ପ୍ରମୂଖ ଖବର
  • ରାଜଧାନୀରେ ଲୁଟ ପାଇଁ ମହିଳାଙ୍କୁ ହତ୍ୟା ଘଟଣା, ଜଣେ ଅଭିଯୁକ୍ତ ଗିରଫ
  • ||
  • ମୁନିଗୁଡ଼ା : ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ନୀଳଗିରି : ବାଇକ୍‌କୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ବିନା ହେଲ୍‌ମେଟ୍‌ରେ ରିଲ୍ସ କରି ଅଡୁଆରେ ଆଲବମ୍‌ କ୍ୱିନ୍‌, ରାନୀ ପ୍ରିୟଦର୍ଶିନୀଙ୍କ ସ୍କୁଟି ଜବତ
  • ||
  • ପାଟଣା : ୩ ଦଫା ଦାବି ନେଇ ମହିଳା କଣ୍ଡକ୍ଟରଙ୍କ ଆନ୍ଦୋଳନ: ମୁଖ୍ୟମନ୍ତ୍ରୀ ବସ୍ ସେବା ଠପ୍‌, ଯାତ୍ରୀ ହନ୍ତସନ୍ତ
  • ||
  • ଝାରସୁଗୁଡା : ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ଭୂକମ୍ପ ଝଟକାରେ ଥରିଲା ତ୍ରିପୁରା, ତୀବ୍ରତା ୩.୬ ରେକର୍ଡ
  • ||
  • ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା: କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ର ତଦନ୍ତ ଆରମ୍ଭ, ୩ଟି ମାମଲାର ହେବ ତନାଘନା
  • ||
  • ବାରିପଦା: ଏନକ୍ଲୋଜରରୁ ମୁକ୍ତ ହେଲା 'ଜୀନତ୍', ଶିମିଳିପାଳର କୋର୍ ଏରିଆକୁ ଗଲା ବାଘୁଣୀ
  • ||
  • ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ପଇତା ଲାଗି ନୀତି, ଅପରାହ୍ଣ ୫ରୁ ରାତି ୯ଟା ଯାଏ ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାର ସକାଳ ସାଢ଼େ ୧୦ଟାରେ ସର୍ବଦଳୀୟ ବୈଠକ, ୨୬ରୁ ବିଧାନସଭା ଶୀତ ଅଧିବେଶନ
  • ||
  • ଗଜପତିରେ ଅପରେସନ ଗ୍ରୀନ କ୍ଲିନ୍ ଜାରି, ୬ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସଂସଦର ଶୀତକାଳୀନ ଅଧିବେଶନ, ଡିସେମ୍ବର ୨୦ ଯାଏ ଚାଲିବ: ୱାକଫ ସଂଶୋଧନ ବିଲ୍‌ ସମେତ ୧୬ଟି ବିଲ୍‌ ତାଲିକାଭୁକ୍ତ
  • ||
  • ଆସନ୍ତା ଦୁଇ ଦିନ ପରେ ଶୀତ କମିବ, ୧୫ ଡିଗ୍ରୀ ତଳେ ୧୮ଟି ସହରର ତାପମାତ୍ରା
  • ||
  • ଘନ କୁହୁଡ଼ି ସହ ଜାଡ଼ରେ ଥରୁଛି ସୁବର୍ଣ୍ଣପୁର, ୧୦ ଡିଗ୍ରୀ ତଳକୁ ଖସିଲା ପାରଦ
  • ||

ସଂସଦର ଶୀତ ଅଧିବେଶନ, ସାଇକେଲରେ ଆସିଲେ ଟିଡିପି ସାଂସଦ ଅପଲ୍ଲା ନାୟୁଡୁ

ନୂଆଦିଲ୍ଲୀ,୨୫/୧୧: ଧୋତି ପିନ୍ଧିଛନ୍ତି । ମୁଣ୍ଡରେ ଠେକା ଭିଡା ହୋଇଛି । ଆଉ ସାଇକେଲ ଚଲାଉଛନ୍ତି ସାଂସଦ । ହଳଦିଆ ରଙ୍ଗର ସାଇକେଲ ପଛରେ ବ୍ୟାଗଟିଏ ବି ରହିଛି । ଆଗରେ ଏକ ପ୍ଲାକାର୍ଡ ଲାଗିଛି । ସେଥିରେ ନାମ ଲେଖା ହୋଇଛି । ମୁହଁରେ ସ୍ମିତହାସ୍ୟ । ସଂସଦର ଶୀତ ଅଧିବେଶନ ପ୍ରଥମ ଦିନରେ ଆଜି କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା । ସଂସଦକୁ ସାଇକେଲ ଚଲାଇ ଆସିଛନ୍ତି ଜଣେ ସାଂସଦ ।

ଆଜିଠୁ ଆରମ୍ଭ ହୋଇଛି ସଂସଦର ଶୀତ ଅଧିବେଶନ । ଡିସେମ୍ବର ୨୦ ଯାଏ ଅଧିବେଶନ ଚାଲିବ । ଏହି ଅଧିବେଶନରେ ମୋଟ ୧୯ଟି କାର୍ଯ୍ୟଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି । ସଂସଦକୁ ସାଇକେଲରେ ଆସିଛନ୍ତି ଟିଡିପି ସାଂସଦ ଅପ୍ପଲା ନାୟୁଡୁ । ଏହି ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ସଂସଦକୁ ସାଇକେଲରେ ଆସିବା ନେଇ ପ୍ରତିକ୍ରିୟା ରଖି ସାଂସଦ କହିଛନ୍ତି, ମୁଁ ସାଇକେଲର ଆସିବା ପଛରେ କାରଣ ହେଉଛି ଲୋକଙ୍କୁ ସଚେତନତା କରିବା । ଦିଲ୍ଲୀ ପ୍ରଦୂଷଣ ନେଇ ସଚେତନ କରାଇବାରୁ ମୁଁ ସାଇକେଲରେ ଆସିଛି । ପ୍ରଦୂଷଣ ବିପଦଜନକ ସ୍ଥିତିରେ ରହିଛି ଏହା ନିୟନ୍ତ୍ରଣକୁ ଆସିବା ଦରକାର ।

ଆଜି ପାଇଁ ଉଭୟ ରାଜ୍ୟସଭା ଲୋକସଭା ମୁଲତବୀ ରହିଛି । ବୁଧବାର ଅର୍ଥାତ ନଭେମ୍ବର ୨୭ ତାରିଖରେ ଗୃହକାର୍ଯ୍ୟ ହେବ । ଆଦାନୀ ଓ ମଣିପୁର ପ୍ରସଙ୍ଗରେ ବିରୋଧୀଙ୍କ ହୋହାଲ୍ଲା ପରେ ଗୃହକାର୍ଯ୍ୟ ମୁଲତବୀ ରହିଛି ।










  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.