ନୂଆଦିଲ୍ଲୀ,୨୫/୧୧: ଯଦି ଆମେ ନେପାଳର ସାମ୍ପ୍ରତିକ ଅର୍ଥନୈତିକ ସ୍ଥିତିକୁ ଦେଖିବା ତେବେ ଏହା ସ୍ପଷ୍ଟ ଯେ ଦେଶ ବର୍ତ୍ତମାନ ଗୁରୁତର ବାଣିଜ୍ୟିକ ନିଅଣ୍ଟର ସମ୍ମୁଖୀନ ହେଉଛି। ଜୁଲାଇରୁ ନଭେମ୍ବର ୨୦୨୪ ମଧ୍ୟରେ ନେପାଳରୁ ୪୬୦ ବିଲିୟନ ଟଙ୍କା ବାଣିଜ୍ୟିକ ନିଅଣ୍ଟ ଭୋଗିଛି ନେପାଳ। ଏହି ଅଭାବ ମୁଖ୍ୟତଃ ଆମଦାନୀ ଏବଂ ରପ୍ତାନି ମଧ୍ୟରେ ଅସନ୍ତୁଳନ ହେତୁ ହୋଇଥାଏ।
ଆର୍ଥିକ ବର୍ଷର ଏହି ଚାରି ମାସରେ ନେପାଳ ୫୧୩.୩୮ ବିଲିୟନ ମୂଲ୍ୟର ସାମଗ୍ରୀ ଆମଦାନୀ କରିଥିବାବେଳେ ଏହାର ରପ୍ତାନି କେବଳ ୫୨.୬୭ ବିଲିୟନ ଟଙ୍କା ମଧ୍ୟରେ ସୀମିତ ରହିଛି। ବାଣିଜ୍ୟ ଅଭାବର ଏହି ପ୍ରମୁଖ ଅସନ୍ତୁଳନ ହେଉଛି ଏହାର ମୁଖ୍ୟ କାରଣ। କଷ୍ଟମ୍ସ ଅର୍ଥାତ୍ ସୀମା ଶୁଳ୍କ ବିଭାଗର ସରକାରୀ ତଥ୍ୟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷର ପ୍ରଥମ ଚାରି ମାସରେ ନେପାଳର ବାଣିଜ୍ୟିକ ନିଅଣ୍ଟ ୪୬୦.୭୧ ବିଲିୟନରେ ପହଞ୍ଚିଛି। ଗତ ବର୍ଷ ତୁଳନାରେ କଷ୍ଟମ୍ସ ବିଭାଗ ଅନୁଯାୟୀ, ଏଥର ଜୁଲାଇରୁ ନଭେମ୍ବର ମଧ୍ୟଭାଗରେ ଆମଦାନୀରେ ୦.୧୭ ପ୍ରତିଶତ ବୃଦ୍ଧି ଏବଂ ରପ୍ତାନିରେ ୪.୧୬ ପ୍ରତିଶତ ବୃଦ୍ଧି ଘଟିଛି।
ଏହି ଅବଧି ମଧ୍ୟରେ ନେପାଳର ଭାରତ ସହିତ ବ୍ୟବସାୟିକ ସମ୍ପର୍କ ଉପରେ ଏକ ଗୁୂରୁତ୍ବପୂର୍ଣ୍ଣ ପ୍ରଭାବ ପଡ଼ିଛି ଏବଂ ଫଳସ୍ୱରୂପ ଉଭୟଙ୍କ ମଧ୍ୟରେ ୨୮୧ ବିଲିୟନ ଟଙ୍କା କ୍ଷତି ହୋଇଛି। ଉଦାହରଣ ସ୍ୱରୂପ, କେବଳ ଜୁଲାଇରୁ ନଭେମ୍ବର ମଧ୍ୟରେ ନେପାଳ ଭାରତରୁ ୩୧୭ ବିଲିୟନ ଟଙ୍କା ମୂଲ୍ୟର ସାମଗ୍ରୀ ଆମଦାନୀ କରିଥିଲା, ସେଥିମଧ୍ୟରୁ ଡିଜେଲ (୨୯.୪ ବିଲିୟନ), ପେଟ୍ରୋଲ (୨୧.୫୬ ବିଲିୟନ) ଏବଂ ଏଲପିଜି (୧୮.୮୫ ବିଲିୟନ ଟଙ୍କା) ପ୍ରମୁଖ ଥିଲା। ଏହାର ପ୍ରତିବଦଳରେ ନେପାଳ ଭାରତକୁ ମାତ୍ର ୩୬ ବିଲିୟନ ଟଙ୍କା ମୂଲ୍ୟର ସାମଗ୍ରୀ ଦେଇଛି।
ମହଙ୍ଗା ପଡ଼ୁଛି ଚୀନ୍ ଭାବ:
ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ନେତୃତ୍ୱରେ ନେପାଳ ଚୀନ୍ ସହ ସମ୍ପର୍କକୁ ମଜବୁତ କରିଛି। ଏହାରିଭିତରେ ସେ ପୁଣି ଥରେ ଚୀନ୍ ଗସ୍ତ କରିବାକୁ ଯାଉଛନ୍ତି ବୋଲି ଖବର ଆସିଛି। ଓଲି ସରକାର ବିଆରଆଇ (ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍) ଚୁକ୍ତିନାମା ସ୍ୱାକ୍ଷର କରିଥିଲେ, ଯାହାକୁ ଭାରତ ବିରୋଧ କରିଥିଲା। ବୋଧହୁଏ ଏହି କାରଣରୁ ନେପାଳ ଅର୍ଥନୈତିକ କ୍ଷତି ସହିଛି। ବାଣିଜ୍ୟ ନିଅଣ୍ଟ ହ୍ରାସ କରିବାକୁ ନେପାଳକୁ ରପ୍ତାନି କ୍ଷମତା ବୃଦ୍ଧି ଏବଂ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ପଡ଼ିବ। ଏଥି ସହିତ ଉଭୟ ଚୀନ୍ ଏବଂ ଭାରତ ସହିତ ସନ୍ତୁଳିତ ବାଣିଜ୍ୟ ଏବଂ କୂଟନୈତିକ ସମ୍ପର୍କ ବଜାୟ ରଖିବା ଆବଶ୍ୟକ।