ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

'ପରୀକ୍ଷା ପେ ଚର୍ଚ୍ଚା'ରେ ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେଲେ ଦୀପିକା : ଚାପମୁକ୍ତ ନେଇ ସରଳ ସୂତ୍ର ବତାଇଲେ

Published By : Ankita S | February 12, 2025 1:09 PM

ନୂଆଦିଲ୍ଲୀ,୧୨ /୦୨: 'ପରୀକ୍ଷା ପେ ଚର୍ଚ୍ଚା' ଅଷ୍ଟମ ସଂସ୍କରଣରେ ପିଲାଙ୍କୁ ଟିପ୍ସ ଦେଇଛନ୍ତି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍ । ଛାତ୍ରଛାତ୍ରୀଙ୍କ ସହ କଥା ହୋଇ ପାଠପଢାରେ କେମିତି ଫୋକସ କରିବେ ?  କିପରି ଚାପମୁକ୍ତ ରହିବେ  ସେ ନେଇ ଟିପ୍ସ ଦେଇଛନ୍ତି । ଏହା ସହ ପରୀକ୍ଷାରେ ସଫଳ ହେବାର ସରଳ ସୂତ୍ର ବତାଇ ପିଲାଙ୍କ ମନୋବଳ ବଢାଇଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ୍ । ଏହା ସହିତ ପିଲାଙ୍କ ସହ ନିଜ ଜୀବନ ଯାତ୍ରାର ଅଭିଜ୍ଞତା ବାଣ୍ଟିଛନ୍ତି ।

ପରୀକ୍ଷାରେ ଅଧିକ ମାର୍କ ଆଣିବାକୁ ଶିକ୍ଷକ ଓ ଅଭିଭାବକ ଆମ ଉପରେ ଅଧିକ ଚାପ ପକାଉଛନ୍ତି ଏହାକୁ ସାମ୍ନା କରିବାକୁ ଆମକୁ କଣ କରିବାକୁ ହେବ ଜଣେ ଛାତ୍ରୀଙ୍କ ପ୍ରଶ୍ନରେ ଦୀପିକା କହିଛନ୍ତି, ତୁମେ ସେହି ଜିନିଷରେ ଫୋକସ କର ଯାହାକୁ ତୁମେ ନିୟନ୍ତ୍ରଣ କରିପାରିବ । ଏ ନେଇ ପ୍ରସ୍ତୁତ ଅଛ ନା ନାହିଁ ପ୍ରଥମେ ନିଶ୍ଚିନ୍ତ ହୁଅ । ବାପାମାଆ ଓ ଶିକ୍ଷକଙ୍କ ସହ କଥା ହୁଅ । ପ୍ରଥମେ ତୁମ ଚିନ୍ତାର କାରଣକୁ ଚିହ୍ନ । ତୁମ ବିଶ୍ବାସର ଲୋକଙ୍କ ସହ ତାହାକୁ ସେୟାର କର ।  ବିଶେଷ କରି ଅଭିଭାବକ ସେମାନଙ୍କ ପିଲାଙ୍କ ଦକ୍ଷତାକୁ ଚିହ୍ନନ୍ତୁ । 

ମାନସିକ ସୁସ୍ଥତା ନେଇ ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେଇ ଦୀପିକା କହିଛନ୍ତି, ଶୋଇବା ଉପରେ ଫୋକସ କର । ପର୍ଯ୍ୟାପ୍ତ ନିଦ୍ରା, ବ୍ୟାୟାମ କରନ୍ତୁ । ବାହାରକୁ ବୁଲିବାକୁ ଯାଆନ୍ତୁ । ଏହା ମାନସିକ ଶାନ୍ତି ଦେବ ।

ନିଜ ଜୀବନ ଯାତ୍ରାର ଅଭିଜ୍ଞତା ବାଣ୍ଟି ଦୀପିକା କହିଛନ୍ତି, ମୁଁ ପିଲାଦିନେ ବହୁତ ଦୁଷ୍ଟ ଥିଲି । ପାଠ ଅପେକ୍ଷା ଅନ୍ୟାନ ଜିନିଷରେ ଅଧିକ ଧ୍ୟାନ ଦେଉଥିଲି । ମାତ୍ର ଗୋଟିଏ ସମୟରେ ଜାଣିବାକୁ ପାଇଲି ଜୀବନରେ ମାର୍କ ସବୁ କିଛି ନୁହେଁ । ମୁଁ ଲକି ଯେ ଅଧିକ ମାର୍କ ଆଣିବାକୁ ମୋ ଅଭିଭାବକ କେବେ ଚାପ ପକାଇନାହାନ୍ତି । ମୋର ଗଣିତ ହୁଏ ନାହିଁ । ଗଣିତରେ ଦୁର୍ବଳ ଥିଲି ତେଣୁ ପରୀକ୍ଷା ପୂର୍ବଦିନ ଚାପରେ ଥାଏ । ଚାପ ରହିବା ସ୍ବାଭାବିକ ଏହା ଜୀବନର ଏକ ଅଂଶ । ତେଣୁ ପରୀକ୍ଷା ହେଉ କି ପ୍ରସ୍ତୁତି ସବୁଥିବେ ଧୌର୍ଯ୍ୟ ରହିବା ଦରକାର ।

ଏହା ବି ପଢନ୍ତୁ...‘ପରୀକ୍ଷା ପେ ଚର୍ଚ୍ଚା’ରେ ପିଏମ୍ ମୋଦିଙ୍କ ଟିପ୍ସ : 'ଭରପୁର ଶୁଅନ୍ତୁ, ଚାଷୀଙ୍କ ଡାଏଟ୍ ଆପଣାନ୍ତୁ'

କହି ରଖୁଛୁ କି, ଗତ ୧୦ ତାରିଖରେ ପରୀକ୍ଷା ପେ ଚର୍ଚ୍ଚାର ପ୍ରଥମ ଏସିସୋଡ୍ ପ୍ରସାରିତ ହୋଇଥିଲା । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷାର୍ଥୀଙ୍କୁ ସଫଳତାର ଟିପ୍ସ ଦେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.