ନୂଆଦିଲ୍ଲୀ,୨୫।୧୧: ଆଣ୍ଡାମାନ ନିକୋବରରେ ଭାରତୀୟ ତଟରକ୍ଷୀ ବାହିନୀକୁ ବଡ଼ ସଫଳତା। ମାଛ ଧରିବାରେ ବ୍ୟବହାର କରାଯାଉଥିବା ଡଙ୍ଗାରୁ ଜବତ ହେଲା ୫ ଟନ୍ ଡ୍ରଗ୍ସ। ଏପର୍ଯ୍ୟନ୍ତ ଏହା ଭାରତୀୟ ତଟରକ୍ଷୀ ବାହିନୀ ଜବତ କରିଥିବା ଡ୍ରଗ୍ସ ମଧ୍ୟରୁ ସବୁଠାରୁ ଅଧିକ ବୋଲି କୁହାଯାଇଛି। ପ୍ରତିରକ୍ଷା ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।
କୋଷ୍ଟ ଗାର୍ଡ ଅଧିକାରୀ ଡ୍ରଗ୍ସର କିସ୍ କ’ଣ ଓ ଏହାର ମୂଲ୍ୟ କେତେ ତାହାର ସୂଚନା ଦେଇ ନାହାନ୍ତି।ଏହି ମାମଲା ପଚରା ଉଚରା ଏବଂ ତଲାସୀ ଜାରି ରହିଛି। ଅଧିକାରୀମାନେ କହିଛନ୍ତି, ମାମଲାର ଯାଞ୍ଚ ପରେ ହିଁ ସୂଚନା ଦେବେ।
ଏହା ପୂର୍ବରୁ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରରେ ପୋଲି ୨୨ ନଭେମ୍ବରରେ ପୃଥକ ପୃଥକ ଅଭିଯାନରେ ୬ କୋଟି ଟଙ୍କାରୁ ଅଧିକ ଯଙ୍କାର ଡ୍ରଗ୍ସ ଜବତ କରିଚି। ଏହା ସହ ୫ ଜଣଙ୍କୁ ଗିରଫ ମଧ୍ୟ କରିଛି। ପୋଲିସକୁ ସନ୍ଦେହ ରହିଛି ଯେ, ଏହି ଡ୍ରଗ୍ସ ନୂଆ ବର୍ଷ ଅବସରରେ ବେଙ୍ଗାଲୁର ଓ ଆଖପାଖ ଅଞ୍ଚଳରେ ତସ୍କରୀ ପାଇଁ ଅଣାଯାଇଥିଲା।