ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ସଚିବାଳୟରୁ କୌଣସି ଫାଇଲା , କାଗଜପତ୍ର ବାହାରକୁ ନଯାଉ ...ଦିଲ୍ଲୀରେ ବିଜେପିର ବିଜୟ ପରେ ଜାରି ହେଲା ଆଦେଶ

Published By : Prameya | February 8, 2025 9:33 PM

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ଦମଦାର ବିଜୟ ହାସଲ କରିଛି। ଆମ୍‌ ଆଦମୀ ପାର୍ଟିକୁ ଲାଗିଛି ଶକ୍ତ ଝଟକା। ସେପଟେ କଂଗ୍ରେସ ନିଜର ହରାଇ ଥିବା ସ୍ଥାନକୁ ପାଇବାରେ ସଂପୂର୍ଣ୍ଣ ରୂପେ ବିଫଳ ରହିଛି। ଦେଶର ରାଜଧାନୀ ଦିଲ୍ଲୀରେ କ୍ଷମତା ପରିବର୍ତ୍ତନ ମଧ୍ୟରେ ଦିଲ୍ଲୀ ସରକାରର ସାଧାରଣ ପ୍ରଶାସନ ବିଭାଗ (ଜିଏଡି) ଶନିବାର ଏକ ଆଦେଶରେ କହିଛି କି, ରେକର୍ଡର ସୁରକ୍ଷା ସୁନିଶ୍ଚିତ କରିବାକୁ ତାଙ୍କର ପୂର୍ବ ଅନୁମତି ବିନା କୌଣସି ବି ଫାଇଲ , କାଗଜପତ୍ର ବା କମ୍ପ୍ୟୁଟର ଦିଲ୍ଲୀ ସଚିବାଳୟରୁ ବାହାରକୁ ନିଆଯାଇ ପାରିବ ନାହିଁ। 

ଦିଲ୍ଲୀର ଉପରାଜ୍ୟପାଳ ଭିକେ ସକ୍ସେନାଙ୍କର ନିର୍ଦ୍ଦେଶରେ, ସାଧାରଣ ପ୍ରଶାସନ ବିଭାଗ (ଜିଏଡି) ଏକ ଆଦେଶ ଜାରି କରି ସବୁ ବିଭାଗ, ଏଜେନ୍ସି ଓ ମନ୍ତ୍ରିପରିଷଦର କ୍ୟାମ୍ପ କାର୍ଯ୍ୟାଳୟକୁ ବିଭାଗର ପୂର୍ବରୁ ଅନୁମତି ବିନା କୌଣସି ବି ରେକର୍ଡ ବା ଫାଇଲକୁ ନହଟେଇବାକୁ ନିର୍ଦ୍ଦେଶ ଦେଇଛି। ବିଜେପି ୨୬ ବର୍ଷରୁ ଅଧିକ ସମୟ ପରେ ଦିଲ୍ଲୀର କ୍ଷମତାକୁ ଫେରିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି। ପିଏମ୍ ମୋଦି ଦିଲ୍ଲୀର ବିଜୟ ପାଇଁ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଦେଇଛନ୍ତି। ଏହାସହ କାର୍ଯ୍ୟକର୍ତ୍ତାମାନେ ପିଏମ୍‌ ମୋଦିଙ୍କର ଜୋରଦାର ସ୍ୱାଗତ କରିଛନ୍ତି। 

ବିଭିନ୍ନ ବିଭାଗର ପ୍ରମୁଖ ଓ ପ୍ରଭାରୀଙ୍କୁ ଜାରି ଜିଏଡିର ଆଦେଶରେ କୁହାଯାଇଛି କି ,କୌଣସି ବି ଫାଇଲ, କାଗଜପତ୍ର , କମ୍ପ୍ୟୁଟର ହାର୍ଡୱେୟାର ଆଦିକୁ ପୂର୍ବର ବିନା ଅନୁମତିର ଦିଲ୍ଲୀ ସଚିବାଳୟ ପରିସରରୁ ବାହାରକୁ ନିଆ ଯାଇ ପାରିବ ନାହିଁ। 

ଆଦେଶରେ କୁହାଯାଇଛି , ଏହି ନିର୍ଦ୍ଦେଶିତ କରାଯାଏ କି, ଦିଲ୍ଲୀ ସଚିବାଳୟରେ ଥିବା ବିଭାଗ ଓ କାର୍ଯ୍ୟାଳୟ ଗୁଡ଼ିକର ଶାଖା ପ୍ରଭାରୀଙ୍କୁ ତାଙ୍କ ଅନୁଭାଗ ଓ ଶାଖା ଗୁଡ଼ିକର ଅନ୍ତର୍ଗତ ରେକର୍ଡ , ଫାଇଲ୍‌ , କାଗଜପତ୍ର , ଇଲେକ୍ଟ୍ରୋନିକ ଫାଇଲ ଆଦିର ସୁରକ୍ଷା ସୁନିଶ୍ଚିତ କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଜାରି କରାଯାଇ ପାରେ। 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.