ମହାବିରୋଡ଼,୨୨/୭: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅଞ୍ଚଳ ବିରାଶାଳ ନିକଟରୁ ଗୋରୁ ବୋଝେଇ କଣ୍ଟେନର ଜବତ। ଏହି କଣ୍ଟେନର ଭିତରୁ ୧୮ଟି ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଗାଡି ଛାଡ଼ି ଡ୍ରାଇଭର୍ ଫେରାର୍ ହୋଇଯାଇଛି।
ସୂଚନାନୁଯାୟୀ, କଙ୍କଡ଼ାହାଡ଼ ଥାନା ଅଧିକାରୀ କଳ୍ପନା ବେହେରାଙ୍କ ନେତୃତ୍ଵରେ ପୁଲିସ ଟିମ୍ ରାତି ସାଢେ ୩ଟାରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଏକ କଣ୍ଟେନରକୁ ଏକ ବୋଲେରୋ ଗାଡ଼ି ଏସକଟ୍ କରି ନେଉଥିବା ଦେଖିଥିଲେ। ପୁଲିସକୁ ଦେଖି ବୋଲେରୋ ଓ କଣ୍ଟେନର ଚାଳକ ଫେରାର ହୋଇ ଯାଇଥିଲେ। ପୁଲିସ ଗୋରୁ ବୋଝେଇ କଣ୍ଟେନରକୁ ଥାନାକୁ ଆଣିଥିଲା। ଏହି କଣ୍ଟେନର କାମାକ୍ଷାନଗର ଆଡୁ ଝାଡ଼ଖଣ୍ଡ ଅଞ୍ଚଳକୁ ୧୮ଟି ଗୋରୁ ନେଇ ଯାଉଥିବା ଜଣାପଡିଥିଲା। ଏ ସମ୍ପର୍କରେ କଙ୍କଡାହାଡ଼ ଥାନା ପୁଲିସ ଅଧିକ ତଦନ୍ତ ଜାରି ରଖିଛି।