ପ୍ରମୂଖ ଖବର
  • ବଲାଙ୍ଗୀର : ଜାମପଡା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ, ହତ୍ୟା ଅଭିଯୋଗ
  • ||
  • ରାଜସ୍ଥାନରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୩.୯ ରେକର୍ଡ଼
  • ||
  • ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କୁ ଶକ୍ତ ଝଟକା; ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ ଆବେଦନ ଖାରଜ୍
  • ||
  • କଟକ : ଅସହ୍ୟ ହେଲା ପ୍ରେମିକଙ୍କ ବ୍ଲାକମେଲ୍! ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବତୀ
  • ||
  • କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତଦେହ, କରାଯିବ ବ୍ୟବଚ୍ଛେଦ
  • ||
  • ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍, ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ପଞ୍ଚସଖା ନଗରର ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କଲେ ବିଏମସି କମିଶନର, ଆବଶ୍ୟକୀୟ ପଦକ୍ଷେପ ନେବାକୁ ୱାଟକୋକୁ ନିର୍ଦ୍ଦେଶ

Published By : Rasmita Pradhan | August 7, 2025 10:09 AM

ଭୁବନେଶ୍ଵର, ୦୭/୦୮ : ବର୍ଷାଦିନ ଚାଲିଥିବାରୁ ଭୁବନେଶ୍ଵରରେ ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ବିଏମସି ପକ୍ଷରୁ ସ୍ପେଶାଲ୍ ଡ୍ରାଇଭ୍ ଆରମ୍ଭ ହୋଇଛି। ବିଏମସି ମେୟର ଏବଂ କମିଶନର ଟିମ୍ ସହ ନିୟମିତ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଗୁରୁବାର ସକାଳେ ବିଏମସି କମିଶନର ଚଞ୍ଚଲ ରାଣା ପଞ୍ଚସଖା ନଗରର ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କରି ପ୍ରାଥମିକ ପର୍ଯ୍ୟାୟରେ ସମାଧାନ ପାଇଁ ଟିମ୍ ସହ ଆଲୋଚନା କରିଛନ୍ତି। ୱାଟକୋ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି। BT ରୋଡ୍ ଏବଂ ଅନ୍ୟାନ୍ୟ ସ୍ଥାନରେ କାର୍ଯ୍ୟ ଆରମ୍ଭ କରିବା ପାଇଁ ୱାଟକୋକୁ ୪୮ ଘଣ୍ଟାର ସମୟ ଦିଆଯାଇଛି। ଏକ ମାସ ପରେ କମିଶନର ପୁଣି ଥରେ ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି। 

ବିଏମସି କମିଶନର ପରିଦର୍ଶନ ବେଳେ କିଛି ସ୍ଥାନରେ ଜବରଦଖଲ ଏବଂ ଷ୍ଟ୍ରିଟ୍ ଲାଇଟ୍ ସମସ୍ୟା ମଧ୍ୟ ଚିହ୍ନଟ କରିଛନ୍ତି। ଆଲୋଚନା ମାଧ୍ୟମରେ ଜବରଦଖଲ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବିଏମସି ଦ୍ଵାରା ସୌନ୍ଦର୍ଯ୍ୟକରଣ ପାଇଁ କିଛି ଅଞ୍ଚଳକୁ ସ୍ଥିର କରାଯାଇଛି। ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ଲୋକମାନଙ୍କ ଠାରୁ କମିଶନର ସହଯୋଗ ଲୋଡ଼ିଛନ୍ତି। ବିଏମସି କମିଶନରଙ୍କ ସହ ୱାଟକୋ, ସ୍ଥାନୀୟ କର୍ପୋରେଟର ଏବଂ ବାସିନ୍ଦା ଉପସ୍ଥିତ ଥିଲେ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.