ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମୋଦୀ କଂଗ୍ରେସକୁ ‘ଅର୍ବାନ ନକ୍ସଲ’ କହୁଛନ୍ତି, ତାଙ୍କ ଦଳ ଆତଙ୍କବାଦୀଙ୍କ ଦଳ: ମଲ୍ଲିକାର୍ଜୁନ ଖଡ଼ଗେ

Published By : Tapas Panda | October 12, 2024 6:01 PM

Image Courtesy: deccanherald

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଭାରତୀୟ ଜନତା ପାର୍ଟି (ବିଜେପି) ଉପରେ ଖୁବ ବର୍ଷିଛନ୍ତି । ବିଜେପିକୁ ଆତଙ୍କବାଦୀ ପାର୍ଟି ବୋଲି କହିଛନ୍ତି ଖଡ଼ଗେ । ସେ କହିଛନ୍ତି, ନରେନ୍ଦ୍ର ମୋଦୀ ସବୁବେଳେ କହୁଛନ୍ତି କଂଗ୍ରେସ ଅର୍ବାନ ନକ୍ସଲ ଦଳ । ତାଙ୍କ ପାର୍ଟି ହିଁ ଆତଙ୍କବାଦୀଙ୍କ ଦଳ । ଭିଡ଼ ହିଂସା କରୁଛି, ହତ୍ୟା କରୁଛି । 

ସେହିଭଳି ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଖଡ଼ଗେ କହିଛନ୍ତି ଯେ, ସମଗ୍ର ଦେଶ କହୁଥିଲା କଂଗ୍ରେସ ଜିତିବ । ବିଜେପିର ନେତୃତ୍ବ ବି ସେୟା କହୁଥିଲେ । ଏମିତି କଣ ଫ୍ୟାକ୍ଟର ରହିଛି, ଯିଏ କଂଗ୍ରେସକୁ ହରାଇଲା ? ମଲ୍ଲିକାର୍ଜୁନ ଖଡ଼ଗେ ଆହୁରି କହିଛନ୍ତି, ‘ଯେଉଁମାନେ ଜନଜାତିଙ୍କୁ ଦୁଷ୍କର୍ମ କରୁଛନ୍ତି, ସେମାନଙ୍କୁ ଏମାନେ (ବିଜେପି) ସମର୍ଥନ କରୁଛନ୍ତି । ମୋଦୀଙ୍କ ସରକାର ଯେଉଁଠି ଅଛି ସେଠାରେ ଏସସି ଓ ଏସ୍‌ଟିଙ୍କ ଉପରେ ଅତ୍ୟାଚାର ହେଉଛି । ଦେଶ ଓ ଲୋକଙ୍କ ସଂପର୍କରେ କମ୍‌ କହୁଛନ୍ତି, ଦଳ ସଂପର୍କରେ ଅଧିକ କହୁଛନ୍ତି ।’ 




କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ‘ହରିୟାଣାରେ ଯାହା କିଛି ହେଲା ସେନେଇ ଆମେ ଏକ ବୈଠକ କରିଛୁ । ରିପୋର୍ଟ ଆସିବା ପରେ ଜଣାପଡ଼ିଯିବ ଆଗକୁ ଆମେ କଣ କରିବୁ ଏବଂ ଏଭଳି କାହିଁକି ହେଲା । ପୁରା ଦେଶ ଏବଂ ଏପରିକି ଖୋଦ ବିଜେପି କହୁଥିଲା କଂଗ୍ରେସ ଜିତିବ । କିନ୍ତୁ ଏମିତି କଣ କାରଣ ରହିଛି ଯେଉଥିପାଇଁ କଂଗ୍ରେସ ହାରିଗଲା ? ଜିତିବା ସମୟରେ ବହୁତ ଲୋକ ଏହାର ଶ୍ରେୟ ନେବେ କିନ୍ତୁ ପରାଜୟ ସମୟରେ ବହୁତ ଲୋକ ଅଛନ୍ତି ଯେଉଁମାନେ ଏହାକୁ ସମାଲୋଚନା କରିବେ । ’        

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.