ନୂଆଦିଲ୍ଲୀ,୨୫।୧୧: ଆଦାନୀ ଗ୍ରୁପ୍କୁ ଆଉ ଏକ ଝଟକା। ଫ୍ରାନ୍ସର ମଲ୍ଟି ନ୍ୟାସନାଲ କମ୍ପାନୀ ’ଟୋଟାଲ ଏନର୍ଜୀ’ ଆଦାନୀ ଗ୍ରୁପ୍ ସହ କୌଣସି ପ୍ରକାର ଇନଭେଷ୍ଟମେଣ୍ଟ ନକରିବାର ନିଷ୍ପତ୍ତି ନେଇଛି। ଫ୍ରାନ୍ସର କମ୍ପାନୀ ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡ୍(ଏଜିଇଏଲ୍)ର କିଛି ଅଧିକାରୀଙ୍କ ଉପରେ ଲାଗିଥିବା ଭ୍ରଷ୍ଟାଚାର ଅଭିଯୋଗକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି। ଆଦାନୀ ଗୟୁପ୍ର ଅଧିକାରୀଙ୍କ ଉପରେ ଲାଗିଥିବା ଅଭିଯୋଗର ଖୁଲାସା ଆମେରିକା ଅଧିକାରୀଙ୍କ ଦ୍ବାରା ଏକ ସାର୍ବଜନୀନ ଅଭିଯୋଗ ମାଧ୍ୟମରେ କରାଯାଇଥିଲା। ତେବେ ଏହି ଅଭିଯୋଗ ଆଦାନୀ ଗ୍ରୁପ୍ର କୌଣସି କମ୍ପାନୀ କିମ୍ବା ଏହାର ସହାୟକ କମ୍ପାନୀ ବଦଳରେ ବ୍ୟକ୍ତିଗତ ଅଧିକାରୀଙ୍କ ଉପରେ ଲାଗିଛି।
ଟୋଟଲ ଏନର୍ଜିର ଏକ ବୟାନ କରପ୍ସନ ଉପରେ ନିଜର ଜିରୋ ଟଲୋରାନ୍ସ ଷ୍ଟାଣ୍ଟ ଉପରେ ଜୋର ଦେଇଛି। ଆମେରିକାରେ ଆଦାନୀ ଗ୍ରୁପର ଅଧିକାରୀଙ୍କ ଉପରେ ଲାଗିଥିବା ଅଭିଯୋଗ ନେଇ ଫ୍ରାନ୍ସ କମ୍ପାନୀ କହିଛି ସେ କଥିତ ଅନିୟମିତତାରେ ନାଁ ତ ସାମିଲ ଥିଲା ନା କୌଣସି ଅଧିକାରୀଙ୍କ ସହ ଏ ସମ୍ପର୍କରେ ଯୋଗାଯୋଗ କରିଥିଲା। ଯେଉଁ ପର୍ଯ୍ୟନ୍ତ ଆଦାନୀ ଗୟୁପ୍ ଅଧିକାରୀଙ୍କ ବିରୋଧରେ ଲାଗିଥିବା ଅଭିଯୋଗ ଓ ଏହାର ପରିଣାମ ସ୍ପଷ୍ଟ ନହୋଇଛି, ଟୋଟଲ ଏନର୍ଜି ଗ୍ରୁପ୍ର କମ୍ପାନୀରେ ନିଜ ନିବେଶର ଅଂଶ ଉପରେ କୌଣସି ନୂଆ ଇନଭେଷ୍ଟମେଣ୍ଟ କରିବନି।’
ଉଲ୍ଲେଖନୀୟ ଯେ, ଟୋଟଲ ଏନର୍ଜି ଆଦାନୀ ଗ୍ରୀଲ୍ ଏନର୍ଜି ଲିମିଟେଡ୍ରେ ୧୯.୭୫% ଅଂଶୀଦାର ରହିଛି ଓ ରିନ୍ୟୁଏବଲ ଏନର୍ଜୀ ଆସେଟସ୍ର ମ୍ୟାନେଜମେଣ୍ଟ କରୁଥିବା ତିନି ଜଏଣ୍ଟ ଭେଞ୍ଚର୍ସରେ ୫୦% ସେୟାରିଂ ରହିଛି। ଫ୍ରାନ୍ସ କମ୍ପାନୀ ସ୍ପଷ୍ଟ କରିଛି ଯେ, ସେ କଠୋର ପକ୍ରିୟାର ପାଳନ କରିବା ପରେ ଏଜିଏଏଲ୍ ଓ ଜଏଣ୍ଟ ଭେଞ୍ଜର୍ସରେ ଇନଭେଷ୍ଟମେଣ୍ଟ କରିଥିଲା। ଇନଭେଷ୍ଟମେଣ୍ଟ କରିବା ସମୟରେ ତାକୁ ଆଦାନୀ ଗୟୁପ୍ର ଅଧିକାରୀ ଓ ଆମେରିକାରେ ଲାଗିଥିବା କଥିତ ଅଭିଯୋଗ କିମ୍ବା ସେ ସମ୍ପକରେ ଚାଲିଥିବା କୌଣସି ତଦନ୍ତ ବିଷୟରେ ଜଣାନଥିଲା। ଏହା ପୂର୍ବରୁ ଆମେରିକାର ଲାଞ୍ଚ ଅଭିଯୋଗ ପରେ ଆଦାନୀ ଗ୍ରୁପକୁ ନିକଟରୁ କେନିଆ ବାତିଲ କରିଥିଲା ନିଜର ପ୍ରୋଜେକ୍ଟ। କେନିଆରାଷ୍ଟ୍ରପତି ରୁଟୋ ୭୦୦ ନିୟୁତ ଡଲାରର ଚୁକ୍ତି ବାତିଲ୍ କରିଥିଲେ। ଘଟଣାକୁ ନେଇ ଆଦାନୀ ଗ୍ରୁପ ପକ୍ଷରୁ ପ୍ରତିକ୍ରିୟା ଆସିଛି। କେନିଆର ପ୍ରମୁଖ ବିମାନ ବନ୍ଦର ପରିଚାଳନା ପାଇଁ କମ୍ପାନୀ କୌଣସି ଚୁକ୍ତି କରି ନଥିଲା ବୋଲି ଆଦାନୀ ଗ୍ରୁପ କହିଛି।