ପ୍ରମୂଖ ଖବର
  • ଭାରତକୁ ହରାଇ ଭାରତ ଚାମ୍ପିଅନ; ଚେସ୍ ବିଶ୍ବକପରେ ଇତିହାସ, ଦିବ୍ୟା ଦେଶମୁଖ ଜିତିଲେ ଟାଇଟଲ୍
  • ||
  • ଜାମ୍ମୁ-କାଶ୍ମୀରରେ ସେନାର ଅପରେସନ୍ ମହାଦେବକୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ୩ ଆତଙ୍କୀ ସଫା
  • ||
  • ଭୁବନେଶ୍ବର: ସତ୍ୟବିହାର ଅଞ୍ଚଳରେ ମହିଳା ହଷ୍ଟେଲରେ ଅଗ୍ନିକାଣ୍ଡ,ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ରାଉରକେଲା : ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ସାଇବର୍‌ ଲୁଟେରାଙ୍କ ଟାର୍ଗେଟ୍‌ରେ କଲେଜ ଛାତ୍ରଛାତ୍ରୀ, ଲୋଭନୀୟ ବିଜ୍ଞାପନ ଲିଙ୍କ୍‌ ପଠାଇ କରୁଛନ୍ତି ମୋବାଇଲ୍‌ ହ୍ୟାକ୍‌

Published By : Prameya | July 28, 2025 10:55 AM

କଟକ,୨୮/୦୭: ଇଣ୍ଟର୍‌ନେଟ୍‌ର ବ୍ୟବହାର ବଢୁଥିଲା ବେଳେ ସାଇବର୍‌  ଲୁଟେରା ଏହା ମାଧ୍ୟମରେ ବିଭିନ୍ନ କୌଶଳରେ  ଲୁଟ୍‌ କରି ଚାଲିଛନ୍ତି । ବ୍ୟାପକ ସଚେତନତା  ସତ୍ତେ୍ୱ ନୂଆ ନୂଆ ବାଟରେ ସେମାନେ ଲୋକଙ୍କ ଆକାଉଣ୍ଟ ସଫା କରି ଦେଉଛନ୍ତି । ଏବେ  ଅର୍ଥ ରୋଜଗାର ପାଇଁ ବିଭିନ୍ନ ନିବେଶ ଓ  ନିଯୁକ୍ତି ସୁଯୋଗର ଲୋଭନୀୟ ବିଜ୍ଞାପନ ଦେଇ ସାଇବର ଠକମାନେ ଲୋକଙ୍କୁ ନିଜ  ଜାଲରେ ଫସାଉଛନ୍ତି । ବିଶେଷ କରି କଲେଜ ଛାତ୍ରଛାତ୍ରୀମାନଙ୍କୁ ଅର୍ଥ ଉପାର୍ଜନର ସୁଯୋଗ ଦେବା ଆଳରେ ଲିଙ୍କ୍‌ ପଠାଇ ସେମାନଙ୍କ  ମୋବାଇଲ ହ୍ୟାକ୍‌ କରି ଲୁଟୁଛନ୍ତି । ୧୫  ମିନିଟ୍‌ରେ ୫ ହଜାରକୁ ୧୫ ହଜାର  ଟଙ୍କାରେ ପରିଣତ ହେବା ଭଳି ଲୋଭ ଦେଖି ଛାତ୍ରଛାତ୍ରୀମାନେ ସାଇବର ଲୁଟେରା  ପଠାଇଥିବା ଆପ୍‌ ଓ ଲିଙ୍କ ଡାଉନ୍‌ଲୋଡ୍‌  କରିଦେଉଛନ୍ତି । ପରେ ପେମେଣ୍ଟ୍‌ ଆପ୍‌  ଦ୍ୱାରା ସବୁ ଟଙ୍କା ଲୁଟି ନେଉଛନ୍ତି ଠକ । 

