ସାଲେପୁର,୦୭/୧୨: ଓଡ଼ିଆ ଜାତିର ଗର୍ବ ଏବଂ ଗୌରବକୁ ଅସମ୍ମାନ। ଗାଡ଼ି ପଛରେ ଲାଗିଛି କାଳିଆର ଫଟୋ । ଧିରେ ଧିରେ ଭାଇରାଲ ହେଉଛି ଭିଡିଓ । କଟକ ଚାନ୍ଦବାଲି ରାସ୍ତାରେ ଶିଶୁଆ ବଜାରରେ ଏଭଳି ଭିଡିଓ ଭାଇରାଲ ହେବାରେ ଲାଗିଛି ।
କୋଟିକୋଟି ଓଡ଼ିଆଙ୍କ ମଉଡ଼ମଣି ଜଗତର ନାଥ ଜଗନ୍ନାଥ । ତାଙ୍କ ପାଇଁ ଆଜି ଓଡ଼ିଆ ଜାତି ଗର୍ବିତ । ଜଗା ଦର୍ଶନ ପାଇଁ ଦେଶ ବିଦେଶରୁ ଧାଇଁ ଆସିଥାନ୍ତି ଭକ୍ତ । ହେଲେ ଜଗନ୍ନାଥଙ୍କ ଫଟୋକୁ ଏକ ଗାଡି ପଛରେ ଲଗାଯାଇଥିବାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଭାଇରାଲ ହେବାପରେ କୋଟି କୋଟି ଓଡ଼ିଆଙ୍କ ହୃଦୟ ଆଜି ଭାଙ୍ଗି ପଡିଛି । ଓଡ଼ିଆ ଅସ୍ମିତା ଆଜି ମାଟିରେ ମିଶିଲା ଭଳି ଲାଗୁଛି । ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କଠୋର ପଦକ୍ଷେପ ନେବାକୁ ଦାବି ହୋଇଛି।