେ ଥିବା  ଲାପ୍‌ଟପ୍‌ରୁ ଡାଟା ଏଣ୍ଟ୍ରି ଅପରେଟର୍‌ ଜିତନ  ମହାରଣା ପେନ୍‌ ଡ୍ରାଇଭ୍‌ରେ ଓଟିଇଟି ପ୍ରଶ୍ନ ଥିବା ଫୋଲ୍‌ଡର୍‌କୁ କପି କରି ନେଇଥିବା ସ୍ୱୀକାର  କରିଥିଲେ ହେଁ ଅଦ୍ୟାବଧି ଉକ୍ତ ପେନ୍‌ ଡ୍ରାଇଭ୍‌  ତଦନ୍ତକାରୀ ଅଧିକାରୀଙ୍କ ହସ୍ତଗତ ହୋଇନାହିଁ।  ପେନ୍‌ଡ୍ରାଇଭ ଜବତ କରିବା ଲାଗି ଜିତନକୁ ଗିରଫ  କରିବା ଆଗରୁ ତା’ ଘର ସମେତ ଅନ୍ୟ ଜଣେ  ଡାଟା ଏଣ୍ଟ୍ରି ଅପରେଟର୍‌ଙ୍କ ଘରେ କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌  ବହୁତ ଖୋଜାଖୋଜି କରିଥିଲେ । ମାତ୍ର ତାହା ମିଳି  ନ ଥିଲା । 

ଉପସଭାପତିଙ୍କ ଲାପ୍‌ଟପ୍‌ରୁ ଜିତନ  ପେନ୍‌ଡ୍ରାଇଭ୍‌ରେ ପ୍ରଶ୍ନ ନେଇ ତାହାକୁ ପରୀକ୍ଷା  କଣ୍ଟ୍ରୋଲର୍‌ଙ୍କ ପ୍ରକୋଷ୍ଠରେ ଥିବା କମ୍ପ୍ୟୁଟରରେ  ଟାଇପ୍‌ କରିଥିଲା । ପ୍ରଶ୍ନ ଲିକ୍‌ ମାମଲାରେ  ବୈଷୟିକ ପ୍ରମାଣ ପାଇଁ ଉଭୟ ଲାପ୍‌ଟପ୍‌ ଓ ପେନ୍‌ ଡ୍ରାଇଭ୍‌ର ଗୁରୁତ୍ୱ ଥିଲେ ପେନ୍‌ ଡ୍ରାଇଭ୍‌ କ୍ରାଇମ୍‌ବ୍ରାଞ୍ଚ୍‌ର ହସ୍ତଗତ ହୋଇନାହିଁ । ତାହାକୁ  ଜିତନ କାଠଯୋଡ଼ି ନଈରେ ଫିଙ୍ଗି ଦେଇଥିବା ତାର  ବୟାନ ରେକର୍ଡ ହୋଇଛି । ପେନ୍‌ଡ୍ରାଇଭ୍‌ ଜବତ  ନ ହେଲେ ମଧ୍ୟ ଅଭିଯୁକ୍ତ ଜିତନ ବିରୋଧରେ  ଯଥେଷ୍ଟ ବୈଷୟିକ ତଥ୍ୟ ପ୍ରମାଣ ରହିଛି  ବୋଲି ଡିଆଇଜି ବାତୁଲା ଗଙ୍ଗାଧର କହିଛନ୍ତି । 

ଏସବୁ ପଚରାଉଚରା ଓ ତଦନ୍ତ ମଧ୍ୟରେ  ପୂର୍ବଥରର ସ୍ପେସାଲ୍‌ ଓଟିଇଟି ଏବଂ ଓଏସ୍‌ଟିଇଟି ଭଳି କେତେକ ପରୀକ୍ଷାରେ ହୋଇଥିବା ବିଭ୍ରାଟର ଖୋଳତାଡ଼ ବି ଜାରି ରହିଛି । ପୂର୍ବ ପରୀକ୍ଷାର ଫାଇଲ୍‌ କ୍ରାଇମ୍‌ବ୍ରାଞ୍ଚ୍‌ ଅଣ୍ଡାଳୁଥିବାରୁ ବୋର୍ଡର କିଛି ପୂର୍ବତନ ଅଧିକାରୀ ଓ କର୍ମଚାରୀ ତଦନ୍ତ ପରିସରକୁ ଆସିପାରନ୍ତି ବୋଲି ସୂଚନା ମିଳିଛି । ପୂର୍ବ ପରୀକ୍ଷାଗୁଡ଼ିକରେ କିଏ ପ୍ରଶ୍ନ ପ୍ରସ୍ତୁତ କରିଥିଲେ, କେଉଁ ଫାର୍ମରେ ଛପା ଯାଇଥିଲା, କ’ଣ ବିଭ୍ରାଟ କେଉଁଠୁ ହୋଇଥିଲା ତାହାର ବି ଯାଞ୍ଚ୍‌  ଚାଲିଛି । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା  ଆଶା ରଖିଥିବା କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ ବୋର୍ଡ ଦ୍ୱାରା  ପରିଚାଳିତ କିଛି ପୂର୍ବ ପରୀକ୍ଷା ପ୍ରଶ୍ନ ପ୍ରଘଟରେ  ସମ୍ପୃକ୍ତ ଅଭିଯୁକ୍ତମାନେ କାଳେ ଧରାପଡ଼ିଯିବେ  ସେଥିଲାଗି ପଚରାଉଚରା ଚଳାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.