ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ଅଡୁଆରେ ଧର୍ମେନ୍ଦ୍ର, ଠକେଇ ମାମଲାରେ ସମନ ଜାରି

Published By : Ankita S | December 10, 2024 8:15 AM

ନୂଆଦିଲ୍ଲୀ,୧୦/୧୨: ଅଡୁଆରେ ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର । ଠକେଇ ମାମଲାରେ ଧର୍ମେନ୍ଦ୍ରଙ୍କୁ ସମନ ଜାରି କରିଛନ୍ତି ଦିଲ୍ଲୀ କୋର୍ଟ । ଗରମ ଧରମ ଢାବା ସହିତ ଏକ ଠକେଇ ମାମଲାରେ ଧର୍ମେନ୍ଦ୍ରଙ୍କ ସମେତ ଅନ୍ୟ ଦୁଇଜଣଙ୍କୁ ସମନ ଜାରି ହୋଇଛି । ଜଣେ ବ୍ୟବସାୟୀଙ୍କ ଅଭିଯୋଗ ପରେ ସମନ ହୋଇଛି ।

ଦିଲ୍ଲୀ ପଟିଆଲା ହାଉସ କୋର୍ଟ 'ଗରମ ଧରମ ଢାବା' ଫ୍ରାଞ୍ଚାଇଜ ସହ ଜଡିତ ଏକ ଠକେଇ ମାମଲାରେ ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କୁ ସମନ ଜାରି କରିଛି । ମ୍ୟାଜିଷ୍ଟ୍ରେଟ ୟଶଦୀବ ଚହଲଙ୍କ ଦ୍ବାରା ସମନ ଦିଲ୍ଲୀର ବ୍ୟବସାୟୀ ସୁଶୀଲ କୁମାରଙ୍କ ଅଭିଯୋଗ ପରେ ଜାରି ହୋଇଛି । ଫ୍ରାଞ୍ଚାଇଜରେ ନିବେଶ କରିବା ଲାଗି ଲାଞ୍ଚ ଦିଆଯାଇଥିବା ସୁଶୀଲ ଅଭିଯୋଗ କରିଛନ୍ତି । କୋର୍ଟ କହିଛନ୍ତି ସିରିଏଲ ନମ୍ବର ୧ ( ଧର୍ମ ସିଂହ ଦେଓଲ) ୨ରୁ ୩ ଅନ୍ୟ ଅଭିଯୁକ୍ତ ରହିଛନ୍ତି । ଡିସେମ୍ବର ୫ ତାରିଖରେ ଜାରି ହୋଇଥିବା ସମନରେ କୁହାଯାଇଛି ଯେ, ରେକର୍ଡରେ ଥିବା ପ୍ରମାଣରୁ ଜଣାପଡୁଛି ଯେ ଅଭିଯୋଗକାରୀଙ୍କୁ ଅଭିଯୁକ୍ତମାନେ ସେମାନନଙ୍କ ସାଧାରଣ ଉଦ୍ଦେଶ୍ୟକୁ ପୂରଣ କରିବାକୁ ପ୍ରଲୋଭନ ଦେଖାଇଥିଲେ । ତାଙ୍କ ସହ ଠକେଇ କରିଥିବା ଖୁଲାସା ହୋଇଛି । 

ପ୍ରମାଣ ଆଧାରରେ ଅଭିଯୁକ୍ତ ବ୍ୟକ୍ତି ଓ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ଧାରା ୪୨୦, ୧୨୦ବି ସହିତ ଧାରା ୩୪ ଆଇପିସି ଆଧାରରେ କୋର୍ଟ କୋର୍ଟ ଦଣ୍ଡ ଶୁଣାଇବେ । ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୫ ଫେବୃଆରୀ ୨୦ରେ ହେବ । ଧର୍ମେନ୍ଦ୍ର ଓ ଅନ୍ୟ ଦୁଇଜଣଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ହୋଇଛି । ୨୦୨୦ର ମାମଲା ରୁଜୁ କରିବାକୁ ହୋଇଥିବା ଅବେଦନକୁ ଖାରଜ କରିଥିଲେ  ।

କଣ ପୁରା ମାମଲା- ଅଭିଯୋଗକାରୀ ସୁଶୀଲ କୁମାରଙ୍କ ଅଭିଯୋଗ କ୍ରମେ ୨୦୧୮ ମସିହାରେ ଏନଏଚ-୨୪ ଓ ଏନଏଚ-୯ରେ ଗରମ ଧର୍ମ ଢାବାର ଫ୍ରାଞ୍ଚାଇଜ ଖେଲିବାକୁ ଚାହୁଁଥିଲେ । ଫ୍ରାଞ୍ଚାଇଜରେ ନିବେଶ କରିବାକୁ ସୁଶୀଲଙ୍କୁ ଲାଞ୍ଚ ଦିଆଯାଇଥିଲା । ୭ ପ୍ରତିଶତ ବଦଳରେ ୪୧ ଲକ୍ଷ ଟଙ୍କା ନିବେଶ କରିବାକୁ ହେବ ବୋଲି ଅଭିଯୋଗାରୀଙ୍କୁ ପ୍ରତିଶ୍ରୁତି ମିଳିଥିଲା । ୟୁପିରେ ଫ୍ରାଞ୍ଚଇଜ ଖୋଲିବାକୁ ସମସ୍ତ ସହାୟତା ଦିଆଯିବ ବୋଲି କୁହାଯାଇଥିଲା ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.