ପ୍ରମୂଖ ଖବର
  • ଭାରତକୁ ହରାଇ ଭାରତ ଚାମ୍ପିଅନ; ଚେସ୍ ବିଶ୍ବକପରେ ଇତିହାସ, ଦିବ୍ୟା ଦେଶମୁଖ ଜିତିଲେ ଟାଇଟଲ୍
  • ||
  • ଜାମ୍ମୁ-କାଶ୍ମୀରରେ ସେନାର ଅପରେସନ୍ ମହାଦେବକୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ୩ ଆତଙ୍କୀ ସଫା
  • ||
  • ଭୁବନେଶ୍ବର: ସତ୍ୟବିହାର ଅଞ୍ଚଳରେ ମହିଳା ହଷ୍ଟେଲରେ ଅଗ୍ନିକାଣ୍ଡ,ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ରାଉରକେଲା : ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଅଗଷ୍ଟ ୪ରୁ ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା, ମୁକ୍ତିମଣ୍ଡପ କୁଞ୍ଜରେ ଝୁଲିବେ ମଦନମୋହନଙ୍କ ସହ ଲକ୍ଷ୍ମୀ, ସରସ୍ୱତୀ

Published By : Prameya | July 28, 2025 12:55 PM

ପୁରୀ,୨୮/୦୭: ଅଗଷ୍ଟ ୪  ତାରିଖ ସୋମବାରଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ଝୁଲଣ  ଯାତ୍ରା । ଠାକୁରଙ୍କ ଏହା ହେଉଛି ବର୍ଷାକାଳୀନ ରାହାସ ଉତ୍ସବ ।  ଶ୍ରୀମନ୍ଦିର ମୁକ୍ତିମଣ୍ଡପ କୁଞ୍ଜରେ ଝୁଲିବେ ଶ୍ରୀମଦନମୋହନଙ୍କ ସହ ଲକ୍ଷ୍ମୀ ଓ ସରସ୍ୱତୀ । ବୃନ୍ଦାବନରେ ଶ୍ରୀକୃଷ୍ଣଙ୍କ ଲୀଳା ସ୍ମରଣେ ଚଳଚଞ୍ଚଳ ହେବ ମଠ ମନ୍ଦିର । ସୁସଜ୍ଜିତ ଝୁଲଣ  କୁଞ୍ଜରେ ବିଜେ ହେବେ ଦେବଦେବୀ । ଶ୍ରଦ୍ଧାଳୁମାନେ ଦେବଦେବୀଙ୍କୁ ଦର୍ଶନ କରିବା ସହ ଝୁଲଣ ସଜାର  ଆନନ୍ଦ ନେବେ ।  

ଆଉ ମାତ୍ର ସପ୍ତାହକ ପରେ ଝୁଲଣ ଯାତ୍ରା ।  କୁଞ୍ଜକାନନର ପଶୁପକ୍ଷୀଙ୍କ କଳରବ ମଧ୍ୟରେ ଠାକୁରେ  ଝୁଲୁଥିବେ । ଯାତ୍ରା ପାଇଁ ଶ୍ରୀମନ୍ଦିର ସମେତ ମଠବାଡ଼ିରେ  ପ୍ରସ୍ତୁତି ଚାଲିଛି । ମୁକ୍ତିମଣ୍ଡପରେ ଝୁଲଣ ମଣ୍ଡପରେ  ସଜାସଜି ସମ୍ପନ୍ନ ହେବ । ମହୋତ୍ସବ ପାଇଁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତି । ମହାପ୍ରଭୁଙ୍କ ମଧ୍ୟାହ୍ନଧୂପ  ପରେ ତିନି ବାଡ଼ରେ ସର୍ବାଙ୍ଗ ଲାଗି ଓ ବେଶ ହେବ ।  ମହାଜନମାନେ ସିଂହାସନରୁ ଲକ୍ଷ୍ମୀ ସରସ୍ୱତୀଙ୍କୁ ଓ  ଦକ୍ଷିଣଘରୁ ମଦନମୋହନଙ୍କୁ ଆଣି  ବିଜେ କରାଇବେ । ପୂଜାପଣ୍ଡା  ସାମନ୍ତ ମାଣ୍ଡୁଅ ଭୋଗ ଅର୍ପଣ  କରିବେ । ତିନି ବାଡ଼ରେ ଆଳତି  ହେବ । ଏହାପରେ ତିନି ମୂର୍ତ୍ତିଙ୍କୁ  ଝୁଲଣମଣ୍ଡପ ଦୋଳିକୁ ଅଣାଯିବ । 

୭ ଦିନ ବ୍ୟାପି ଚାଲିବ ଯାତ୍ରା ।  ଦ୍ୱାପର ଯୁଗ ଆଧାରିତ ଶ୍ରୀକୃଷ୍ଣ  ଲୀଳା ଓ ପ୍ରକୃତିର ରଙ୍ଗରୂପ ପ୍ରସ୍ତୁତ  ହେଉଛି । ପାରମ୍ପରିକ କାରିଗରିର  ଜରିଜମ୍ଭୁରା ସାଜରେ ଝଲସିବ କୁଞ୍ଜ । ଏଭଳି କାରିଗରି  କାମ ପୁରୀରେ ସ୍ୱତନ୍ତ୍ର । କୁଞ୍ଜରେ ଶୁଆଶାରୀ, ବଣିପାରା,  ଗୁଣ୍ଡୁଚି ମୂଷା, ଗାଈ, ମାଙ୍କଡ ଆଦି ମୂର୍ତ୍ତି ଖଞ୍ଜାଯାଉଛି ।  ଜୀବଜନ୍ତୁଙ୍କ ଛାଞ୍ଚରେ ସୋଲପଟିରେ କାଗଜ ଗୁଡ଼ାଯାଇ  ରଙ୍ଗ ଦିଆଯାଏ । କାରିଗରମାନେ ମଠରେ ଥିବା ସାଜକୁ  ସଜାଡ଼ି କୁଞ୍ଜ ନିର୍ମାଣରେ ଲାଗିଛନ୍ତି । ୧୦ ତାରିଖ  ରବିବାର ବଡ଼ଦେଉଳରେ ଝୁଲଣ ଯାତ୍ରା ଶେଷ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.