ପ୍ରମୂଖ ଖବର
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

କପିଳାସ ଜଙ୍ଗଲକୁ ପଠାଗଲା ନରହନ୍ତା ଦନ୍ତା, ୮ଘଣ୍ଟାର ଅପରେସନ ପରେ ହୋଇଥିଲା ଟ୍ରାଙ୍କୁଲାଇଜ୍‌

ବେତନଟୀ,୨୭/୦୯: ଟ୍ରାଙ୍କୁଲାଇଜ୍‌ ହେଲା ନରହନ୍ତା ଦନ୍ତା । ଗୁରୁବାର ବିଳମ୍ବିତ ରାତି ଅଢେଇଟା ସମୟରେ ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ବଡ଼ଯୋଡ଼ ଉପକଣ୍ଠ ଟସରଡା ବାଦଲସାହି ଠାରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ନରହନ୍ତା ଦନ୍ତାହାତୀକୁ କାବୁକରି ଉଦ୍ଧାର କରିବାରେ ସଫଳ ହୋଇଛି ବନବିଭାଗ । ସେଠାରୁ ଉଦ୍ଧାର କରାଯାଇ ବନବିଭାଗର ଉଚ୍ଚସ୍ତରୀୟ ଅଧିକାରୀଙ୍କ ନିଷ୍ପତ୍ତି ଓ ନିର୍ଦ୍ଦେଶ ମୁତାବକ କପିଳାସ ଜଙ୍ଗଲକୁ ପଠାଯାଇଛି ।

ସୂଚନା ମୁତାବକ, ବିଗତ ଚାରିଦିନ ମଧ୍ୟରେ ଚାରିଜନଣଙ୍କର ଜୀବନ ନେବାପରେ ସମଗ୍ର ରାଜ୍ୟରେ ଅଲୋଡ଼ନ ସୃଷ୍ଟି କରିଥିଲା ରକ୍ତମୁଖା ନରହନ୍ତା ଦନ୍ତାହାତୀ । ତେବେ ଉକ୍ତ ଦନ୍ତାହାତୀକୁ କାବୁ କରିବା ପାଇଁ ବନବିଭାଗ ପକ୍ଷରୁ ଡ଼ିଏଫଓ ଅମୁଜୁରେ ଉମା ମହେଶ, ଏସିଏଫ ରବି ନାରାୟଣ ମହାନ୍ତି, ବେତନଟୀ ରେଞ୍ଜର ମନୁୱର ଖାଁଙ୍କ ସମେତ ବିଭିନ୍ନ ରେଞ୍ଜ ଅଧିକାରୀ, ବନରକ୍ଷୀ, ଗଜସାଥୀ, ପାରା ବନ କର୍ମଚାରୀ, ତାଲିମପ୍ରାପ୍ତ ମାହୁନ୍ତ ପ୍ରମୁଖ ଯୋଜନାବଦ୍ଧତାର ସହିତ ଏହି ରକ୍ତମୁଖା ନରହନ୍ତା ଦନ୍ତାକୁ ଟ୍ରାଙ୍କୁଲାଇଜ୍ କରି ଦୀର୍ଘ ୮ଘଣ୍ଟାର ଜୋରଦାର ଅପରେସନ ପରେ କାବୁକରିବାରେ ସଫଳ ହୋଇଛନ୍ତି ।

ତେବେ ବନବିଭାଗର ବରିଷ୍ଠ ତଥା ଅଭିଜ୍ଞ ଟିମ ଦ୍ୱାରା ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ କରାଯିବାପରେ ଏହା ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା । ଫଳରେ ବର୍ଷା ସାଙ୍ଗକୁ ଜଙ୍ଗଲ ଭିତରେ କାଦୁଅ ସନ୍ତସନ୍ତିଆ ଜମି ପାଇଁ ଭିତରକୁ ଗାଡି ପଶିପାରିନଥିଲା । ଯଦ୍ୱାରା ହାତୀକୁ ଉଦ୍ଧାର କରିବାରେ ବନବିଭାଗକୁ ବେଶ କିଛି ଘଣ୍ଟା ଧରି ନାକେଦମ ହେବାକୁ ପଡ଼ିଥିଲା । ଶେଷରେ ରାତି ଅଢେଇଟା ସମୟରେ ହାତୀକୁ ଏକ ହାଇୱାରେ ଲୋଡ଼ କରାଯାଇ ବନବିଭାଗର ଉଚ୍ଚସ୍ତରୀୟ ଅଧିକାରୀଙ୍କ ନିଷ୍ପତ୍ତି ଓ ନିର୍ଦ୍ଦେଶ ମୁତାବକ କପିଳାସ ଜଙ୍ଗଲକୁ ନିଆଯାଇଛି । ସେଠାରେ ଆବଶ୍ୟକ ଚିକିତ୍ସା ପରେ ହାତୀର ବ୍ୟବହାର ନିରୀକ୍ଷଣ କରି ଜଙ୍ଗଲରେ ଛଡାଯିବାର କାର୍ଯ୍ୟକ୍ରମ ଥିବା ଜଣାଯାଇଛି । ଜଙ୍ଗଲରୁ ରକ୍ତମୁଖା ନରହନ୍ତା ଦନ୍ତାକୁ କାବୁକରି ଉଦ୍ଧାର କରିବାପରେ ଅଞ୍ଚଳବାସୀ ଆଶ୍ୱସ୍ତ ହୋଇଛନ୍ତି । ସେଠାରୁ ହାତୀକୁ ଉଦ୍ଧାର କରାଯାଇ ବନବିଭାଗର ଉଚ୍ଚସ୍ତରୀୟ ଅଧିକାରୀଙ୍କ ନିଷ୍ପତ୍ତି ଓ ନିର୍ଦ୍ଦେଶ ମୁତାବକ କପିଳାସ ଜଙ୍ଗଲକୁ ପଠାଯାଇଛି ।

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.