ଭୁବନେଶ୍ଵର, ୨୯/୦୧ : ନବ ଦାସଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀରେ ଝିଅ ଦୀପାଳି ଦାସଙ୍କ ବଡ଼ ବୟାନ। ବାପାଙ୍କ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି ଦୋହରାଇଲେ ଦୀପାଳି। କହିଲେ, ଗଣମାଧ୍ୟମ ଆଗରେ ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୨ ଥର ଅନୁରୋଧ କରିଥିଲି। ଆଇନ ମନ୍ତ୍ରୀଙ୍କ କହିବା ଅନୁସାରେ ଖୁବ୍ଶୀଘ୍ର ସରକାରଙ୍କୁ ଚିଠି ଦିଆଯିବ। ଏଥିପାଇଁ ପ୍ରସ୍ତୁତି ଚାଲିଛି। ଦୁଇ ସପ୍ତାହ ମଧ୍ୟରେ ସିବିଆଇ ତଦନ୍ତ ପାଇଁ ଚିଠି ଦେବୁ। କୌଣସି ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ନିଷ୍ପତ୍ତି ନେଇନାହୁଁ।
ଏହି ଖବରଟିକୁ ପଢନ୍ତୁ-ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ମହିଳା ନିବେଶକଙ୍କ ପାଇଁ ପ୍ରତିଷ୍ଠା ହେବ ଇଣ୍ଡଷ୍ଟ୍ରିଆଲ ପାର୍କ, ଇପିକଲରେ ଖୋଲିବ ସ୍ଵତନ୍ତ୍ର ସେଲ୍
ସୂଚନାନୁଯାୟୀ, ଗତ ଜାନୁଆରୀ ୨୯ ତାରିଖ ବ୍ରଜରାଜନଗର ଥାନା ଗାନ୍ଧୀଛକ ଠାରେ ଏକ ଦଳୀୟ କାର୍ଯ୍ୟାଳୟ ଉଦ୍ଘାଟନ ପାଇଁ ଯାଇଥିବା ସମୟରେ ପୁଲିସ ଗୁଳିରେ ଟଳି ପଡ଼ିଥିଲେ ନବ ବାବୁ । ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ସହ ବିଜେଡିର ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଓ ନେତା ଭାବେ ଦିନକୁ ଦିନ ତାଙ୍କର ପତିଆରା ବୃଦ୍ଧି ପାଇ ଚାଲିଥିଲା । ଏଭଳି ପରିସ୍ଥିତିରେ ଜଣେ ପୁଲିସ ଏଏସ୍ଆଇ ହତ୍ୟା କରିବା ଘଟଣାକୁ ଲୋକେ ସହଜରେ ହଜମ କରି ପାରି ନାହାଁନ୍ତି । ହତ୍ୟାରେ ସଂପୃକ୍ତ ଥିବା ପୁଲିସ ଏଏସ୍ଆଇକୁ ଘଟଣାସ୍ଥଳରୁ ପିସ୍ତଲ ସହ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ନବ ବାବୁଙ୍କ ମୃତ୍ୟୁ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଠାରେ ହୋଇଥିବା ସେହିଦିନ ରାତ୍ରିରେ ଘୋଷଣା କରାଯାଇଥିଲା । ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଏଭଳି ଗୁଳି କରି ହତ୍ୟା ରାଜ୍ୟ ରାଜନୀତିରେ ଏକ ବିରଳ ଘଟଣା । ଏହି ଘଟଣା ସମସ୍ତ ରାଜ୍ୟକୁ ସ୍ତବ୍ଧ କରି ଦେଇଥିଲା । ମାତ୍ର ପୁଲିସ୍ ଏଏସ୍ଆଇ ଗୋପାଳଙ୍କ ଏଭଳି କି ଶତ୍ରୁତା ଥିଲା ଯେ ସେ ନବ ବାବୁଙ୍କୁ ହତ୍ୟା କଲେ ଏହାର ଉତ୍ତର ଏଯାଏଁ ମିଳି ପାରିନାହିଁ ।