ନୂଆଦିଲ୍ଲୀ : ଦିଲ୍ଲୀ –ଏନସିଆରରେ ବର୍ତ୍ତମାନ ଗ୍ରାପ୍-୪ ଲାଗୁ ରହିବ। ସୁପ୍ରିମକୋର୍ଟ ସୋମବାର କହିଛନ୍ତି , ଯଦି ଏକ୍ୟୁଆରରେ କ୍ରମାଗତ ହ୍ରାସ ହେଉଛି ବୋଲି କୋର୍ଟ ସନ୍ତୁଷ୍ଟ ନହୁଅନ୍ତି, ଆମେ ୩ କି ୨କୁ ଯାଇ ପାରିବୁ ନାହିଁ। ହେଲେ କୋର୍ଟ ସ୍କୁଲକୁ ନେଇ ନରମ ମନୋଭାବ ଦର୍ଶାଇ କମିଶନ ଫର ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ ( ସିଏକ୍ୟୁଏମ)କୁ ଏହା ଉପରେ ନିଷ୍ପତ୍ତି ନେବାକୁ କହିଛନ୍ତି।
ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଫିଜିକାଲ କ୍ଲାସ କରିବାକୁ ଅନୁମତି ଦିଆଯାଇ ପାରିବ କି ନାହିଁ, ତାହା ତୁରନ୍ତ ବିଚାର କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। କୋର୍ଟ କହିଛନ୍ତି, ଏହିସବୁ ତଥ୍ୟକୁ ଧ୍ୟାନରେ ରଖି ନିଷ୍ପତ୍ତି ନିଆଯାଇ ପାରେ କି କିଛି ପିଲା ମିଡ୍-ଡେ-ମିଲ୍ରୁ ବଞ୍ଚିତ ହୋଇ ପାରନ୍ତି ଏବଂ ଅନଲାଇନ୍ କ୍ଲାସ୍ ପାଇଁ ଜରୁରୀ ସୁବିଧା ଗୁଡ଼ିକ ତାଙ୍କ ପାଖରେ ନଥାଇ ପାରେ। କୋର୍ଟ କହିଛନ୍ତି ,ବହୁତ ଛାତ୍ରଛାତ୍ରୀଙ୍କ ଘରେ ଏୟାର ପ୍ୟୁରିଫାୟର ନାହିଁ , ଏଥିପାଇଁ ଘରେ ରହିବା ଓ ସ୍କୁଲ ଯିବାରେ ସେମିତି କୌଣସି ତଫାତ ନାହିଁ।
କୋର୍ଟ କହିଛନ୍ତି ଯେ, ଗ୍ରାପ୍-୪କୁ ସେପର୍ଯ୍ୟନ୍ତ ହଟା ଯାଇ ପାରିବ ନାହିଁ ,ଯେପର୍ଯ୍ୟନ୍ତ ଏକ୍ୟୁଆଇରେ କ୍ରମାଗତ ହ୍ରାସର ଟ୍ରେଣ୍ଡ ନଦେଖାଯିବ। କୋର୍ଟ ଦିଲ୍ଲୀ ସରକାରକୁ ବୁଧବାର ଯାଏ ଏକ୍ୟୁଆଇ ଡାଟା ଦେବାକୁ କହିଛନ୍ତି। ଜଷ୍ଟିସ୍ ଅଭୟ ଏସ ଓକା ଓ ଜଷ୍ଟିସ ଅଗଷ୍ଟିନ୍ ଜର୍ଜ ମସିହଙ୍କର ଖଣ୍ଡପୀଠ କହିଛନ୍ତି , ଯେପର୍ଯ୍ୟନ୍ତ ଆମେ ଏହି କଥାକୁ ନେଇ ସନ୍ତୁଷ୍ଟ ନହୋଇଛୁ କି, ଏକ୍ୟୁଆଇରେ କ୍ରମାଗତ ଅଭାବ ଆସୁଛି , ଆମେ ଜିଆରଏପି-୩ ବା ଜିଆରଏପି-୨ରୁ କମ୍ର ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇ ପାରିବୁ ନାହିଁ। ମାମଲାର ଆଗାମୀ ଶୁଣାଣି ବୁଧବାର ହେବ।