ଏବେ ସମସ୍ତ ହାତରେ ସ୍ମାର୍ଟ ଫୋନ୍‌  ରହିଛି । ଟଙ୍କା ଦେଣନେଣ ପ୍ରାୟ ଡିଜିଟାଲ୍‌  ମାଧ୍ୟମରେ କରାଯାଉଛି । ସମସ୍ତଙ୍କ  ମୋବାଇଲ୍‌ରେ ବିଭିନ୍ନ ପେମେଣ୍ଟ ଆପ୍‌  ରହିଛି । ତେବେ ସାଇବର ଠକମାନେ ଅଳ୍ପ  ଟଙ୍କା ନିବେଶ କରି ଅଧିକ ଲାଭ ମିଳିବ ବୋଲି  ବିଭିନ୍ନ ଆପ୍‌ ବ୍ୟବହାର କରିବାକୁ ବିଜ୍ଞାପନ  ଦେଉଛନ୍ତି । ମୋବାଇଲ୍‌ରେ ସେଭଳି ଆପ୍‌  ଡାଉନ୍‌ଲୋଡ୍‌ କରିବା ପରେ ସେଥିରୁ ମଧ୍ୟ  ବିଭିନ୍ନ ଲିଙ୍କ୍‌ ମୋବାଇଲ୍‌ ନମ୍ବରକୁ ଆସୁଛି ।  ଉଦାହରଣ ସ୍ୱରୂପ³ ହଠାତ୍‌ ମୋବାଇଲ୍‌କୁ  ମେସେଜ୍‌ ଆସୁଛି କି ଗରିବ ଛାତ୍ରଛାତ୍ରୀ ୫  ହଜାର ଟଙ୍କା ନିବେଶ କରନ୍ତୁ, ୪୫ ମିନିଟ୍‌  ଅପେକ୍ଷା କରନ୍ତୁ ଓ ୧୫ ହଜାର ଟଙ୍କା ପାଆନ୍ତୁ ।  

ଭ୍ୟୁ ପୋଷ୍ଟ୍‌ ଉପରେ କ୍ଲିକ୍‌ କରନ୍ତୁ । ଏହାପରେ  ଯଦି କୌଣସି ଛାତ୍ରଛାତ୍ରୀ ଏହା ସରକାରଙ୍କ  ମେସେଜ୍‌ ଭାବି କ୍ଲିକ୍‌ କଲେ ସେଠାରେ ପେମେଣ୍ଟ୍‌ କରିବାକୁ ଅନୁମତି ମାଗୁଛି । ଥରେ  ଅନୁମତି ମିଳିଲେ ମୋବାଇଲ୍‌ ହ୍ୟାକ୍‌ କରି  ସାଇବର ଠକ ଗ୍ୟାଙ୍ଗ ଟଙ୍କା ସହ ମୋବାଇଲ୍‌ର ଅନେକ ଡାଟା ଚୋରି କରିନେଉଛନ୍ତି । କିଛି  ଆପ୍‌ରେ ଓଡି଼ଆରେ ଲେଖା ଆସୁଛି । ତେଣୁ  ଟଙ୍କା ରୋଜଗାର କରିବା ପ୍ରଲୋଭନରେ ଅନେକ ଫସିଯାଉଛନ୍ତି । ଏଥିରେ କଲେଜ  ଛାତ୍ରମାନେ ବେଶ୍‌ ମାତ୍ରାରେ ପ୍ରଭାବିତ  ହେଉଥିବା ଜଣାପଡିଛି । ଏ ନେଇ ସାଇବର୍‌  ବିଶେଷଜ୍ଞ ସଚେତନ ରହିବାକୁ ପରାମର୍ଶ  ଦେଇଛନ୍ତି । କୌଣସି ଅନାବଶ୍ୟକ ଆପ୍‌  ଡାଉନ୍‌ଲୋଡ୍‌ କରନ୍ତୁ ନାହିଁ କିମ୍ବା କୌଣସି  ଲିଙ୍କ ନବୁଝି ଖୋଲନ୍ତୁ ନାହିଁ ବୋଲି ସାଇବର  ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.